ମହାମାରୀ ଓ କୋଭିଡ-୧୯ ସମ୍ପର୍କରେ ଏକ ଐତିହାସିକ ଦୃଷ୍ଟାନ୍ତ 

ପ୍ରଫେସର ଦିଗମ୍ବର ପାତ୍ର

ଲେବାନନର ବେରୁତ୍‌ରେ ଥିବା ଆମେରିକୀୟ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର ଦିଗମ୍ବର ପାତ୍ର ସାରା ଦୁନିଆ ଉପରେ କୋଭିଡ୍‌୧୯ର ପ୍ରଭାବ ବିଷୟ ଆଲୋଚନା କରିବା ବେଳେ ଅତୀତର ବଡ଼ ବଡ଼ ମହାମାରୀ ସଂପର୍କରେ ଏକ ଚିତ୍ର ଉପସ୍ଥାପନ କରିଛନ୍ତି।  

ମାନବ ସଭ୍ୟତା ଉପରେ ଭୂତାଣୁ ଏବଂ ଜୀବାଣୁଙ୍କର ପ୍ରଭାବ ପ୍ରାଚୀନ। ଯଦିଓ ପ୍ରଥମ ପ୍ରଭାବ ସ୍ପଷ୍ଟ ଭାବରେ ସ୍ଥାପିତ ହୋଇ ନାହିଁ,  ଖ୍ରୀଷ୍ଟପୂର୍ବ ୩୦୦୦ ମସିହାରେ ଚୀନରେ ସିର୍କା ମହାମାରୀ ହୋଇଥବାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳେ। ପରବର୍ତ୍ତୀ ସମୟରେ ସବୁଠାରୁ ବଡ଼ ମହାମାରୀ ମଧ୍ୟରୁ ହେଉଛି ଖ୍ରୀଷ୍ଟପୂର୍ବ ୪୩୦ ମସିହାରେ ଆଥେନ୍ସ ପ୍ଲେଗ, ୧୬୫-୧୮୦ ଖ୍ରୀଷ୍ଟାବ୍ଦର ଅନ୍ତୁଆଁନ ପ୍ଲେଗ (ଯାହା ରୋମାନ୍ ସାମ୍ରାଜ୍ୟରେ ପଚାଶ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା), ସାଇପ୍ରିଆନ୍ ପ୍ଲେଗ (୨୫୦-୨୭୧ ଖ୍ରୀଷ୍ଟାବ୍ଦ), ଜଷ୍ଟିନିଆନ୍ ପ୍ଲେଗ (୫୪୧-୫୪୨ ଖ୍ରୀଷ୍ଟାବ୍ଦ), ଆମେରିକୀୟ ପ୍ଲେଗ (୧୫୦୦ ଖ୍ରୀଷ୍ଟାବ୍ଦ), ଲଣ୍ଡନର ମହାନ ପ୍ଲେଗ ମହାମାରୀ (୧୬୬୫-୧୬୬୬ ଖ୍ରୀଷ୍ଟାବ୍ଦ), ମାର୍ସେଲର ପ୍ଲେଗ ମହାମାରୀ (୧୭୨୦-୧୭୨୩ ଖ୍ରୀଷ୍ଟାବ୍ଦ) ଓ ରୁଷିଆର ପ୍ଲେଗ (୧୭୭୦-୧୭୭୨ ଖ୍ରୀଷ୍ଟାବ୍ଦ)।

ଅନ୍ୟାନ୍ୟ ପ୍ରମୁଖ ମହାମାରୀ ମଧ୍ୟରେ ୧୩୪୩-୧୩୫୩ର କଳା ମୃତ୍ୟୁ (ବ୍ଲାକ ଡେଥ), ଏଥିରେ ୟର୍ସିନିଆ ପେଶଟିସ ଜୀବାଣୁ ଏସିଆରୁ ୟୁରୋପକୁ ଯାଇ ସେହି ସମୟରେ ୟୁରୋପର ପ୍ରାୟ ଅଧା ଜନସଂଖ୍ୟାକୁ ନିପାତ କରିଥିଲା। ସୌଭାଗ୍ୟବସତଃ ଏହି ଜୀବାଣୁ ଏବେ ଆଉ ନାହିଁ। ସେହିପରି ୧୫୪୫-୧୫୪୮ର କୋକୋଲିଜତଳି ମହାମାରୀରେ ସଲମାନେଲା ପାରାଟିଫି ସି ଭୂତାଣୁ ମେକ୍ସିକୋ ଏବଂ ମଧ୍ୟ ଆମେରିକାରେ ଦେଢ଼ କୋଟି ଲୋକଙ୍କ ଜୀବନ ନେଇଥିଲା।

