ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

corona

ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁଜନିତ ସଂକ୍ରମଣରୁ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ, ଏବେ ସେ ଉପରେ ସମସ୍ତେ ନିଜ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଲୋକମାନେ ପରିଷ୍କାର ଭାବେ ନିଜ ହାତକୁ ଧୋଇବାଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା ପର୍ଯ୍ୟନ୍ତ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଏହା ସହିତ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଉପାୟଗୁଡିକ ମଧ୍ୟ ଆପଣାଉଛନ୍ତି, ଯେପରିକି ହାତ ଗୋଡ଼ ଚାରିଆଡେ ସାନିଟାଇଜର୍‌ ରଗଡୁଛନ୍ତି ବା ନିଜର ଇମ୍ୟୁନିଟି ବୃଦ୍ଧି କରିବା ମେଡିକାଲ୍‌ ସପ୍‌ରୁ ଭିଟାମିନ୍‌ ସି ଟାବ୍‌ଲେଟ୍‌ କିଣି ଖାଉଛନ୍ତି ବା ଭିଟାମିନ୍‌ ସି ଥିବା ଫଳ, ପରିବା ଆଦି କିଣି ଖାଉଛନ୍ତି । ହେଲେ, ବାସ୍ତବରେ କ’ଣ ଏହିପରି କରି ଆମେ କରୋନାଠାରୁ ସୁରକ୍ଷିତ ରହିପାରିବା? ଆମେ ଆପଣଙ୍କୁ ଏପରି କିଛି ମିଥ୍‌ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ କରୋନାଠାରୁ ସୁରକ୍ଷିତ ରହିବା ପାଇଁ ସଠିକ୍‌ ବୋଲି ମନେକରୁଛନ୍ତି। ତାହାହେଲେ ଆସନ୍ତୁ ଜାଣିବା ଏହି କେତେକ ଗୃହୀତ ମିଥ୍ୟା ଓ ଏହାର ସତ୍ୟତା ବିଷୟରେ।

corona awareness

ମିଥ୍ୟା : ଯେକୌଣସି ବାୟୁଜନିତ ରୋଗରୁ ନିଜକୁ ବଞ୍ଚେଇବା ପାଇଁ ଏକ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ଲଗାଯିବା ଉଚିତ?

ସତ୍ୟତା: ଇନ୍‌ଫ୍ଲୁଏଞ୍ଜା ଓ ଅନ୍ୟ ବାୟୁଜନିତ ସଂକ୍ରମଣ ଯେପରିକି କରୋନା ଭୂତାଣୁଜନିତ ସଂକ୍ରମଣକୁ ରୋକିବା ପାଇଁ ମାସ୍କ କେତେଦୂର ପ୍ରଭାବଶାଳୀ ହୋଇଥାଏ, ସେ ବିଷୟରେ ବହୁତ ଅଧ୍ୟୟନ କରାଯାଇଛି। ତଥାପି, ମାସ୍କ ବ୍ୟବହାର ସଂକ୍ରମଣକୁ ରୋକିବାରେ କେତେଦୂର ସମର୍ଥ ଅଟେ ସେ ବିଷୟରେ ଏବେ ମଧ୍ୟ ଯୁକ୍ତି ଚାଲିଛି। ଅଧିକନ୍ତୁ, ସୁସ୍ଥ ବ୍ୟକ୍ତିମାନେ ଏହାର ବ୍ୟବହାର କରିବା ଜରୁରୀ କି ନୁହେଁ, ତାହା ମଧ୍ୟ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନି।

ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଏଣ୍ଡ ପ୍ରିଭେନ୍‌ସନ୍‌ ମୁତାବକ କୋଭିଡ୍‌-୧୯ ତଥା ଅନ୍ୟ ଶ୍ୱାସ ସମ୍ବନ୍ଧିୟ ରୋଗକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। କରୋନାଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ନିଜ ହାତକୁ ଭଲଭାବେ ବାରମ୍ବାର ଧୋଇବା। ସେହିପରି କାଶିବା, ଛିଙ୍କିବା ବେଳେ ନିଜ ମୁହଁକୁ ଘୋଡାଇ ରଖନ୍ତୁ। ଏହାସହିତ ନିଜର ମୁହଁ, ନାକ ଆଦି ସ୍ଥାନକୁ ବାରମ୍ବାର ହାତରେ ଛୁଅନ୍ତୁ ନାହିଁ।

gloves

ମିଥ୍ୟାକୀଟାଣୁ ଓ ଜୀବାଣୁ ଠାରୁ ସୁରକ୍ଷିତ ରହିବା ପାଇଁ ହାତରେ ଗ୍ଲୋଭ୍‌ସ ପିନ୍ଧିବା ଉଚିତ?

ସତ୍ୟତା: କୀଟାଣୁ ଓ ଜୀବାଣୁଠାରୁ ସୁରକ୍ଷିତ ରହିବା ପାଇଁ ସର୍ଜିକାଲ୍‌ ଗ୍ଲୋଭ୍‌ସ ପିନ୍ଧିବା ଏକ ଉତ୍ତମ ବିଚାର ଅଟେ, ଯାହା ଫଳରେ ଆପଣଙ୍କ ହାତ ଏହି ଅଣୁଜୀବଗୁଡିକର ସଂସ୍ପର୍ଶରେ ଆସିବନାହିଁ। ହେଲେ, ଆପଣଙ୍କ ହାତ ଭଳି ଏହି ଗ୍ଲୋଭ୍‌ସଗୁଡିକରେ ମଧ୍ୟ କରୋନା ଭୂତାଣୁ ରହିପାରିବେ। ଯଦି ଆପଣ ଗ୍ୱୋଭ୍‌ସ ପିନ୍ଧି ନିଜର ମୁହଁ,ନାକ ବା ଆଖିକୁ ସ୍ପର୍ଶ କରନ୍ତି ତେବେ ଆପଣ ସଂକ୍ରମିତ ହେବା ସମ୍ଭାବନା ରହିଛି। ଏଣୁ ସାବୁନ୍‌ରେ ପରିଷ୍କାର ଭାବେ ଦିନରେ ବାରମ୍ବାର ହାତ ଧୋଇବା ହେଉଛି ସବୁଠାରୁ ଉତ୍ତମ ଉପାୟ। ସେହିପରି ଯଦି ଆପଣ ଗ୍ଲୋଭ୍‌ସ ବ୍ୟବହାର କରଛନ୍ତି ତେବେ ବାହାରୁ ଆସିବା ପରେ ନିଜର ଗ୍ଲୋଭ୍‌ସଗୁଡିକୁ ଭଲଭାବେ ଧୋଇବାକୁ ଭୂଲନ୍ତୁ ନାହିଁ।

ମିଥ୍ୟା: ଭିଟାମିନ ସି ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରିବାରେ ସହାୟକ ହେବ?

ସତ୍ୟତା: ଫଳରେ ମହଜୁଦ ଥିବା ଭିଟାମିନ୍‌ ସି ମନୁଷ୍ୟର ରୋଗ ପ୍ରତିରୋଧ ଶକ୍ତିକୁ ମଜବୁତ କରିଥାଏ। ଏଣୁ ସାଧାରଣ ଥଣ୍ଡା, ସର୍ଦ୍ଦି ହୋଇଥିଲା ଭିଟାମିନ ସି ଥିବା ଫଳ ଖାଇବାକୁ ବା ଏହାର ରସ ପିଇବାକୁ କୁହାଯାଏ। ହେଲେ ଏହା ଦ୍ୱାରା କରୋନା ଦ୍ୱାରା ସଂକ୍ରମିତ ହେବା ସମ୍ଭାବନା କମ୍‌ ହୋଇଯିବ ତାହ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନି।