ଲକଡାଉନ୍ ସରିବା ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ନାହିଁ ବୋଲି କୁହାଯାଇଛି।

registration_covid19_corona

ଅନଲାଇନ୍ ଜରିଆରେ ଆପଣମାନେ ଏହି ପଞ୍ଜୀକରଣ କରିପାରିବେ। ଏଥିପାଇଁ ଆପଣଙ୍କ କେତୋଟି ସହଜ ଉପାୟ ଆପଣାଇବାକୁ ପଡ଼ିବ।

 

କେମିତି କରିବେ ପଞ୍ଜୀକରଣ?

  • ଏଥିପାଇଁ ଆପଣଙ୍କୁ ରାଜ୍ୟ ସରକାରଙ୍କ covid19.odisha.gov.in ପୋର୍ଟାଲକୁ ଯିବାକୁ ପଡ଼ିବ।
  • ଏହାପରେ ସେଠାରେ ‘ପଞ୍ଜିକରଣ ଫର୍ମ ପୂରଣ କରନ୍ତୁ’ ଅପସନରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣଙ୍କୁ କେତେକ ସର୍ତ୍ତାବଳୀ ଓ ଚୁକ୍ତିନାମା ଦେଖିବାକୁ ମିଳିବ।
  • ଏହାକୁ ପଢ଼ି ଶେଷରେ ‘ପଞ୍ଜିକରଣ କରନ୍ତୁ’ ଅପସନରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣଙ୍କୁ ସେଠାରେ ଥିବା ଫର୍ମକୁ ପୂରଣ କରିବାକୁ ପଡ଼ିବ।
  • ଶେଷରେ submit ଅପସନରେ କ୍ଲିକ୍ କରନ୍ତୁ।