ଅନ୍ୟ ମହାମାରୀ ମଧ୍ୟରେ ୧୭୫୩ରେ ଫିଲାଡେଲଫିଆ ହଳଦିଆ ଜ୍ୱର, ୧୮୮୯-୧୮୯୦ରେ ଫ୍ଲୁ, ୧୯୧୬ରେ ଆମେରିକୀୟ ପୋଲିଓ, ୧୯୧୮-୧୯୨୦ରେ ସ୍ପାନିଶ ଫ୍ଲୁ , ୧୯୫୭-୧୯୫୮ରେ ଏସୀୟ ଫ୍ଲୁ, ୧୯୮୧ ପରଠାରୁ ଆଜି ପର୍ଯ୍ୟନ୍ତ ଏଡ୍ସ, ୨୦୦୯-୨୦୧୦ରେ ଏଚୱାନଏନୱାନ ସ୍ୱାଇନ୍ ଫ୍ଲୁ, ୨୦୧୪-୨୦୧୬ରେ ପଶ୍ଚିମ ଆଫ୍ରିକୀୟ ଇବୋଲା, ୨୦୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିକା ଭୂତାଣୁ ଏବଂ ୨୦୧୯ରୁ ଏବେ ପର୍ଯ୍ୟନ୍ତ କୋଭିଡ-୧୯ (କରୋନା ଭୁତାଣୁର ଏକ ରୂପ) ଅନ୍ତର୍ଭୁକ୍ତ।

ପ୍ରାଚୀନ ଏବଂ ମଧ୍ୟଯୁଗୀୟ ସମୟରେ ଏହିପରି ମହାମାରୀ ରୋଗ ବୁଝିବାକୁ ଅସୁବିଧା ହେଉଥିଲା। କାରଣ ଏହିପରି ମହାମାରୀଜନିତ ରୋଗ ସୃଷ୍ଟି କରୁଥିବା ଭୂତାଣୁମାନଙ୍କ ଆକାର (ବ୍ୟାସ) ମାଇକ୍ରୋମିଟର (ଗୋଟିଏ ମିଟରର ୧୦ଲକ୍ଷ ଭାଗରୁ ଏକ ଭାଗ)ରୁ ବି କମ। ସର୍ବୋତ୍ତମ ମାନବ ଆଖି ୧୦୦ ମାଇକ୍ରୋମିଟର କିମ୍ବା ମିଲିମିଟରର ୧୦ ପ୍ରତିଶତରୁ କମ ଆକାରର ବସ୍ତୁକୁ  ଦେଖିପାରେ ନାହିଁ। ରୋଟାଭାଇରସ୍, ଯାହା ଅତ୍ୟଧିକ ସଂକ୍ରାମକ ଓ ଡାଇରିଆ (ଝାଡ଼ା ରୋଗ) କରିଥାଏ, ତା’ର ଆକାର/ବ୍ୟାସ ପ୍ରାୟ ୦.୦୭୫ ମାଇକ୍ରୋମିଟର (୭୫ ନାନୋମିଟର)। ସେହିଭଳି, କୋଭିଡ-୧୯ ଭୂତାଣୁର ଆକାର/ବ୍ୟାସ ପ୍ରାୟ ୦.୧୨୫ ମାଇକ୍ରୋମିଟର (୧୨୫ ନାନୋମିଟର)।

