ଅଧିକାଂଶ ବ୍ୟକ୍ତି କିପରି ପ୍ରାକୃତିକ ଓ ସୁରକ୍ଷିତ ଭାବରେ ଓଜନ କମ୍ କରିବେ ନିଶ୍ଚିତ ନ ଥାଆନ୍ତି।। ବିଭିନ୍ନ କମ୍ପାନିର ଆହାର ସୂଚୀ, ଔଷଧ, ଅନ୍ୟ ଓଜନ କମ୍ କରିବା ପାଇଁ ଜିନିଷ ବ୍ୟବହାର କରନ୍ତି, ୱେବସାଇଟ୍ ପତ୍ରପତ୍ରିକା ପଢ଼ି ଓଜନ କମାଇବା ବିଷୟରେ ଭୁଲ୍ ସୂଚନା ହିଁ ଏକତ୍ରିତ କରନ୍ତି। ପ୍ରାକୃତିକ ଉପାୟରେ ଓଜନ କମ୍‌ କରିବାର ବା ସୁସ୍ଥ ଓଜନ ବଜାୟ ରଖିବାର ଉପାୟ ହେଉଛି:

healthy breakfast

୧. ଘରେ ଓ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟକର ଜଳଖିଆ ରଖନ୍ତୁ।

ଲୋକ ବହୁ ସମୟରେ ସୁବିଧାରେ ମିଳୁଥିବା ଖାଦ୍ୟ ଖାଇଥାଆନ୍ତି। କିନ୍ତୁ ପ୍ୟାକ୍‌ ହୋଇଥିବା ଖାଦ୍ୟ ଓ ମିଠା ଜିନିଷ ଏଡ଼ାଇବା ଭଲ। ତେଣୁ ଘରେ ଓ କାର୍ଯ୍ୟସ୍ଥଳରେ ସ୍ୱାସ୍ଥ୍ୟକର ଜଳଖିଆ ରଖନ୍ତୁ। ଯାହାଫଳରେ ଭୋକ ଲାଗିଲା ବେଳେ ଅତ୍ୟଧିକ ଚିନି, ଲୁଣ, ଏବଂ ତେଲ ଖାଇବା ଏଡ଼ାଇପାରିବେ। କେତେକ ସ୍ୱାସ୍ଥ୍ୟକର ଜଳଖିଆର ଉଦାହରଣ ହେଉଛି ବିଭିନ୍ନ ବୀଜ ଜାତୀୟ ଖାଦ୍ୟ ଯେପରିକି କାଜୁ, ଆଲମଣ୍ଡ, କିସ୍‌ମିସ୍‌ ଇତ୍ୟାଦି, ଫଳ, କଞ୍ଚା ଖିଆଯାଉଥିବା ପରିବା ସାଲାଡ୍ ଇତ୍ୟାଦି ଖାଇବାର ଅଭ୍ୟାସ କରନ୍ତୁ।

୨. ପ୍ରୋସେସ୍‌ଡ ଖାଦ୍ୟ ଖାଇବା କମ୍‌ କରନ୍ତୁ ଯେମିତିକି ମିଠା ଜିନିଷ, ଚେନାଚୁର, ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ।

egg for health

୩. ଅଧିକ ପ୍ରୋଟିନ୍‌ ଖାଆନ୍ତୁ। ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ତେଣୁ ଜଣେ ବ୍ୟକ୍ତି ଅଧିକ ଅଣ୍ଡା, ଚିକେନ୍, ମାଛ, ବିନ୍ସ, ଛେନା, ଖାଇବା ଉଚିତ। ଏହି ସମସ୍ତ ଖାଦ୍ୟ ପ୍ରୋଟିନ୍‌ରେ ସମୃଦ୍ଧ ହୋଇଥାଏ ଏବଂ ଅପେକ୍ଷାକୃତ ଭାବେ କମ୍ ପରିମାଣର ଫ୍ୟାଟ୍ ଧାରଣ କରେ।

