ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

ମାରାତ୍ମକ ଭାଇରସ କରୋନା ସହ ସଂଗ୍ରାମ କରୁଛନ୍ତି ବ୍ରିଟେନର ଜେସି କ୍ଲାର୍କ। କରୋନା ସଂକ୍ରମତି ହେବା ପରେ ତାଙ୍କୁ ଅନେକ କଷ୍ଟ ହେଉଛି। ସେ ଠିକ୍ ଭାବରେ ଚଲାବୁଲା କରି ପାରୁନାହାନ୍ତି।  କଷ୍ଟ ହେଉଥିଲେ ସେ କରୋନା ଯୁଦ୍ଧରେ ହାର ମାନି ନାହାନ୍ତି। କରୋନା ସହ ସଂଗ୍ରାମକୁ ନେଇ କହିଛନ୍ତି ନିଜ କାହାଣୀ।

ସାରା ବିଶ୍ଵରେ କୋରାନା ଭାଇରସ ମହାମାରୀ ରୂପ ନେଇଛି। ଏହି ମାରାତ୍ମକ ଭାଇରସକୁ ନେଇ ଲୋକେ ଭୟରେ ରହିଛନ୍ତି। ପ୍ରତିଦିନ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିଛି ଲୋକ ଏହି ମାରାତ୍ମକ ଭାଇରସ ଯୋଗୁଁ ପ୍ରାଣ ହରାଇଛନ୍ତି। କିଛି ଏହି ସଂକ୍ରମକ ରୋଗରୁ ଭଲ ହୋଇ ମଧ୍ୟ ଫେରୁଛନ୍ତି। ସେପଟେ ବହୁ କରୋନା ଆକ୍ରାନ୍ତ ଏବେ ବି ଏହି ଭାଇରସ ସହ ଜୀବନର ସଂଗ୍ରାମ କରୁଛନ୍ତି। ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ କରୋନା ଭାଇରସ ସହ ଲଢ଼େଇ ଜାରି ରଖିଛନ୍ତି।

‘ମୁଁ କେବଳ ଏତିକି ଚାହୁଁଥିଲି ମୋତେ କେହି ଜଣେ ସାହାଯ୍ୟ କରନ୍ତୁ’

କିଛି ଦିନ ତଳେ ବ୍ରିଟେନର ୨୬ ବର୍ଷୀୟ ମହିଳା ଜେସି କ୍ଲାର୍କ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ଜେସି ପ୍ରଥମ ଦିନରୁ ଜାଣିଥିଲେ ଯେ ସେ କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ଅନ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ତାଙ୍କ ଜୀବନ ପାଇଁ ବିପଦ ଅଧିକ ହେବ। କାରଣ ୫ ବର୍ଷ ତଳେ ତାଙ୍କର ଗୋଟିଏ କିଡ୍‌ନୀକୁ ବାହାର କରି ଦିଆଯାଇଥିଲା।

“କୋରନା ସଂକ୍ରମିତ ହେବା ପରେ ମୋ ପେଟ ଓ ପିଠିରେ ବହୁ ଯନ୍ତ୍ରାଣା ଅନୁଭବ କରୁଥିଲି। ମୁଁ ଠିକ୍‌ରେ ନିଶ୍ଵାସ ନେଇପାରୁନଥିଲି। ମୁଁ ଚଲାବୁଲା ମଧ୍ୟ କରିପାରିଲି ନାହିଁ। ମୋତେ ଏମିତି ଲାଗୁଥିଲା ଯେମିତି ମୋତେ କେହି ମାଡ଼ ମାରିଛି।” କରୋନା ଭାଇରସରେ ଆକ୍ରାନ୍ତ ହେବାପରେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏହା କହିଛନ୍ତି ଜେସି କ୍ଲାର୍କ।

