ଜନ୍ମ ବେଳେ କେତେକ ପିଲାଙ୍କର ଅତ୍ୟଧିକ କେଶ ଥିବା ବେଳେ ଆଉ କେତେକଙ୍କର ଜମାରୁ ନ ଥାଏ। ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। କାରଣ ଧୀରେ ଧୀରେ କେଶ ଉଠିଯାଇଥାଏ। ପ୍ରଥମ ଛଅ ମାସ ଯାଏଁ ଶିଶୁର କେଶକୁ କେବଳ ଆଙ୍ଗୁଠି ସାହାଯ୍ୟରେ କୁଣ୍ଡାଇ ନିଅନ୍ତୁ। ଏହା ପରେ ବ୍ରସ କିମ୍ବା ପାନିଆରେ କୁଣ୍ଡାଇ ପାରିବେ। ସପ୍ତାହକୁ ଥରେ ଶିଶୁର କେଶକୁ ସାମ୍ପୁରେ ସଫା କରନ୍ତୁ।

baby hair

ଶିଶୁକୁ ଗାଧୋଇଦେବା ପରେ ଚୁଟି ଓଦାଥିଲା ବେଳେ ହିଁ ସେଥିରେ ବ୍ରସ ମାରି କୁଣ୍ଡାଇ ଦିଅନ୍ତୁ। ଫଳରେ ଏହା ଶୁଖିବା ମଧ୍ୟରେ ହିଁ ଚୁଟି ଠିକ୍ ଆକାରରେ ରହିବ। ଶିଶୁକୁ ଦୁଇ ବର୍ଷ ହେବା ଯାଁ ହେୟାର ଡ୍ରାୟର ବ୍ୟବହାର କରିବେ ନାହିଁ। ଡ୍ରାୟର ବାହାରୁଥିବା ଉତ୍ତାପ ଶିଶୁର କେଶକୁ ନଷ୍ଟ କରିଦେଇପାରେ।

ଶିଶୁମାନେ ଗୋଟିଏ ପଟକୁ ମାଡି ଶୋଉଥିବାରୁ ସେହି ସ୍ଥାନଟିରୁ କେଶ ଉପୁଡି ଯାଇଥାଏ। ତେଣୁ ଶିଶୁ ଶୋଇଥିବା ବେଳେ ତାକୁ ଅନ୍ୟ ଦିଗକୁ ଲେଉଟାଇ ଶୁଆନ୍ତୁ। ଅବଶ୍ୟ ଶିଶୁମାନଙ୍କର ଜନ୍ମଶିଶୁ ଉପୁଡ଼ିଯାଇ ପୁନର୍ବାର ସେଇ ସ୍ଥାନରେ ଚୁଟି ଉଠିଥାଏ।

plastic band

ଶିଶୁମାନଙ୍କ କେଶରେ ଇଲାଷ୍ଟିକ୍ ବ୍ୟାଣ୍ଡ୍ ଲଗାନ୍ତୁ ନାହିଁ। ଏହା ବ୍ୟବହାର କଲେ କେଶ ଯୋରରେ ଟାଣି ହୋଇଯାଇଥାଏ। ଏପରିକି ଉପୁଡ଼ି ଯାଇଥାଏ। କେଶର ଚର୍ମ ବି କ୍ଷତିଗ୍ରସ୍ତ ହୋଇଥାଏ। ଏପରିକି ଶିଶୁ ଚନ୍ଦା ମଧ୍ୟ ହୋଇଯାଇଥାଏ।

ଅନେକ ସମୟରେ ଶିଶୁଙ୍କ କେଶ ବିନ୍ୟାସ ପାଇଁ ମାଆମାନେ ବିଭିନ୍ନ ଡିଜାଇନର ରବର ବ୍ୟାଣ୍ଡ ଲଗାଇଥାନ୍ତି। ଏହି ରବର ବ୍ୟାଣ୍ଡରେ ପ୍ଲାଷ୍ଟିକର ବିଭିନ୍ନ କଣ୍ଢେଇ ଲାଗିଥାଏ। ଶିଶୁମାନେ ସାଧାରଣତଃ ଏହାକୁ ଟାଣି ଫିଟେଇ ଦିଅନ୍ତି। ହାତରେ ଧରିଥିବା ସେହି ପ୍ଲାଷ୍ଟିକଗୁଡିକୁ ପାଣିରେ ପୁରାଇଥାନ୍ତି। ଏଗୁଡିକର ଆକାର ଛୋଟ ଥିବାରୁ ଢୋକି ଦେବାର ମଧ୍ୟ ସମ୍ଭାବନା ଥାଏ। ତେଣୁ ଏଥି ପ୍ରତି ସତର୍କ ରହିବା ଦରକାର।

ସ୍ୱାସ୍ଥ୍ୟ ପ୍ଲସ୍ ହେଲଥ କ୍ଲବ୍ ଫେସବୁକ୍ ଗ୍ରୁପରେ ଜଏନ କରନ୍ତୁ, ମାଗଣାରେ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ଓ ପରାମର୍ଶ ଲାଭ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରନ୍ତୁ!
www.facebook.com/groups/swasthyaplus