ଟାଇପ-୨ ମଧୁମେହ ୨ଟି କାରଣ ଯୋଗୁଁ ହୋଇଥାଏ। ପ୍ରଥମଟି ହେଲା ଆନୁବଂଶିକ ଏବଂ ଦ୍ୱିତୀୟଟି ହେଲା ଭୁଲ ଜୀବନଶୈଳୀ। ଏହି ରୋଗକୁ କିପରି ନିୟନ୍ତ୍ରଣରେ ରଖିବେ ସେ ସଂପର୍କରେ କିଛିି କଥା ଜାଣନ୍ତୁ।

type 2 diabetes

ଟାଇପ-୨ ମଧୁମେହ ସହ ଜଡ଼ିତ ଧାରଣା ହେଲା କମ ଖାଇବା ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ। ତେଣୁ ଅନେକ ସମୟରେ ସେହି ଧାରଣା ଦ୍ୱାରା ପରିଚାଳିତ ହୋଇ ଲୋକମାନେ ବ୍ରତ ,ଉପବାସ ବି କରିଥାନ୍ତି। ପ୍ରକୃତରେ କିନ୍ତୁ ସେହି ଧାରଣା ଠିକ ନୁହେଁ। ଟାଇପ-୨ ମଧୁମେହ ରୋଗୀଙ୍କୁ ଛୋଟ ଏବଂ ନିୟମିତ ମିଲ ଖାଇବାର ଅଭ୍ୟାସ କରିବା ଆବଶ୍ୟକ। ଅର୍ଥାତ୍ ଅଳ୍ପ ଖାଆନ୍ତୁ। ୨-୩ ଘଣ୍ଟା ବ୍ୟବଧାନରେ ବାରମ୍ବାର ଖାଆନ୍ତୁ। ଖାଇବାକୁ ଏକାଥରକେ କମାଇଲେ ଆପଣ ଦୁର୍ବଳ ହୋଇଯିବେ।

ମଧୁମେହର ସ୍ତର କେତେ ଅଛି ତାହା ଜାଣିବା ଲାଗି ମାସରେ ଥରୁଟିଏ ନିଶ୍ଚିତ ଭାବେ ରକ୍ତ ସୁଗାର ପରୀକ୍ଷା କରନ୍ତୁ। ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ଚିନି, ଅଧିକ କାର୍ବୋହାଇଡ୍ରେଟ ଜାତୀୟ ଖାଦ୍ୟ, ଚାଉଳ, ଆଳୁ, ମୃଦୁ ପାନୀୟ ଆଦିକୁ ଖାଆନ୍ତୁ ନାହିଁ।

ମେଥିଶାଗ ନହେଲେ ମେଥିଦାନାକୁ ନିଶ୍ଚିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ। ରାତିରୁ ଦୁଇଚାମଚ ମେଥିକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ସକାଳୁ ଖାଲି ପେଟରେ ତାକୁ ଚୋବେଇ ଖାଆନ୍ତୁ। ବଳିଥିବା ସେହି ପାଣିକୁ ପିଅନ୍ତୁ। ଯଦି ସୁଗାରର ସ୍ତର ବର୍ଡରରେ ରହୁଥାଏ ତା’ହେଲେ ଆପଣ ଏହାକୁ ଦିନରେ ୨ଥର ଖାଇପାରିବେ। ଏଥିସହିତ ବ୍ୟାୟାମ କରନ୍ତୁ।

green salad

ଟାଇପ-୨ ମଧୁମେହକୁ କମାଇବା ଲାଗି କୋଲେଷ୍ଟେରୋଲର ସ୍ତରକୁ ନିୟନ୍ତ୍ରଣରେ ରଖନ୍ତୁ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ବି କମିବ। ସାଲାଡରେ କଞ୍ଚା ରସୁଣକୁ ସାମିଲ କରନ୍ତୁ। ସେହିପରି ରୋଷେଇରେ ଉତ୍ତମ ଗୁଣବତ୍ତାର ତେଲ ବ୍ୟବହାର କଲେ ଭଲ। ରିଫାଇନ୍ଡ ତେଲ ଅପେକ୍ଷା ଅଳ୍ପ ମାତ୍ରାରେ ସୋରିଷ ତେଲ ନହେଲେ ଅଲିଭ ଅଏଲ ବ୍ୟବହାର କରନ୍ତୁ।

ଅନେକ ସମୟରେ ସେଲିବ୍ରେସନ ନାମରେ ଲୋକମାନେ ଫ୍ରୁଟ ବିଅର ପିଇଦେଇଥାନ୍ତି। ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ।

ଡବଲ ଟୋନ୍ଡ କ୍ଷୀର ଖାଆନ୍ତୁ। ଏହା ବଦଳରେ ନଡ଼ିଆ ପାଣି ଏକ ଭଲ ବିକଳ୍ପ। ସେହିପରି ଚା’ରେ ଡାଲଚିନି ପକାନ୍ତୁ। କେବେହେଲେ ଫଳରସ ପିଅନ୍ତୁ ନାହିଁ। କାରଣ ଗୋଟା ଫଳରେ ଥିବା ଫ୍ରୁକ୍ଟୋଜ ଧୀରେ ଧୀରେ ହଜମ ହୋଇଥାଏ, କିନ୍ତୁ ଜୁସ ତୁରନ୍ତ ରକ୍ତ ପ୍ରବାହୀ ନଳୀରେ ମିଶି ସୁଗାରକୁ ବୃଦ୍ଧି କରେ। କେବଳ ସେତିକି ନୁହେଁ, ଏହା ଶରୀରରେ ଥିବା ୟୁରିକ ଏସିଡର ସ୍ତରକୁ ବି ପରିବର୍ତ୍ତନ କରିଥାଏ।