୪. ଚିନି ପକାଇ ଖାଇବା ଏଡାନ୍ତୁ। ଚିନି ଖାଇବା ଛାଡ଼ିବା ସହଜ ହୋଇନଥାଏ କିନ୍ତୁ ପ୍ରଥମେ ମିଠା ଜିନିଷ ଖାଇବା ବନ୍ଦ କରି ଏ ଦିଗରେ ଅଗ୍ରସର ହୋଇପାରିବେ।

corona awareness

୫. ବ୍ଲାକ୍ କଫି ପିଅନ୍ତୁ। ଚିନି ନ ପକାଇ କେବଳ ପାଣିରେ କଫି ପିଇଲେ ସ୍ୱାସ୍ଥ୍ୟକର ପ୍ରଭାବ ଲାଭ ହୋଇଥାଏ। ଏହା ଡାଇବେଟିସ୍ ଓ ଲିଭର ରୋଗର ଆଶଙ୍କା କମ୍ କରିଥାଏ।

drinking water for health

୬. ଯଥେଷ୍ଟ ପାଣି ପିଅନ୍ତୁ। ପାଣି ପିଇବା ସୁସ୍ୱାସ୍ଥ୍ୟ ପାଇଁ ଅମୃତତୁଲ୍ୟ ହୋଇଥାଏ। ଏହା କୌଣସି କ୍ୟାଲୋରୀ ଧାରଣ କରେ ନାହିଁ ଏବଂ ଶରୀରକୁ ସୁସ୍ଥ ରଖେ। ତେଣୁ ଦିନସାରା ବିଭିନ୍ନ ସମୟରେ ପାଣି ପିଅନ୍ତୁ ବିଶେଷକରି ଖାଇବା ପୂର୍ବରୁ ପାଣି ପିଇଲେ ଖାଦ୍ୟର ପରିମାଣ ମଧ୍ୟ କମିଯାଇଥାଏ।

୭. ପାନୀୟରେ କ୍ୟାଲୋରୀ ସେବନ ଏଡ଼ାନ୍ତୁ। ସୋଡ଼ା, ଫଳରସ ଏବଂ ଏନର୍ଜି ଡ୍ରିଙ୍କରେ ଅଧିକ ଶର୍କରା ରହିଥାଏ ଯାହାଫଳରେ ଓଜନ ବଢ଼େ। ତେଣୁ ଓଜନ କମ୍ କରିବା କଷ୍ଟକର ହୋଇଯାଏ। ତେଣୁ ମଦ୍ୟପାନ, ବିଭିନ୍ନ ପ୍ରକାରର କଫି ଇତ୍ୟାଦି ପରିବର୍ତ୍ତେ ଲେମ୍ବୁ ପାଣି, ହର୍ବାଲ୍ ଟି ଇତ୍ୟାଦି ପିଅନ୍ତୁ।

୮. ରିଫାଇଣ୍ଡ୍ କାର୍ବୋହାଇଡ୍ରେଟ୍ ଏଡ଼ାଇବା। ଅରୁଆ ଭାତ, ମଇଦା, ପାଉଁରୁଟି, ବହୁ ପ୍ରକାରର ଶସ୍ୟ, ଚିନି, ମିଠା ଜିନିଷ ଇତ୍ୟାଦି ଓଜନ ବଢ଼ିବାର କାରଣ ହୋଇଥାଏ। ତେଣୁ ଅରୁଆ ଭାତ ବଦଳରେ ଉଷୁନା ଭାତ ଓ ଗହମ ତିଆରି ପାଉଁରୁଟି ବାଛନ୍ତୁ।

୯. ସାମୟିକ ବ୍ୟବଧାନରେ ନିୟମିତ ଉପବାସ କରନ୍ତୁ।

୧୦. କ୍ୟାଲୋରୀ ହିସାବ କରିବା ଓ ଖାଉଥିବା ଖାଦ୍ୟର ତାଲିକା କରନ୍ତୁ।

corona update