ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

ଆମେରିକାର ପ୍ରବାସୀ ଓଡ଼ିଆ ଡାକ୍ତର ତଥା ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ପ୍ରେସିଡେଣ୍ଟ ଡାକ୍ତର ପିନାକୀ ପାଣିଗ୍ରାହୀଙ୍କ ସହ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସ୍ଵତନ୍ତ୍ର ସାକ୍ଷାତକାର ଆସନ୍ତୁ ଜାଣିବା ମହାମାରୀ କରୋନା ଭାଇରସ୍ ନିୟନ୍ତ୍ରଣ ପାଇଁ ମୁଖ୍ୟତଃ ପରାମର୍ଶ ଦେଉଛନ୍ତି ଏହି ବିଶିଷ୍ଟ ଓଡ଼ିଆ ପବ୍ଲିକ ହେଲଥ୍ ଏକ୍ସପର୍ଟ

Dr Pinaki Panigrahi - President AIPH University

ବର୍ତ୍ତମାନ କରୋନା ଭାଇରସ୍କୁ ନେଇ ଭାରତବର୍ଷରେ ଏବଂ ସାରା ପୃଥିବୀରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ଲୋକଙ୍କ ମନରେ ଭୟ ରହିଛି କିନ୍ତୁ କରୋନାର ମୁକାବିଲା ପାଇଁ ପ୍ରତ୍ୟେକ ସ୍ତରରେ, ସରକାରଙ୍କ ସ୍ତରରେ ଏବଂ ସାଧାରଣରେ ମଧ୍ୟ ସଚେତନତା ରହିଛି ମନେହେଉଛି ଯେ ଓଡ଼ିଶାରେ ହୁଏତ କରୋନା କମ୍ୟୁନିଟି ବା ଗୋଷ୍ଠୀ ସଂକ୍ରମଣର ରୂପ ନେବା ଆରମ୍ଭ କରିଛି ବିଶେଷକରି ଭୁବନେଶ୍ଵରରେ ରାଜ୍ୟର ପାଞ୍ଚ ନମ୍ବର କରୋନା ପଜିଟିଭ୍କେସ୍ ଚିହ୍ନଟ ହେବା ପରେ ଏହି ବିଷୟକୁ ନେଇ ଆଲୋଚନା କରାଯାଉଛି କହିବେ?

ଦେଖନ୍ତୁ ପ୍ରାୟ ଗୋଟିଏ ସପ୍ତାହ ତଳେ, ଯାହା ଅଫିସିଆଲ ରିପୋର୍ଟ ନ ହେଲେ ବି ଯାହା ଅନ୍ୟ ପ୍ରେସ୍‌ରୁ ଶୁଣାଯାଇଥିଲା, ଗୋଟେ ଦୁଇଟା କେସ୍ ରିପୋର୍ଟ ହୋଇଥିଲା ସେଥିରୁ ଜଣାପଡ଼ୁଥିଲା ଯେ କମ୍ୟୁନିଟି ସ୍ପ୍ରେଡ୍ ଆରମ୍ଭ ହୋଇଛି। କିନ୍ତୁ କନଫ୍ରମ୍ କେସ୍ ଥାଉ ବା ନଥାଉ ଅନେକଗୁଡ଼ାଏ ଜିନିଷ ଆମକୁ ଏଭିଡେନ୍ସ ବେସ୍‌ରେ ଯିବାକୁ ପଡ଼ିବ। କିଛି କମନ୍ ସେନ୍ସ, କିଛି କ୍ଲିନିକାଲ୍ କେସ୍ ୟୁଜ୍ କରି ବି ଭାବିବାକୁ ପଡ଼ିବ ଯେ ଏହି ରୋଗ କେଉଁଆଡକୁ ଯାଉଥାଇପାରେ।

ତେଣୁ ଏହା ଭାରତବର୍ଷରେ ଯେଉଁ ପ୍ରକାର ଆରମ୍ଭ ହୋଇଛି ଆଉ ଇନଫେକ୍ସନ ହୋଇଛି ସେଥିରେ କମ୍ୟୁନିଟ୍ ସ୍ପ୍ରେଡ୍ ନ ହୋଇଥିଲେ ବି ଆମର କୌଣସି କାରଣ ନାହିଁ ଯେ ଭାବିବାକୁ ସେଇଟା କମ୍ୟୁନିଟି ସ୍ପ୍ରେଡ୍ ହେବନି। ବର୍ତ୍ତମାନ ଆପଣମାନେ ଯଦି କୌଣସି କ୍ଷେତ୍ରରେ ଗୋଟାଏ କେସ୍‌ରେ କଣ୍ଟାକ୍ଟ ସୋର୍ସ ପାଉନାହାନ୍ତି ସେଇଟା ହୁଏତ ପ୍ରଥମ ସୂଚନା ଦେଉଥାଇପାରେ ଯେ ସେଇଟା କମ୍ୟୁନିଟି ଇନଫେକ୍ସନ ହେଉଛି।

is the best way to contain the spread of COVID-19 Coronavirus outbreak, says global public health expert NRI Dr Pinaki Panigrahi, an Interview by Nilambar Rath, Editor Odisha Live

କମ୍ୟୁନିଟି ଇନଫେକ୍ସନକୁ ଆସିଗଲା ପରେ ବର୍ତ୍ତମାନ ସରକାରଙ୍କର ସବୁଠାରୁ ବଡ଼ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହେବ?