କରୋନା ଆକ୍ରାନ୍ତ ହେବାପରେ ଜେସି ପ୍ରଥମେ ପ୍ରଥମେ କାଶିବାକୁ ଆରମ୍ଭ କରିଥିଲେ। ଏହପରେ ସେ ଠିକ୍‌ ଭାବରେ ନିଶ୍ଵାସ ନେଇପାରିନଥିଲେ। ଏହାପରେ ସେ ଏନେଇ ବନ୍ଧୁଙ୍କୁ ଜଣାଇଥିଲେ। ଏହା ଜେସିଙ୍କ ବନ୍ଧୁ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ମାତ୍ରେ ତାଙ୍କୁ ଅଲଗା ରଖାଯାଇ ତାଙ୍କର ଏକ ଫାଇଲ ତିଆରି କରାଗଲା।

corona awareness

“ମୋତେ ଏକୁଟିଆ ଡର ଲାଗୁଥିଲା। ଏଭଳି ସ୍ଥିତିରେ ମୁଁ କେବଳ ଏତିକି ଚାହୁଁଥିଲି କେହି ଜଣେ ମୋତେ ସାହାଯ୍ୟ କରନ୍ତୁ। ମୋ ପାଖରେ ରୁହନ୍ତୁ। ମୋତେ ଏକ ମାସ୍କ ପିନ୍ଧିବାକୁ ଦିଆଗଲା। ଏହାପରେ ମୋତେ ହସ୍ପିଟାଲର ଅନ୍ୟ କରୋନା ରୋଗୀମାନେ ଥିବା ବିଭାଗକୁ ନିଆଗଲା। ସେଠାରେ ପ୍ରତ୍ୟେକ ଶଯ୍ୟା ମଧ୍ୟରେ ଏକ ପାଚେରୀ ରହିଥିଲା। ଏହାକୁ ଦେଖି ମୁ ବିଚଳିତ ହୋଇ ପଡ଼ିଥିଲି।” ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏହା କହିଛନ୍ତି ଜେସି।

ଏହାପରେ ଧିରେଧିରେ ସେ ମନୋବଳ ସୁଦୃଢ଼ କରିଥିଲେ। ଏହି ଭାଇରସର ମୁକାବିଲା କରିବାକୁ ମନସ୍ଥ କରିଥିଲେ। ଏବେ ସେ କରୋନାରୁ ସମ୍ପୂର୍ଣ୍ଣ ଭଲ ହୋଇନାହାନ୍ତି। ହେଲେ ସେ ହାର ମାନି ନାହାନ୍ତି।

ଯୁବପିଢ଼ିଙ୍କୁ କରୋନାକୁ ନେଇ ସଚେତନ ହେବା ଦରକାର

“ଯୁବପିଢ଼ି ଏହି ଭାଇରସକୁ ନେଇ ସଚେତନ ହେବା ଦରକାର। ପ୍ରଥମେ ମୁଁ ମଧ୍ୟ ଏହି ଭାଇରସକୁ ଏତେଟା ଗୁରୁତ୍ଵ ଦେଉନଥିଲି। ମୁଁ ଭାବୁଥିଲି ମୋତେ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହେବି ନାହିଁ। କିନ୍ତୁ ମୁଁ ଏବେ ଯୁବପିଢ଼ିଙ୍କୁ କହିବାକୁ ବେଳ ଥାଉ ଥାଉ ଏହି ଭାଇରସକୁ ନେଇ ସାବଧାନ ରହିବା ଦରକାର।” ଯୁବପିଢ଼ିଙ୍କୁ ସଚେତନ କରାଇବାକୁ ଯାଇ ଏହା କହିଛନ୍ତି ଜେସି।

ବର୍ତ୍ତମାନ ଜେସୀଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ସେ ସମ୍ପୂର୍ଣ୍ଣ ଭଲ ହୋଇନାହାନ୍ତି। ଘରେ ରହି ଚକିତ୍ସିତ ହେଉଛନ୍ତି। ଏହି ସମୟରେ ସେ କାହା ସହିତ ସଂସ୍ପର୍ଶରେ ଆସୁ ନାହାନ୍ତି। ଏବେ ସେ ଠିକ ଭାବରେ ନିଶ୍ଵାସ ନେଇ ପାରୁଛନ୍ତି। କିନ୍ତୁ ସେ ବହୁତ ଶୀଘ୍ର ଥକି ପଡ଼ୁଛନ୍ତି। ହେଲେ ହାର ମାନି ନାହାନ୍ତି। ନିଜକୁ ବିଶ୍ରାମ ଦେଉଛନ୍ତି। କରୋନା ସହ ଲଢ଼େଇ ତାଙ୍କର ଏବେ ବି ଜାରି ରହିଛି। ଆଉ ସେ ଏହି ଲଢ଼େଇରେ ଜିତିବେ ବୋଲି କହିଛନ୍ତି।