ତେଣୁ ଭୂତାଣୁଗୁଡ଼ିକ ଖାଲି ଆଖିରେ ଦେଖାଯାଏ ନାହିଁ ଅଧିକନ୍ତୁ, ଏହି ଭୂତାଣୁଗୁଡ଼ିକ ବାୟୁ, ଜଳ, ଲାଳ, ରକ୍ତ ଇତ୍ୟାଦି ଦ୍ୱାରା ଅତ୍ୟଧିକ ସଂକ୍ରାମକ ହୁଅନ୍ତି। ପ୍ରାଚୀନ ଏବଂ ମଧ୍ୟଯୁଗରେ ଭୂତାଣୁଗୁଡ଼ିକର ଅସ୍ତିତ୍ୱକୁ ହୃଦୟଙ୍ଗମ କରିବା କଷ୍ଟସାଧ୍ୟ ଥିଲା, ତେଣୁ ସେମାନଙ୍କର ବିସ୍ତାରକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନଥିଲା ​​ଏଭଳି ପରିସ୍ଥିତିରେ ଲୋକେ ଧାର୍ମିକ ବିଶ୍ୱାସକୁ ଅଧିକ ଗୁରୁତ୍ୱ ଦେଉଥିଲେ।

ଭୂତାଣୁ ଜନ୍ମିତ ବସନ୍ତ ତଥା ଚିକେନପକ୍ସ, ମିଳିମିଳା – ଏସବୁ ରୋଗର ନିରାକରଣ ପାଇଁ ଆଜି ବି ଓଡ଼ିଶା ତଥା ଭାରତର ଆଦିବାସୀବହୁଳ ଓ ଗ୍ରାମାଞ୍ଚଳରେ ପୂଜା ଅର୍ଚନା କରାଯାଇଥାଏ। ସୁଖର ବିଷୟ, ୧୫୦୦  ଶତାବ୍ଦୀର ଶେଷ ଭାଗରେ ହଲାଣ୍ଡର ଲୋକେ ଲେନ୍ସ ତିଆରି କରିବାର କୌଶଳ ଶିଖି ଛୋଟ ବସ୍ତୁକୁ ବଡ଼ ଆକାରରେ ଦେଖିବାକୁ ସମର୍ଥ ହୋଇଥିଲେ। ଗାଲିଲିଓ ଗାଲିଲି ଏପରି ଲେନ୍ସ ବ୍ୟବହାର କରି ଏକ ଉପକରଣ ତିଆରି କରିବାରେ ସକ୍ଷମ ହୋଇଥିଲେ ଯାହା ମାଇକ୍ରୋସ୍କୋପ୍ ଭାବରେ ଜଣାଶୁଣା। ପରବର୍ତ୍ତୀ ସମୟରେ ୧୬୭୦ ଦଶକରେ ହଲାଣ୍ଡର ବୈଜ୍ଞାନିକ ଆଣ୍ଟୋନି ଭାନ୍ ଲିୟୁଏନହୋକ୍ ଏକକ ମାନବ କୋଷ, ଜୀବାଣୁ, ଭୂତାଣୁ ଇତ୍ୟାଦି ଦେଖିବା ପାଇଁ ମାଇକ୍ରୋସ୍କୋପ୍ ବିକାଶରେ ଅଗ୍ରଗାମୀ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ମାଇକ୍ରୋବିଓଲୋଜିଷ୍ଟର ପିତା ଭାବରେ ସେ ଜଣାଶୁଣା।

ଏହି ବିକାଶ ମାନବ ସଭ୍ୟତାକୁ ଜୀବାଣୁ ଏବଂ ଭୂତାଣୁ, ସେମାନଙ୍କ ଆଚରଣ ଏବଂ ଅନୁସନ୍ଧାନରେ ସାହାଯ୍ୟ କରିଥିଲା। ମାନବ ସ୍ୱାସ୍ଥ୍ୟ/ରୋଗକୁ ନେଇ ଭୂତାଣୁମାନଙ୍କ ସମ୍ପର୍କ ଓ ରୋଗୀର ରକ୍ତ, ଲାଳ ଇତ୍ୟାଦିରେ ଭୂତାଣୁମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇଥିଲା। ପରବର୍ତ୍ତୀ ସମୟରେ ଭୂତାଣୁ ଜନ୍ମିତ ମାନବ ରୋଗର ଚିହ୍ନଟ, ନିରାକରଣ ଏବଂ ସେମାନଙ୍କର ସମ୍ଭାବ୍ୟ ପ୍ରତିକାର ମିଳିଲା।

ଏହି ସମସ୍ତ ଅଗ୍ରଗତି ଏବଂ ବିକାଶ ସତ୍ୱେ ଭୂତାଣୁ ପରିଚାଳନା କରିବା ଅଧିକ ଜଟିଳ ବ୍ୟବସ୍ଥା। ଭୂତାଣୁମାନଙ୍କୁ ପ୍ରଜନନ ଓ ବହୁଗୁଣିତ କରିବା ପାଇଁ ଏକ ହୋଷ୍ଟ ସେଲ୍ ଆବଶ୍ୟକ, ଯେପରିକି ମାନବ କୋଷ, ପଶୁ କୋଷ ଇତ୍ୟାଦି। ହୋଷ୍ଟ ବଦଳାଇବା ବେଳେ ସେମାନେ ମ୍ୟୁଟେସନ୍ ମାଧ୍ୟମରେ ସେମାନଙ୍କର ଡିଏନଏ ପରିବର୍ତ୍ତନ ମଧ୍ୟ କରନ୍ତି। ଏଣୁ ସେମାନଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ଅଧିକ କଷ୍ଟସାଧ୍ୟ ହୋଇଥାଏ।

ସମ୍ପ୍ରତି ମହାମାରୀ କୋଭିଡ-୧୯ କୋରୋନା ଭୂତାଣୁ ପରିବାର ସହିତ ଜଡିତ। ଲାଟିନ୍ ଭାଷାରେ, କରୋନା ଅର୍ଥ ହେଉଛି “ମୁକୁଟ”। ଏହି ଭୂତାଣୁମାନଙ୍କର ପୃଷ୍ଠରେ ଏକ ସ୍ପାଇକ (ହିଡ଼) ଉଠି ରହିଛି, ଯାହାକୁ ବୈଜ୍ଞାନିକମାନେ ମୁକୁଟ କହନ୍ତି। କରୋନା ଭୂତାଣୁର ମଣିଷ ସମେତ ଅନେକ ହୋଷ୍ଟ ଥାଇପାରେ, କିନ୍ତୁ ବାଦୁଡ଼ିରେ ଅନେକ ପ୍ରକାରର କରୋନା ଜୀବାଣୁ ମିଳିଥାଏ। ମଣିଷ କ୍ଷେତ୍ରରେ କରୋନା ଭୂତାଣୁ ମୁଖ୍ୟତଃ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ।

୨୦୦୩ର ସାରସ (SARS) ଏବଂ ୨୦୧୨ର ମାର୍ସ (MERS) ହେଉଛି ଅନ୍ୟ କରୋନା ଭୂତାଣୁ ଯାହା ମଣିଷ ଭିତରେ ପ୍ରବେଶ କରିଥିଲା। ବାସ୍ତବରେ କୋଭିଡ-୧୯ SARS ସହିତ ବହୁତ ସମାନ ଏବଂ ବେଳେବେଳେ ଏହାକୁ SARS-CoV-2 କୁହାଯାଏ।

କୋଭିଡ-୧୯ ଭଳି ମହାମାରୀର ସାମାଜିକ ପ୍ରଭାବ ବହୁତ ବ୍ୟାପକ। ମଣିଷ ଜୀବନ ଏବଂ ଅର୍ଥନୀତି ଉପରେ ଏହା ଏକ ପ୍ରକାର ଭୟଂକର ବିପର୍ଯ୍ୟସ୍ତ ଆଣିଦେଇଛି। ଉଦାହରଣସ୍ୱରୂପ, ୟୁରୋପର ଇତିହାସ ମହାମାରୀ ଦ୍ୱାରା ସଂପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଥିଲା। ସେହି ସମୟରେ ଯେତେବେଳେ ମହାମାରୀ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ଶ୍ରମିକମାନଙ୍କର ଅଭାବ ଦେଖାଦେଇଥିଲା। ଏହାର ସକରାତ୍ମକ ଦିଗ ହେଉଛି ଏହା ଶ୍ରମିକମାନଙ୍କ ଦରମା ଏବଂ ଗୁଣାତ୍ମକ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଶସ୍ତା ଶ୍ରମଶକ୍ତିର ଅଭାବ ଲୋକଙ୍କୁ ନୂତନ ଜ୍ଞାନ କୌଶଳ ଉଦ୍‌ଭାବନ କରିବାରେ ସାହାଯ୍ୟ କରିଥିଲା।