ଆମେରିକାରେ କମ୍ୟୁନିଟି ସ୍ପ୍ରେଡ୍ ଅନେକ ଦିନରୁ ଆରମ୍ଭ ହେଲାଣି। ବର୍ତ୍ତମାନ ଯଦି ଆପଣ ଦେଖିବେ, ପ୍ରିପେଡନେସ୍ ଯାହାକୁ କୁହାଯାଏ, ଯେଉଁଥିପାଇଁ କି ଆମେରିକାରେ ପବ୍ଲିକ୍‌ ହେଲ୍‌ଥରେ ବହୁତ ପଇସାପତ୍ର ଖର୍ଚ୍ଚ ହୁଏ, ସମସ୍ତଙ୍କୁ ଶିଖାଯାଏ, ସମସ୍ତେ ଜାଣନ୍ତି। କିନ୍ତୁ ଲିଡରସିପ୍‌ର ଅଭାବ ଯୋଗୁଁ ବର୍ତ୍ତମାନ ଆମେରିକାର ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ବିଗିଡ଼ିଯାଇଛି ବୋଲି ଆପଣ କହିପାରନ୍ତି। ଆଉ ତାହାର ଗୋଟିଏ ପୂରା ଅନ୍ୟ ପଟରେ ରହିଛି ଭାରତ ଏବଂ ଆମ ରାଜ୍ୟ ଓଡ଼ିଶା। ଆମର ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟର ହେଉ ବା ରାଜ୍ୟର ଲିଡରସିପ୍ ସେଥିରେ ଯାହା ସମ୍ଭବ କରାହେଇଛି।

କହିବାର ଉଦ୍ଦେଶ୍ୟ ହେଉଛି ଯେଉଁଠି ଯେତେବେଳେ କମ୍ୟୁନିଟି ଇନଫେକ୍ସନ ହୋଇଛି ସେତେବେଳେ ସେଠାରେ ତାକୁ କିଭଳି ମୁକାବିଲା କରାଯାଇଛି। ଧରନ୍ତୁ କୋରିଆ। କୋରିଆର ଶ୍ରେଷ୍ଠ ଉଦାହରଣ ହେଉଛି ଯେ, ସେମାନେ ଯୋଉ ମୁହୂର୍ତ୍ତରେ ଜାଣିଲେ କମ୍ୟୁନିଟି ସ୍ପ୍ରେଡ୍ ହେଲା (ଜାନୁଆରୀ ୧୯, ଯୋଉଦିନ ଆମେରିକା ବି ଜାଣିଲା) ସେମାନେ ସାଙ୍ଗେ ସାଙ୍ଗେ ସେମାନଙ୍କର ଟେଷ୍ଟ ଆରମ୍ଭ କଲେ। ଡାଇଗ୍ନୋଷ୍ଟିକ୍ ଟେଷ୍ଟ। ସେମାନେ କମ୍ୟୁନିଟରେ ଯେତେ ଅଧିକା ସମ୍ଭବ ଟେଷ୍ଟ କଲେ।

ଅବଶ୍ୟ ତାଙ୍କର ଜନସଂଖ୍ୟା ବହୁତ କମ୍। ଆମର ଭାରତରେ ବି ଟେଷ୍ଟ ଆରମ୍ଭ ହେଲାଣି। କିନ୍ତୁ ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଲକ୍ ଡାଉନ୍ ଆରମ୍ଭ କରାଯାଇନି, ଯୋଉଟା କି ଆମର ସେଠିକାର ପ୍ରଶାସନ ଅନେକ ଦିନ ଆଗରୁ କରିସାରିଛି। ଲକ୍‌ଡାଉନ୍ କେବଳ ଲୋକଙ୍କୁ ଘର ଭିତରେ ରହିବାକୁ କହିଲେ ହେବ ନାହିଁ, କିନ୍ତୁ ଯେପରିକି ଆମର ଫ୍ଲାଇଟ ବନ୍ଦ ହୋଇଛି, ଆମର ରେଲ୍ ସିଷ୍ଟମ୍, ବସ୍ ସିଷ୍ଟମ ବନ୍ଦ ହୋଇଛି ତାହା କରିବା ଜରୁରୀ। ଏହା କରିବା ଫଳରେ ଯଦିଓ କମ୍ୟୁନିଟିରେ ଇନଫେକ୍ସନ ଯାଇଛି ସେଇଟା କିନ୍ତୁ ସେଇଠି ସେମିତି ସୀମିତ ହୋଇ ରହିବ।

india lockdown

କରୋନା ଭଳି ଗୋଟେ ମହାମାରୀକୁ ରୋକିବା ପାଇଁ ଲକ୍ଡାଉନ୍ ସବୁଠାରୁ ବଡ଼ ସମାଧାନ କି?

ନିଶ୍ଚିତ ଭାବେ। ଲକଡାଉନ୍ ସବୁଠୁ ବଡ଼ ସମାଧାନ। ତା’ ସାଙ୍ଗେ ସାଙ୍ଗେ ଆମକୁ ଟେଷ୍ଟିଙ୍ଗ୍ ବି କରିବାକୁ ପଡ଼ିବ। କିନ୍ତୁ ଏ ଲକ୍‌ଡାଉନ୍ ଆପଣଙ୍କୁ ମାସ ମାସ କି ବର୍ଷ ବର୍ଷ କରିବାକୁ ପଡ଼ିବନି। ବାସ୍ତବରେ ଯଦି ଦୁଇ ସପ୍ତାହ ଷ୍ଟ୍ରିକ୍ଟଲି ଲକ୍‌ଡାଉନ୍ କରାଯାଏ ତାହାହେଲେ ଯୋଉଠି ଇନଫେକ୍ସନ ଥିବ ତାହା ସୀମିତ ହୋଇ ରହିବ।

