ଡାକ୍ତର ମନୋଜ କୁମାର ସାହୁ
ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ‘ସ୍ୱାସ୍ଥ୍ୟ ପ୍ଲସ୍’କୁ ଦେଇଥିବା ସାକ୍ଷାତକାର ଆଧାରରେ।
ଲିଭର ସମସ୍ୟା ଆଡ୍ଭାନ୍ସ ଷ୍ଟେଜ୍ରେ ପହଞ୍ଚିଲେ, ମେଡିସିନ୍ ଦ୍ୱାରା ଏହା ଆଉ ଭଲ ହୁଏ ନାହିଁ। ଯେତେବେଳେ ଡାକ୍ତରଙ୍କୁ ଲାଗେ କି କୌଣସି ସର୍ଜରୀ ମଧ୍ୟ ଏହାକୁ ଠିକ୍ କରିପାରିବନି, ସେତେବେଳେ ଡାକ୍ତର ଲିଭରକୁ ବଦଳାଇ ଦେବାକୁ ଚିନ୍ତା କରନ୍ତି। ଜୀବିତ କିମ୍ବା ମୃତ ଶରୀରରୁ ଲିଭର ଆଣି ରୋଗୀ ଶରୀରର ପ୍ରତିରୋପଣ କରାଯାଇଥାଏ। ଏହାକୁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ବା ଲିଭର ପ୍ରତିରୋପଣ କୁହାଯାଏ।
ଲିଭର ଟ୍ରାନ୍ସପ୍ଲାଣ୍ଟେସନ ଦୁଇ ପ୍ରକାରର:
- ରିଜେନେରେସନ ଅଫ୍ ଲିଭର
- କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟେସନ
ଜୀବନ୍ତ ବ୍ୟକ୍ତିଙ୍କ ଲିଭରରୁ ଖଣ୍ଡେ ଆଣି ରୋଗୀ ଶରୀରରେ ପ୍ରତିରୋପଣ କରାଯାଇପାରିବ। ଏଥିପାଇଁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ରୋଗୀଙ୍କ ସହ ସମାନ ଥିବା ଦରକାର। ଯେଉଁ ଶରୀରରୁ ଲିଭର ଅଣାଯାଇଥାଏ, ଉକ୍ତ ବ୍ୟକ୍ତିଙ୍କ କୌଣସି ଅସୁବିଧା ହୁଏ ନାହିଁ। ସେହିପରି ରୋଗୀଙ୍କ ଶରୀରରେ ଯେଉଁ ଲିଭର ଲାଗେ, ତାହା କିଛି ଦିନରେ ବଢ଼ି ନୂଆ ଲିଭର ଭାବେ ସଠିକ୍ ଭାବେ କାର୍ଯ୍ୟ କରିଥାଏ। ଏହାକୁ ରିଜେନେରେସନ ଅଫ୍ ଲିଭର କୁହାଯାଏ।
ଏହା କହିଛନ୍ତି ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ। ନିକଟରେ ଓଡ଼ିଶାରେ ପ୍ରଥମଥର ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହୋଇଥିଲା। ଯଶୋଦା ହସ୍ପିଟାଲ ଏବଂ ସମ୍ ହସ୍ପିଟାଲର ମିଳିତ ଉଦ୍ୟମରେ ୪୦ ଜଣିଆ ଡାକ୍ତରୀ ଟିମ୍ ଏହାକୁ ସଫଳତାର ସହ କରିଥିଲେ। ଡାକ୍ତର ମନୋଜ କୁମାର ସାହୁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟେସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।