ସମ୍ପ୍ରତି ଚୀନରେ ଯେତେବେଳେ କୋଭିଡ୧୯ ଆରମ୍ଭ ହେଲା, ପ୍ରଥମେ ଏହା ଚୀନ୍ ମଧ୍ୟରେ ଆଞ୍ଚଳିକ ସ୍ତରରେ ସୀମିତ ରହିବ ବୋଲି ଚିନ୍ତା କରାଯାଉଥିଲା କିନ୍ତୁ ଆମେ ମଧ୍ୟଯୁଗୀୟ ସମୟରେ ନାହୁଁ, ଆଜି ଟେକ୍ନୋଲୋଜି ଉନ୍ନତ ହୋଇଛି, ଏବଂ ବିଶ୍ୱ ଏକ ଅତ୍ୟନ୍ତ ସଂଯୁକ୍ତ ଗ୍ରାମରେ ପରିଣତ ହୋଇଛି ଲୋକମାନେ କିଛି  ଘଣ୍ଟା ଭିତରେ ସାରା ବିଶ୍ୱରେ ଭ୍ରମଣ କରୁଛନ୍ତି ଏବଂ ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ କିମ୍ବା ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ମାନବ ଯୋଗାଯୋଗ ବୃଦ୍ଧି କରିଛି ତେଣୁ ଆଜି ମହାମାରୀ ପ୍ରାଚୀନ କିମ୍ବା ମଧ୍ୟଯୁଗୀୟ ସମୟ ତୁଳନାରେ ସ୍ଥାନୀୟ ଅଥବା ଆଞ୍ଚଳିକ ଘଟଣାରେ ସୀମିତ ହୋଇ ରହି ନାହିଁ।

ଯଦିଓ ପୋଷ୍ଟ ଗ୍ଲୋବାଲାଇଜ (ବିଶ୍ୱସ୍ତରୀୟ) ଦୁନିଆ ସାରସ, ଏଡ୍ସ ଇତ୍ୟାଦିରେ ଆକ୍ରାନ୍ତ ହୋଇଥିଲା, ତଥାପି ଏହାର ପ୍ରଭାବ ବିଶ୍ୱସ୍ତରରେ ସୀମିତ ଥିଲା। ହେଲେ ଗତ ୧୦୦ବର୍ଷ ମଧ୍ୟରେ କୋଭିଡ-୧୯ର ବିଶ୍ୱସ୍ତରୀୟ ପ୍ରଭାବ ସବୁକୁ ଟପିଯାଇଛି। ଅଳ୍ପ ସମୟ ମଧ୍ୟରେ କୋଭିଡ-୧୯ ସମସ୍ତ ମହାଦେଶ ଓ ପ୍ରାୟତଃ ସବୁଦେଶ ଭ୍ରମଣ କରି ଅର୍ଥନୀତି, ସ୍ୱାସ୍ଥ୍ୟ ଏବଂ ଶାସନ ଉପରେ ଗଭୀର ପ୍ରଭାବ ପକାଇଛି। ଅଧିକାଂଶ ଉନ୍ନତ ତଥା ବିକଶିତ ଦେଶରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଥାଇ ମଧ୍ୟ ସେମାନଙ୍କର ଚିକିତ୍ସା ସୁବିଧା ଉଦୀୟମାନ କୋଭିଡ-୧୯ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହେଉଛି।

ଅନ୍ୟ ପଟେ କୋଭିଡ-୧୯ ବିସ୍ଫୋରଣ ବିଶ୍ୱକୁ ଚେତେଇ ଦେଇଛି ଯେ ବିନା ଶିଳ୍ପ କାର୍ଯ୍ୟ କଳାପରେ କିପରି ପ୍ରଦୂଷଣମୁକ୍ତ ଜୀବନ ହୋଇପାରେ। ନାସା ଉପଗ୍ରହ ଚିତ୍ର ପ୍ରମାଣିତ କରିଛି ଯେ ଜାନୁଆରୀ ୨୦୨୦ ତୁଳନାରେ ଚୀନ ଏବଂ ଲସ୍ ଆଞ୍ଜେଲସ୍ ଅଞ୍ଚଳର ବାୟୁମଣ୍ଡଳରେ NOx (ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍) ସ୍ତର କୋଭିଡ-୧୯ ପରେ ସମ୍ପୂର୍ଣ୍ଣ କମ ହୋଇଛି। ଉତ୍ତର ଇଟାଲୀ, ସ୍ପେନ୍ ଏବଂ ବ୍ରିଟେନରେ ମଧ୍ୟ ସମାନ ଘଟଣା ଦେଖାଯାଉଛି। ୩୦ବର୍ଷ ପରେ ଭାରତରେ କୋଭିଡ-୧୯ ପାଇଁ ଶିଳ୍ପରେ ତାଲା ପକାଇବା ପରେ ହିମାଳୟ ଶିଖର ଜଲନ୍ଦରରୁ ଦୃଶ୍ୟମାନ ହୋଇଛି। କୋଭିଡ-୧୯ ସମୟରେ ନ୍ୟୁୟର୍କ ସହରରେ ପ୍ରଦୂଷଣ ୫୦ ପ୍ରତିଶତ ହ୍ରାସ ପାଇଛି। ୧୦୦ବର୍ଷରୁ ଅଧିକ ସମୟ ପରେ ନ୍ୟୁୟର୍କ ସହରରେ ଆମେରିକୀୟ ମଇଁଷି ଦେଖାଦେଇଛି।

ଅନୁମାନ କରାଯାଉଛି ଯେ କୋଭିଡ-୧୯ ପାଇଁ କାର୍ବନ ଡାଇଅକ୍ସାଇଡ୍ ଏ ବର୍ଷ ସ୍ତର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୃଦ୍ଧି ସ୍ତରକୁ ଖସିପାରେ। ବିଶ୍ଵବ୍ୟାପୀ ପ୍ରଦୂଷଣ ବିକିରଣ ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏଥିସହିତ, ଅନୁମାନ କରାଯାଉଛି ଯେ କୋଭିଡ-୧୯ ପରେ ବିଶେଷ ଭାବରେ ଟେକ୍ନୋଲୋଜି ଏବଂ ସେବାଭିତ୍ତିକ ଶିଳ୍ପରେ ବହୁତ ଚାକିରି ହ୍ରାସ ହେବ। ଏହା ମୁଖ୍ୟତଃ ସମାଜ ଉପରେ କୁପ୍ରଭାବ ପକାଇବ। ଏହା ସମ୍ଭବ ଯେ ଲୋକମାନେ ମୂଳ ଆଡ଼କୁ ଚାହିଁପାରନ୍ତି ଏବଂ ସ୍ଥାନୀୟ ଭାବରେ ଉତ୍ପାଦିତ ଦ୍ରବ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ଗୁରୁତ୍ୱ ଦେଇ ବିଶ୍ୱସ୍ତରୀୟ ପରିବର୍ତ୍ତେ ସ୍ଥାନୀୟ ଭାବିପାରନ୍ତି। କୋଭିଡ-୧୯ର ପରବର୍ତୀ କାଳରେ ଏହିପରି ଘଟଣା ଘଟିବ କି ନାହିଁ ତାହା ସଠିକ ନ ଥିଲେ ବି ଏହା  ନିଶ୍ଚିତ ଯେ ପରିବେଶ, ଅର୍ଥନୀତି, ଭ୍ରମଣ, ବ୍ୟବସାୟ ଏବଂ ଶାସନ ଆଗଭଳି ନ ହୋଇ ଭିନ୍ନ ରୂପ ନେବ।