ଧରନ୍ତୁ ଆପଣଙ୍କ ପରିବାରରେ ଅଛି, ଆପଣ ଇନଫେକ୍ଟେଡ୍ ଅଛନ୍ତି ବା ୫ ଜଣ ଇନଫେକ୍ଟେଡ୍ ହୋଇଛନ୍ତି ଆପଣଙ୍କ ସାହିରୁ ବା ଯେ କୌଣସି ଜାଗାରୁ; ସେମାନେ ଯଦି ସେଇଠି ରଖିବେ ଦୁଇ ସପ୍ତାହ ଭିତରେ ସମସ୍ତେ ସେଥିରୁ ତା’ ଭିତରୁ ଜଣେ ଦୁଇଜଣଙ୍କୁ ରୋଗ ହୋଇପାରେ। ତା’ ଭିତରୁ କିଛି ଜଣ ସିରିୟସ୍ ହୋଇ ଡାକ୍ତରଖାନା ଯାଇପାରନ୍ତି ବା ତା’ ଭିତରୁ କାହାର ମୃତ୍ୟୁ ବି ହୋଇପାରେ।

କିନ୍ତୁ ସେଇ ଯୋଉ ଦୁଇଜଣ ପାଞ୍ଚଜଣ ବା ଦଶଜଣଙ୍କଠାରୁ ଅଧିକ ଯିବନି। ଯଦି ସେଇଟା ଆପଣ ନ କଲେ, ତେବେ ସେଇଟା ପାଞ୍ଚଜଣଙ୍କ ଜାଗାରେ ୧୦ ଜଣ ବା ୫୦ ଜଣଙ୍କ ପାଖକୁ ଯିବ କି? ଉତ୍ତର ନା, ସେଇଟା ସାଙ୍ଗେ ସାଙ୍ଗେ୍ ଏକ୍ସପୋନିସିଆଲି ବଢ଼ିବ। ଅର୍ଥାତ୍‌ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ଯିବ। ଆଉ ସେହି ସମୟରେ ତାକୁ ରୋକିବାର କୌଣସି ଉପାୟ ନଥିବ।

dr pinaki panigrahi AIPH University

ଆପଣଙ୍କର ମନେହେଉଛି ଯେ କି ଇଟାଲିରେ, ଜର୍ମାନୀରେ ବା ଆମେରିକାରେ ଯୋଉଭଳି ଅବସ୍ଥା ସୃଷ୍ଟି ହୋଇଛି କମ୍ୟୁନିଟି ସ୍ପ୍ରେଡକୁ ନେଇ ଭାରତରେ ତାହା ହେବ ନାହିଁ? ଆମ ଦେଶରେ ଯୋଉ ୨୧ ଦିନିଆ ଲକ୍ଡାଉନ୍ ହୋଇଛି ଏବଂ ଆମେ ଓଡ଼ିଶାରେ ପ୍ରାୟ ଦେଖୁଛୁ କି ଅନେକ ଜାଗାରେ ଲୋକମାନେ ଭଲଭାବରେ ଲକ୍ଡାଉନକୁ ପାଳନ କରୁଛନ୍ତି, ତେଣୁ ଆମ ପାଇଁ ସେଭଳି କମ୍ୟୁନିଟି ସଂକ୍ରମଣର ଆଶଙ୍କା ନାହିଁ ?

କମ୍ୟୁନିଟି ସ୍ପ୍ରେଡ୍ ନିଶ୍ଚିତ ରହିବ। ଏଥିରେ ଗୋଟାଏ ଜିନିଷ ଦେଖିବା କଥା ଯେ, ଯୋଉମାନଙ୍କୁ ଇନଫେକ୍ସନ୍ ହେଉଛି ସେମାନେ ସମସ୍ତେ ରୋଗାକ୍ରାନ୍ତ ହେଉନାହାନ୍ତି। ଇନଫେକ୍ସନ ସେମାନଙ୍କ ଦେହକୁ ଯାଉଛି କିନ୍ତୁ ଗୋଟିଏ ଛୋଟ ପର୍ସେଣ୍ଟେଜ୍ ତା’ ଭିତରୁ ରୋଗାକ୍ରାନ୍ତ ହେବେ ଏବଂ ସାମାନ୍ୟ ଚିକିତ୍ସାରେ ବି ଭଲ ହେବେ। ଅନେକଙ୍କୁ ହସ୍ପିଟାଲକୁ ବି ଯିବାକୁ ଦରକାର ନ ପଡ଼ିପାରେ। ସମସ୍ତଙ୍କୁ ଭେଣ୍ଟିଲେଟର୍ ବି ଦରକାର ନ ପଡ଼ିପାରେ। ଅତି ଗୁରୁତର ରୋଗୀ ହେବେ ନି ସେମାନେ ।

କିନ୍ତୁ ଓଡ଼ିଶା କଥା ବା ଭାରତ କଥା ଯୋଉ ପଚାରିଲେ ନିଶ୍ଚିତ ଭାବରେ ସେଥିରେ ଗୋଟିଏ ସମସ୍ୟା ମଧ୍ୟ ରହିଛି। ଆମର ଯୋଉ ପ୍ରକାର ଜନସଂଖ୍ୟା ତା’ ଭିତରେ ସୋସିଆଲ୍ ଡିଷ୍ଟାନସିଂର ଅସୁବିଧା ରହିଛି। ତେଣୁ ସେ ଜାଗାରେ ଲକ୍‌ଡାଉନର ନିଶ୍ଚିତ ଭାବରେ ପ୍ରଭାବ ପକାଇବ।

