‘ବଂଶାନୁକ୍ରମିକ ତଥା ଜେନେଟିକାଲ ଲିଙ୍କ ଯୋଗୁଁ ହିଁ କ୍ୟାନସର ହୋଇଥାଏ’, ଏଥିରେ ପୂର୍ଣ୍ଣ ସତ୍ୟତା ନ ଥିଲେ ମଧ୍ୟ ଏହାକୁ ସଂପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇପାରିବ ନାହିଁ।

ବିଭିନ୍ନ ପ୍ରକାର କର୍କଟ ରୋଗ ମଧ୍ୟରୁ କେତେକ ବଂଶଗତ କାରଣ ଯୋଗୁଁ ହୋଇଥାଏ। ସାଧାରଣତଃ ଯୁବାବସ୍ଥାରେ ହେଉଥିବା ସ୍ତନ କର୍କଟ ବଂଶଗତ କାରଣରୁ ହୋଇଥାଏ। ଯେପରିକି ମା’କୁ ହୋଇଥିଲେ ଝିଅକୁ ହେବା କିମ୍ବା ଗୋଟିଏ ଭଉଣୀକୁ ହୋଇଥିଲେ ଅନ୍ୟ ଭଉଣୀକୁ ହେବାର ସମ୍ଭାବନା ଅଧିକ ଥାଏ।

ଏହା ଏକ କର୍କଟ ଜିନ୍‌ କାରଣରୁ ହୋଇଥାଏ। ବ୍ରାକା-୧, ବ୍ରାକା-୨ ନାମକ କର୍କଟ ଜିନ୍‌ ଯଦି ମା’ ପାଖରୁ ଝିଅ ପାଖକୁ ଆସିଥାଏ, ଝିଅକୁ ସ୍ତନ କର୍କଟ ହେବାର ସମ୍ଭାବନା ଥାଏ।

Dr Sanjib Kumar Mishra, Oncology, Utkal Hospital

ଗୋଟିଏ ପ୍ରକାରର କର୍କଟ ରୋଗର ଜିନ୍‌ ବଂଶଗତ ଭାବେ ପର ପିଢ଼ିକୁ ସ୍ଥାନାନ୍ତରିତ ହୋଇଥିଲେ, ସେମାନଙ୍କଠାରେ ଉକ୍ତ କର୍କଟ ହେବାର ଆଶଙ୍କା ଥାଏ। ଏହାକୁ ବଂଶାନୁକ୍ରମିକ ବୋଲି କୁହାଯାଏ। ଏହା ସବୁକ୍ଷେତ୍ରରେ ନହେଲେ ମଧ୍ୟ କିଛି କ୍ଷେତ୍ରରେ ଦେଖିବାକୁ ମିଳେ। ପ୍ରାଥମିକ ଷ୍ଟେଜ୍‌ରେ ଏହାର ଚିହ୍ନଟ ହୋଇପାରିଲେ ଆବଶ୍ୟକ ଚିକିତ୍ସା ଦ୍ଵାରା ଏହି କ୍ୟାନସରକୁ ଭଲ କରାଯାଇପାରିବ।