Share post:

Popular

RELATED
Related

உண்ண வேண்டும் மற்றும் என்ன தவிர்க்க வேண்டும்? | Healthy Lung: What to eat & avoid? |Dr P M Anbumaran

#HealthyLungs #TamilHealthTips #YouTubeShorts Subscribe Now & Live a Healthy Life! ஸ்வஸ்த்யா பிளஸ் நெட்வொர்க் மருத்துவ ஆலோசனையை வழங்கவில்லை. ஸ்வஸ்த்யா பிளஸ் நெட்வொர்க்கில் உள்ள உள்ளடக்கம் தகவல் நோக்கங்களுக்காக மட்டுமே, மேலும் இது ஒரு மருத்துவர்/சுகாதார நிபுணரின் தொழில்முறை தீர்ப்புக்கு மாற்றாக இல்லை. உங்கள் உடல்நலக் கவலைகளுக்கு எப்போதும் தகுதிவாய்ந்த சுகாதார நிபுணரின் ஆலோசனையைப் பெறவும். Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Tamil at [email protected] Swasthya Plus Tamil is an emerging destination serving you with Health Tips in Tamil on health, hygiene, nutrition, lifestyle, and more!

ಬುದ್ಧಿವಂತಿಕೆಯ ಹಲ್ಲುಗಳ ಬೆಳವಣಿಗೆಯ ಚಿಹ್ನೆಗಳು | Signs of Wisdom Teeth growth | Dr Vanishree M K

#WisdomTeeth #KannadaHealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusKannada For feedback and business inquiries/ organise a doctor interview, contact Swasthya Plus Kannada at [email protected] Swasthya Plus Kannada is an emerging destination serving you with Health Tips in Kannada on health, hygiene, nutrition, lifestyle, and more!

চিবানোর সমস্যাযুক্ত বয়স্কদের জন্য খাবার | Foods for Elderly with chewing difficulty | Sumana Pal

#ElderlyDiet #SeniorCitizenDiet #BanglaHealthTips #YouTubeShorts Subscribe Now & Live a Healthy Life! স্বাস্থ্যপ্লাস নেটওয়ার্ক মেডিকেল সম্পর্কিত কোন উপদেশ দেয় না। স্বাস্থ্যপ্লাস নেটওয়ার্কের বিষয়বস্তু শুধুমাত্র তথ্য প্রদান করা এবং এইটা কোনভাবেই একজন ডাক্তার/পেশাগত স্বাস্থ্যকর্মীর সিদ্ধান্তের বিকল্প নয়। আপনার স্বাস্থ্য সম্পর্কিত যেকোন প্রয়োজনে সবসময় পেশাগত স্বাস্থ্যকর্মীর পরামর্শ গ্রহণ করুন। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusBangla) For feedback and business inquiries/ organise a doctor interview, contact Swasthya Plus Bangla at [email protected] Swasthya Plus Bangla, the leading destination serving India & Bangladesh with Health Tips in Bangla on health, hygiene, nutrition, lifestyle, and more!

बुरशीचा संसर्गावर उपचार कसा होतो? | Treatment of Fungal Infection | Dr Vrushali Salve | #Shorts

#FungalInfection #MarathiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क वैद्यकीय सल्ला देत नाही. स्वास्थ्य प्लसवर असलेली माहिती फक्त माहितीच्या उद्देशांनी दिली आहे व ही माहिती डॉक्टरांच्या सल्ल्याला पर्यायी ठरत नाही. तुमच्या आरेग्याच्या समस्यांसाठी एका पात्र वैद्याचा सल्ला घ्यावा. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusMarathi For feedback and business inquiries/ organise a doctor interview, contact Swasthya Plus Marathi at [email protected] Swasthya Plus Marathi, the leading destination serving you with Health Tips in Marathi on health, hygiene, nutrition, lifestyle, and more!