ଜଣେ ସଂକ୍ରମିତ ଲୋକ ଯଦି ଆପଣଙ୍କ ଆଗରେ ଛିଙ୍କିବ ବା କାଶିବ ତେବେ ତା’ ନାକରୁ ଯୋଉ ସିକ୍ରେସନ୍ ବାହାରିବ ସେଥିରେ ଇନଫେକ୍ସନର ଆଶଙ୍କା ଥିବ। ସେ ଲୋକ ଯେଉଁସବୁ ଜାଗାରେ ହାତ ମାରୁ ବା ସେ ଜାଗାରେ ଆଉ ଜଣେ ହାତ ମାରନ୍ତୁ ବା ତା’ ଜାଗାରେ ୧୦ ଜଣ ୫୦ ଜଣ ହାତ ମାରିବେ ସେଇ ପ୍ରକାରରେ ଏଇ ରୋଗଟା ବ୍ୟାପିବ। ଆପଣ ମଧ୍ୟ ଜାଣିନାହାନ୍ତି ଯେ ଠିକ୍ ଭାବରେ ତା’ ଭିତରେ ସଂକ୍ରମଣ କେବେ ଆରମ୍ଭ ହେଲା ଆଉ ଯଦି ତା’ ଭିତରେ କିଛି ବାକି ଥିବ। ତେଣୁ ତାକୁ ଯଦି ଆପଣ ୨ ସପ୍ତାହ ବନ୍ଦ କରି ରଖିବେ ତା’ଠାରୁ ସଂକ୍ରମଣ ବହୁତ ଲୋକଙ୍କୁ ଡେଇଁବାର ଆଶଂକା ରହିବ ନାହିଁ। ତେଣୁ କେତେ ଦିନ ଲକ୍‌ଡାଉନ୍ କରାଯିବ ତା’ ଆମ ପାଖରେ ଥିବା ତଥ୍ୟ ଉପରେ ନିର୍ଭର କରିବ।

ତେଣୁ କରୋନା ସଂକ୍ରମଣ ନିଶ୍ଚିନ୍ତ ଭାବରେ ବଢ଼ିବ। ଆମର ଭାବିବାର ଉଚିତ୍ ନୁହେଁ ଯେ ଏଇଟା ଆରମ୍ଭରୁ କମିଯିବ। କିନ୍ତୁ ବଢ଼ିଲା ପରେ ସେ ପ୍ଲାଟୋ ବା ଗୋଟେ ସ୍ତରରେ ଅଟକିବ ଏବଂ ପରେ କମିବ। କିନ୍ତୁ ସେ ଅବସ୍ଥାରେ ସଂକ୍ରମଣ ଆମର ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କୁ ହେବ ନା ଆମେ ତାକୁ କିଛି ହଜାର ଲୋକଙ୍କ ଭିତରେ ରୋକିପାରିବା ତାହା ହେଉଛି ସବୁଠାରୁ ବଡ଼ କଥା। ସେଇଟା ହିଁ ଆମକୁ ଜଣେଇବ ଯେ ଆମେ ସେଥିରେ ସଫଳ ହୋଇଛେ କି ନାହିଁ?

corona awareness

କେତେ ପରିମାଣରେ ଟେଷ୍ଟ ହେଉଛି ସେହି ସଂଖ୍ୟା ବି କହିପାରିବ ଯେ ଆମ କମ୍ୟୁନିଟିରେ କେତେ ସଂକ୍ରମଣ ରହିଛି କି ନାହିଁ? କମ୍ ଟେଷ୍ଟ ହେଲେ ହୁଏତ ଆମକୁ କମ୍ ପଜିଟିଭ୍ ମିଳିପାରେ ଆଉ ଅଧିକା ଟେଷ୍ଟ ହେଲେ ଅଧିକା ପଜିଟିଭ୍ ମିଳିପାରିବ ଏଇଟା ଗୋଟେ ଅନୁମାନ ହୋଇପାରେ ଆପଣ କହୁଛନ୍ତି, ଯେତିକି ପରିମାଣରେ ଟେଷ୍ଟ ଭାରତରେ ବା ଓଡ଼ିଶାରେ ହେଉଛି ସେଥିରୁ ଆମେ ବାସ୍ତବ ଚିତ୍ର କଳନା କରିପାରିବା? ଜଣେ ପବ୍ଲିକ୍ ହେଲ୍ ଏକ୍ସପର୍ଟ ହିସାବରେ ଆମେରିକାରୁ ବସି ଆପଣ ଭାବୁଛନ୍ତି?

ନିଶ୍ଚିତ ଭାବରେ ତା’ର ଉତ୍ତର ହେଉଛି ‘ନା’। କାରଣ ଆମର ଜନସଂଖ୍ୟାକୁ ଚାହିଁ ଆମର ଟେଷ୍ଟ ସଂଖ୍ୟା ବହୁତ କମ୍। ତେଣୁ ଯଦି ଜାଣିବାର ଅଛି ଆମେରିକାକୁ ଦେଖନ୍ତୁ। ଏଠାରେ ଅତି କମ୍ ପରିମାଣରେ ଟେଷ୍ଟ କରାଯାଇଛି। ଏଇ ଦୁଇ ଚାରିଦିନ, ସାତଦିନ ଭିତରେ ଅଧିକ ପରୀକ୍ଷା କରାଯାଉଛି। ଆପଣ ଆମେରିକାକୁ ଦକ୍ଷିଣ କୋରିଆ ସହ ତୁଳନା କରନ୍ତୁ। ଦକ୍ଷିଣ କୋରିଆ ବାସ୍ତବରେ ପୂରା ଘରେ ଘରେ ନକଲେ ବି ଅନେକ ପରିମାଣର ଟେଷ୍ଟ କରିବାରେ ସଫଳ ହୋଇଛନ୍ତି।

ଆଉ ଗୋଟିଏ କଥା। ଧରନ୍ତୁ ଆପଣଙ୍କର କେସ୍ ପ୍ଲାଟୋ ହେବ ଆଉ କମିବ। ତା’ପରେ ଆପଣ କୋଉ ସମୟରେ ଲୋକଙ୍କୁ କହିବେ ଯେ ଠିକ୍ ଅଛି ଆପଣମାନେ କାମକୁ ଯାଆନ୍ତୁ? କୋଉ ସମୟରେ ଆପଣ ଡାକ୍ତର ଓ ଅନ୍ୟାନ୍ୟ ହେଲଥ୍ କେୟାର୍ ୱାର୍କରମାନଙ୍କୁ କହିବେ ଯେ ସେମାନେ ଗାଉନ୍ ମାସ୍କ ପିନ୍ଧି କାମ କରିବା ଦରକାର ନାହିଁ? ଆପଣ ଜାଣନ୍ତି ଯେ, ଡାକ୍ତରମାନେ କେତେବେଳେ ଖାଲି ନଥାନ୍ତି ବା ଡାକ୍ତରମାନେ କେତେବେଳେ ଆନନ୍ଦରେ ଶୋଇନାହାନ୍ତି। ଲୋକଙ୍କର ହାର୍ଟ ଆଟାର୍କ ହେଉନାହିଁ ବା ପିଲା ଜନ୍ମ ହେଉନାହାନ୍ତି ବା ମରୁନାହାନ୍ତି। ତେଣୁ ସେସବୁ ଜିନିଷ ବି ଗୋଟଇଏ ପଟେ ଚାଲିଛି ଯୋଉଟା ଲୋକମାନେ ଭୁଲି ଯାଉଛନ୍ତି। ସେଇସବୁ ଜିନିଷ ଯେତେଶୀଘ୍ର ସମ୍ଭବ ସାଧାରଣ ଅବସ୍ଥାକୁ ଫେରାଇ ଆଣିବାକୁ ପଡ଼ିବ। ସେତେବେଳେ ଆମର ଯୋଉ ଡାଇଗ୍ନୋଷ୍ଟିକ୍ କାପାବିଲିଟି ବଢ଼ିଲେ ସେଇଟା ଆମକୁ ଅନେକ ସାହାଯ୍ୟ କରିବ।

ତା’ପରେ ଜାଣିବା କଥା ଆମର ଅନେକ ଗ୍ରୁପ୍ ଭାକସିନ୍ ବା ପ୍ରତିଷେଧକ ଟୀକା ଉପରେ କାମ କରୁଛନ୍ତି। ସାଧାରଣତଃ ବର୍ଷେ ଦେଢ଼ ବର୍ଷ ବା ୭-୮ ମାସରେ ଭାକସିନ୍ ବାହାରିପାରେ। ସେହିଭଳି ଦେଶର ବା ରାଜ୍ୟର ବିଭିନ୍ନ ସ୍ଥାନରେ ଡାଇଗ୍ନୋଷ୍ଟିକ୍ ଟେଷ୍ଟ୍‌ ଲାଗି ବ୍ୟବସ୍ଥା ରହିବା ଦରକାର। ଅନେକ ଦିନ ଆଗରୁ ମୁଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ କହିଥିଲି ଯେ ବିଭିନ୍ନ ପ୍ରକାରର ଟେଷ୍ଟିଂ ଲ୍ୟାବ୍ ରହିବା ଦରକାର। ଆମେ ଅତୀତରେ ରାୟଗଡ଼ା, ଭୁବନେଶ୍ଵର ଆଉ ରାଉରକେଲାରେ ସେପସିସ୍ ବିଷୟରେ କାମ କରୁଥିଲୁ। ସେ ଧରଣର ପରୀକ୍ଷା ବ୍ୟବସ୍ଥା ଆମର ଯଦି ଥାଆନ୍ତା ତାହାହେଲେ ୭ଦିନ କି ୧୫ ଦିନ ଭିତରେ ଆମେ ଆମ ଲୋକସଂଖ୍ୟା ଅନୁପାତରେ ବିଭିନ୍ନ ସ୍ଥାନରୁ ନମୁନା ନେଇ ଅନେକ କଥା ଜାଣିପାରନ୍ତେ। ସେହି ତଥ୍ୟ ଆଧାରରେ ଆମେ ହିସବା କରିପାରନ୍ତେ ଯେ ଆମ କେଉଁ ଅବସ୍ଥାରେ ଅଛୁ।

ବର୍ତ୍ତମାନ ସୁଦ୍ଧା ଟେଷ୍ଟିଂ ରାଜ୍ୟର ଅଳ୍ପ କେତୋଟି ଜାଗାରେ ସୀମିତ ରହିଛି ତାଛଡ଼ା ସରକାର ଏବେ ଏମ୍କେସିଜି ମେଡିକାଲ୍ କଲେଜ୍, ଆଇଜିଏଚ୍ ରାଉରକେଲା ବା ବୁର୍ଲାର ଭୀମସାରରେ ଟେଷ୍ଟିଂ କରାଯାଉ ବୋଲି ଆଇସିଏମ୍ଆର୍କୁ ଅନୁମତି ମାଗିଛନ୍ତି ଆପଣଙ୍କର ମନେ ହେଉନି କି ଆମେ ସେ ଦୃଷ୍ଟିରୁ ପଛରେ ରହିଛନ୍ତି ଏବଂ ପର୍ଯ୍ୟନ୍ତ ମୁଖ୍ୟତଃ ଭୁବନେଶ୍ଵର ବା ଉପକୂଳ ଅଞ୍ଚଳରୁ ଆମେ ଅଧିକ ପଜିଟିଭ୍ କେସ୍ପାଇଛନ୍ତି ଯଦି ଆମେ ଦକ୍ଷିଣ ପଶ୍ଚିମାଞ୍ଚଳ କଥା ଭାବିବା ବା ଅନ୍ୟ ଅଞ୍ଚଳ କଥା ଭାବିବା ତେବେ ସେ ଅଞ୍ଚଳରେ ବି ପଜିଟିଭ୍ କେସ୍ ଥାଇପାରେ ହୁଏତ ତାହା ଆମ ନଜରକୁ ଆସିପାରୁ ନାହିଁ  ବର୍ତ୍ତମାନ ପାଇଁ?

ଦେଖନ୍ତୁ, ଭାରତ ହେଉ ବା ଓଡ଼ିଶା, ସମସ୍ତେ ମଣିଷ ଜାତି। ହଠାତ୍ ଆମେ ରିଆକ୍ଟିଭ୍ ହେଉ। ଯେ କୌଣସି ସମୟରେ ଗୋଟିଏ ଘଟଣା ଘଟିବ ତା’ ରେସ୍ପନ୍ସରେ ଆମେ କହିବୁ ଏଇଟା କରାଯାଉ। ମୁଁ ଏଠି ପ୍ରଶ୍ନ ପଚାରିବି ଯେ କାହିଁକି ଆପଣଙ୍କର ସବୁ ମେଡିକାଲ୍ କଲେଜରେ ଟେଷ୍ଟିଂ ନାହିଁ? ଆମର ଏଆଇପିଏଚର ଛୋଟିଆ ଲ୍ୟାବରେ ବି ପିଲାମାନେ ବିଭିନ୍ନ ପରୀକ୍ଷା କରୁଛନ୍ତି। କାରଣ ସେଥିପାଇଁ ଗୋଟିଏ ମେସିନ୍ ଦରକାର। ଗୋଟିଏ ଲାବୋରେଟୋରି ଦରକାର। ତେବେ ଏ ଧରଣର ଟେଷ୍ଟିଂ ପାଇଁ ଗୋଟିଏ ଆଇସିଏମଆର୍ ଅନୁମୋଦନ କରିବା ଦରକାର। ମୁଁ କହିବା କଥା ଯେ ବର୍ତ୍ତମାନଠୁ ଅନ୍ତତଃ ସମସ୍ତେ ଉଠିବା ଉଚିତ୍। ଆଉ ବିଭିନ୍ନ ଜାଗାରେ ଏ ସୁବିଧା ରହିବା ଉଚିତ। ଆଜି ଭାଇରାଲ୍ ରୋଗ ଅଛି, ଏ ରୋଗ ସରିବା ପରେ କାଲି ଦ୍ଵିତୀୟ ରୋଗ ବାହାରିବ, ବ୍ୟାକ୍ଟେରିଆଲ୍ ଡିଜିଜ୍ ବାହାରିବ। ଆପଣ ଇନସେଫାଲିଟିସ୍ କଥା ଶୁଣିଛନ୍ତି। ପ୍ରତି ବର୍ଷ ଆପଣ ଶୁଣୁଛନ୍ତି ଏଠି କଲେରା ହେଉଛି। ସେହିସବୁ କେଉଁଠୁ ହେଉଛି କାହିଁକି ହେଉଛି, କୋଉ ସମୟରେ ହେଲା, ଯଦି ଆପଣଙ୍କ ପାଖରେ ବ୍ୟବସ୍ଥା ଥିବ ତେବେ ଆପଣ ୫ଟା ମୃତ୍ୟୁ ପରେ ଆପଣ ତାକୁ ରୋକିପାରିବେ। କିନ୍ତୁ ଯୋଉଠି ଆପଣଙ୍କର ୫୦ କି ୧୦୦ କି ୫୦୦, ୧୦୦୦ ହେଇଯାଉଛି, ବର୍ତ୍ତମାନ ଯେମିତି କରୋନା, ତାକୁ ନେଇ ସମସ୍ତେ ଚିନ୍ତିତ। କାରଣ ଏହା ଏକ ସଂକ୍ରାମକ ରୋଗ। ତା’ର ମୃତ୍ୟୁହାର ମଧ୍ୟ ଅଧିକା। ତେଣୁ ତାକୁ ଆଖି ଆଗରେ ରଖିକି ମୁଁ କହିବି ଯେ ଆମର ସବୁ ପ୍ରକାର ଲାବୋରେଟୋରି ଫାସିଲିଟି ଏବଂ ସର୍ଭିଲେନ୍ସ ଯୋଉଟା କି ସବୁବେଳେ ବ୍ୟାକଗ୍ରାଉଣ୍ଡରେ କରିବା ଉଚିତ।

Dr Pinaki Panigrahi - President AIPH University at Field

ଡକ୍ଟର ପାଣିଗ୍ରାହୀ, କରୋନାର କୌଣସି ବିଧିବଦ୍ଧ ଚିକିତ୍ସା ନାହିଁ ତା ପ୍ରତିଷେଧକ ବର୍ତ୍ତମାନ ସୁଦ୍ଧା ବାହାରି ନାହିଁ ତା ମୁକାବିଲା ପାଇଁ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ ଖୋଲାଯାଉଛି ଯେମିତି ଆମର କିମସ୍ରେ ଖୋଲାଯାଉଛି, ସୋଆରେ ଖୋଲାଯିବ ବା କଟକର ଅଶ୍ଵିନୀ ହସ୍ପିଟାଲରେ ଉଦ୍ଘାଟନ କରାଯାଇଛି ରାଉରକେଲାରେ ଜିଲ୍ଲା ପ୍ରଶାସନ ମଧ୍ୟ ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲ୍ ସାଙ୍ଗରେ ଯୋଡ଼ିକି କରୁଛନ୍ତି ତେବେ ସବୁଠି ଏକ ବଡ ଆବଶ୍ୟକତା ହେବ ଭେଣ୍ଟିଲେଟର୍ ଆପଣ ଟିକିଏ ବୁଝାଇ କହିବେ କି ଆମେ ମୋଟାମୋଟି ଭାବରେ କରୋନାକୁ କିପରି ପରିଚାଳନା କରିବା ଦରକାର? କୋଉ କୋଉ କ୍ଷେତ୍ରରେ ଭେଣ୍ଟିଲେଟର ଦରକାର ପଡ଼େ ଏବଂ ଆମେ କେବଳ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବଢ଼ାଇଦେଲେ କରୋନାର ମୁକାବିଲା କରିପାରିବୁ କି?

କରୋନାର ଯଦି ଇନଫେକ୍ସନ ଆପଣଙ୍କର ହେଲା ତା’ ହେଲେ ଆପଣଙ୍କୁ ଭାବିବାକୁ ପଡ଼ିବ ତା’ ଭିତରୁ କୋଉମାନଙ୍କୁ ବାସ୍ତବରେ ଏହା ପ୍ରଭାବିତ କରିବ। ପ୍ରଭାବ ମାନେ ଆପଣଙ୍କୁ ସାଧାରଣତଃ ଟିକେ ଜର ହେବ। ଟିକେ ଛିଙ୍କ ହୋଇପାରେ। ନାକରୁ ପାଣି ବୋହିପାରେ। ଆପଣ ଭଲ ହୋଇଯିବେ। ଆପଣ ଦେଖିବେ କରୋନାରେ ବିଭିନ୍ନ ଦେଶରେ କୋଉଠି କୋଉ ପ୍ରକାରର ମୃତ୍ୟୁ ହାର ହେଉଛି ସେଥିରୁ ଆପଣ ଜାଣିପାରିବେ ଯୋଉଠି ବୟସ୍କ ଲୋକ ଅଧିକା ଅଛନ୍ତି ସେଠାରେ ମୃତ୍ୟୁହାର ବହୁତ ଅଧିକ।

DR PINAKI PANIGRHAHI

ଏଇ ରୋଗ ଆମର ପିଲାମାନଙ୍କୁ ହେଉଛି, ବୟସ୍କମାନଙ୍କୁ ହେଉଛି ଆଉ ଯୋଉମାନଙ୍କ ବୟସ ଅତ୍ୟଧିକ ସେମାନଙ୍କୁ ବି ହେଉଛି। ମୁଁ ଆଗରୁ କହିଛି ଯେ ଆପଣ ଦେଖନ୍ତୁ ଇଟାଲିରେ ସମସ୍ତେ ବ୍ୟତିବ୍ୟସ୍ତ ହୋଇ ଯାଉଛନ୍ତି। ସେଠି ୧୧ରୁ ୧୨ ପ୍ରତିଶତ ମୃତ୍ୟୁହାର। କିନ୍ତୁ ସେ ଦେଶର ଜନସଂଖ୍ୟାର ଯଦି ଆପଣ ହାରାହାରି ବୟସ ଦେଖିବେ ତେବେ ତାହା ହେବ ୪୭ ବା ୪୮। ଆମେରିକାରେ ଯଦି ଆପଣ ଦେଖିବେ ଏଇ ହିସାବରେ ୩୮ (ଅର୍ଥାତ୍‌ ୧୦ କମ୍)। ଭାରତ ସୌଭଗ୍ୟକ୍ରମେ ହେଉଛି ଏକ ୟଙ୍ଗ କଣ୍ଟ୍ରି। ଏଠାରେ ହାରାହାରି ବୟସ ହେଉଛି ୨୬/୨୭।

ଯଦି ଆପଣ କେବଳ ବୟସ ଉପରେ ଭାବି ଦେଖିବେ ତେବେ ଆମର ମୃତ୍ୟୁହାର କମ୍ ହେବ। ବହୁତ ଲୋକଙ୍କୁ ଆମର ସଂକ୍ରମଣ ହେଲେ ବି ସେମାନେ ରୋଗାକ୍ରାନ୍ତ ହେବେନି କି ହସ୍ପିଟାଲ୍ ଯିବା ମଧ୍ୟ ଦରକାର ହେବ ନାହିଁ। ତା’ ପରେ ଯୋଉ କହିଲେ କୋଭିଡ୍ ହସ୍ପିଟାଲ୍ ଆମର କରାଯାଇଛି, ସେଥିରେ ଯେ ସମସ୍ତଙ୍କୁ ଭେଣ୍ଟିଲେଟର ଦରକାର ହେବ ତାହା ବି ଭାବିବା ଅନୁଚିତ। ଯୋଉମାନେ ଅତ୍ୟନ୍ତ ଭାବରେ ଗୁରୁତର ହେବେ, ଯାହାର ଅନ୍ୟାନ୍ୟ ପ୍ରି ଏକଜିଷ୍ଟିଙ୍ଗ୍ କଣ୍ଡିସନ୍ ଥିବ, ସେମାନଙ୍କର ଭେଣ୍ଟିଲେଟର ଦରକାର ହେବ। କିନ୍ତୁ ସେ ସଂଖ୍ୟାଟା ବହୁତ କମ୍। ଅବଶ୍ୟ ସବୁକଥା ନିର୍ଦ୍ଦିଷ୍ଟ ଭାବେ କହିହେବନି କାରଣ ଏ ରେଗଟା ନୂଆ।

ଚାଇନାରେ କ’ଣ ହେଇଥିଲା କି କ’ଣ ନ ହେଇଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଆମକୁ ଜଣାନାହିଁ। ସେମାନେ ଯେତିକି ଜଣାଉଛନ୍ତି ସେତିକି ବାହାର ଦେଶ ଦେଖୁଛି। ଇଟାଲିରୁ, ଆମେରିକାରୁ ଯୋଉ ସବୁ ବହୁ କେସ୍‌ ହୋଇଛି ଆମେ ଅଧିକରୁ ଅଧିକ ଜାଣିପାରିବା ଯେ ଏଇ ରୋଗଟା କ’ଣ। ଏପର୍ଯ୍ୟନ୍ତ ଆମେ କିଛି ଜାଣିନେ।

ମୁଁ ଶୁଣିଲି ରେଲ୍ କାରକୁ ବା ବଗିଗୁଡ଼ିକ ମଧ୍ୟ କରାଯାଇଛି ହସ୍ପିଟାଲ୍। ତାହା ହେଉଛି ଏକ ସୁନ୍ଦର ଆଇଡିଆ। ଭାବନ୍ତୁ ଦିଲ୍ଲୀରେ ବହୁତ କେସ୍ ହୋଇଛି, ଆପଣ ୧୫ ଦିନ ପରେ ଦେଖିବେ ମଧ୍ୟପ୍ରଦେଶରେ କେସ୍ ବଢ଼ିଯାଇଛି। ସେଠି ହସ୍ପିଟାଲ୍ ନାହିଁ। ୫ ହଜାର କି ୫୦ ହଜାର ଭେଣ୍ଟିଲେଟର ଦିଲ୍ଲୀରେ ଥିଲେ ଆପଣ କ’ଣ କରିବେ? ସେଠି କମିଯାଇଥିବ ୧୫ ଦିନ ପରେ। ସେଇ ଟ୍ରେନ୍ ୫୦ ଭେଣ୍ଟିଲେଟର ନେଇ ମଧ୍ୟପ୍ରଦେଶ ଯାଇପାରିବ ଯେଉଁଥିରେ ଚିକିତ୍ସା କରାଯାଇପାରିବ।

covid

ପ୍ରଥମ କଥା ହେଉଛି ସେଇ ଯୋଉ କୋଭିଡ୍ ହସ୍ପିଟାଲ୍ ହୋଇଛି ସେଥିରେ ମୁଖ୍ୟତଃ  କ୍ଵାରେଣ୍ଟାଇନ୍ ହେବେ। େେଇ ରୋଗୀମାନେ ଯେମିତି ଅନ୍ୟମାନଙ୍କୁ ସଂକ୍ରମିତ କରିବେନି। ମୁଁ ବି ଆମର ହେଲ୍ଥ ଡିପାର୍ଟମେଣ୍ଟ ସହିତ କଥା ହେଲାବେଳେ ପ୍ରଥମଥର କହିଥିଲି ଯେ ଯୋଉମାନଙ୍କୁ ଚିକିତ୍ସା କରାହେଉଛି, ଯିଏ ଜ୍ଵର, ଛିଙ୍କ କାଶ ପାଇଁ ବି ଆସୁଛନ୍ତି ସେମାନଙ୍କୁ ଅଲଗା ଯାଗାରେ ପ୍ରଥମେ ସ୍କ୍ରିନିଂ କରାଯାଉ। ସେମାନେ ଯେମିତି ଆମ ଡାକ୍ତରମାନଙ୍କୁ, ନର୍ସମାନଙ୍କୁ ସଂକ୍ରମିତ ନ କରନ୍ତୁ। ତେଣୁ ଏଇ ଜାଗାରେ ଯେତେବେଳେ ଟେଷ୍ଟିଂ କରାହେବ ବା କେହି ସଂଦିଗ୍ଧ ବାହାରିବେ ସେତେବେଳେ ସେମାନଙ୍କୁ ଅଲଗା କରି ଦିଆଯିବ। ଅନ୍ତତଃ ଆମେ ଜାଣିବୁ ଯେ ସେମାନେ ଅନ୍ୟ ରୋଗୀମାନଙ୍କୁ ସଂକ୍ରମିତ କରିବେନି ବା ଅନ୍ୟ ଡାକ୍ତର, ହେଲଥ୍ କେୟାର କର୍ମଚାରୀଙ୍କୁ ସଂକ୍ରମିତ କରିବେନି। ତା’ପରେ ସାଧାରଣ ଯାହାସବୁ ଚିକିତ୍ସା ଅଛି, ଯାହା ସାଧାରଣ ଭାଇରାଲ୍ ଡିଜିଜରେ ଦିଆଯାଏ ତାହା ଚାଲିବ।

ଏମିତିରେ ଅନେକ ରୋଗୀ ନିଜେ ନିଜେ ଠିକ୍ ହୋଇଯିବେ, ସେମାନଙ୍କୁ ଖାଲି ସପୋଟ୍‌ ଥେରାପି ଦିଆଯିବ। ତା’ପରେ ଯୋଉମାନଙ୍କ ପାଇଁ କିଛି ଦିନ ପାଇଁ ଭେଣ୍ଟିଲେଟର୍ ଦରକାର ହେବ ମୁଁ ଭାବୁଛି ସେମାନଙ୍କ ପାଇଁ ଭେଣ୍ଟିଲେଟର ଥିବ। ଗୋଟେ ଜାଗାରେ ନଥିଲେ ଆଉ ଗୋଟିଏ ଜାଗାରୁ ଆସିବ। ମୁଁ ଓଡ଼ିଶା ପାଇଁ ଭାବେ ଯେ ବର୍ତ୍ତମାନ ଆମର ଯଥେଷ୍ଟ ବ୍ୟବସ୍ଥା ରହିଛି। ମୁଁ ଶୁଣୁଛି ଯାହା ବି ଆମର ପ୍ରଶାସନ ମଧ୍ୟ ବେଶ୍‌ ତତ୍ପର ରହିଛନ୍ତି।