morning walk

ଯଦି ଆପଣଙ୍କ ପାଖରେ ସକାଳେ ଏବଂ ସନ୍ଧ୍ୟାବେଳେ ଚାଲିବା ଲାଗି ସମୟ ନଥାଏ ତା’ ହେଲେ ଆପଣ ଯେକୌଣସି ସମୟରେ କିଛି ସମୟ ବାହାର କରି ବ୍ୟାୟାମ କରନ୍ତୁ। କିଛି ନ ହେଲେ ଘର ଭିତରେ ୧୦୦୦ ପାଦ ନହେଲେ ସିଡିରେ ଏପଟସେପଟ ହୁଅନ୍ତୁ। ପରିସ୍ଥିତି ଯାହାବି ହେଉ ବ୍ୟାୟାମ କରିବା ଛାଡନ୍ତୁ ନାହିଁ।

ଇଡଲି, ଦୋସା ପ୍ରଭୃତି ଖାଦ୍ୟ ପ୍ରସ୍ତୁତିରେ ଯଦିଓ ଚାଉଳ ବ୍ୟବହାର ହୋଇଥାଏ ତେବେ ଏହାକୁ ଖାଇବା ସୁରକ୍ଷିତ। କାରଣ ଏଥିପାଇଁ ଚାଉଳକୁ ପୂର୍ବଦିନ ରାତିରୁ ବାଟି ଫୁଲିବା ପାଇଁ ଛାଡ଼ି ଦିଆଯାଇଥାଏ। ସେହି ପିଠଉ ଫୁଲିଗଲେ ସେଥିରେ ଚାଉଳରେ ଥିବା ସୁଗାର ଅଂଶ ଶେଷ ହୋଇଯାଏ।

Appleକଦଳୀ, ଆମ୍ବ, ଅଙ୍ଗୁର, ଚିକୁ ଭଳି ଫଳରୁ ଦୂରେଇ ରୁହନ୍ତୁ। ଏହାଯୋଗୁ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ହୁଏ। ଏହା ବଦଳରେ ଅମୃତଭଣ୍ଡା, ନାସପାତି, ସେଓ, ସନ୍ତରା, ପ୍ରଭୃତି ଖାଇପାରିବେ। ତେବେ ଏସବୁ ଫଳର ମାତ୍ରା ଖୁବ କମ ହେବା ଆବଶ୍ୟକ।

ଭାତ ଖାଇବା ଖୁବ୍ ପସନ୍ଦ ଥିଲେ ଆପଣ ଅକାଣ୍ଡିଆ ଚାଉଳର ଭାତ ଖାଆନ୍ତୁ। ନ ହେଲେ ବଜାରରେ ମିଳୁଥିବା ବ୍ରାଉନ ରାଇସ ବି ଖାଇପାରିବେ।

ଗହମ ଅଟା ଚକଟିବା ସମୟରେ ପାଣି ବଦଳରେ ସିଝା ଡାଲି ପକାଇ ଚକଟନ୍ତୁ। ସେଥିରେ ମେଥିଦାନା ପାଉଡର ମିଶାନ୍ତୁ। ରକ୍ତ ଶର୍କରା ନିୟନ୍ତ୍ରଣରେ ରହିବ।

exercise

 

ମହିଳାମାନେ ମନେ କରନ୍ତି ଯେ ଘର କାମ କରିବା ଦ୍ୱାରା ସେମାନଙ୍କର ବ୍ୟାୟାମ ହୋଇଯାଉଛି। ପ୍ରକୃତରେ କିନ୍ତୁ ତା’ ଦ୍ୱାରା ବ୍ୟାୟାମ ହୁଏନାହିଁ। ଚେଷ୍ଟା କରନ୍ତୁ ବ୍ୟାୟାମ ସମୟରେ ହୃଦସ୍ପନ୍ଦନ ଯେପରି ୧୩୦-୧୫୦ ମଧ୍ୟରେ ରହିବ। ଅତି କମରେ ଅଧ ଘଣ୍ଟା ଯାଏ ହୃତସ୍ପନ୍ଦନ ଏଭଳି ରହିବା ଆବଶ୍ୟକ। ଏହାଯୋଗୁ ପ୍ରାୟ ୪୦୦ କ୍ୟାଲୋରୀ ବର୍ଣ୍ଣ ହେବ ଏବଂ ଆପଣଙ୍କୁ ବ୍ୟାୟାମର ଫାଇଦା ମିଳିବ।

ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତୁ। ଚିନ୍ତା, ମଧୁମେହ ଓ ଇନସୁଲିନ ପରସ୍ପର ସହ ସଂପର୍କିତ। ତେଣୁ ନିଜର କୌଣସି ପସନ୍ଦର କାମକୁ ପ୍ରତିଦିନ କରନ୍ତୁ । ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ। କାରଣ ଅନିଦ୍ରା ଏହାର ଅନ୍ୟତମ ପ୍ରମୁଖ କାରଣ। ନିଦ ପୂରା ନ ହେଲେ ଇନସୁଲିନ ଏବଂ ରକ୍ତଚାପ ଉଭୟ ପ୍ରଭାବିତ ହେବ।

walking

ଖାଇସାରିବା ପରେ ଟିଭି ଦେଖିବା ବଦଳରେ ଚାଲନ୍ତୁ। ଶରୀରରେ ପାଣିର ଅଭାବ ହେଲେ ଅନେକ ସମୟରେ ମିଠା ଖାଇବାକୁ ଇଚ୍ଛା ହୋଇଥାଏ। ତେଣୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ଯଦି ପାଣି ପିଇବାକୁ ଭଲ ଲାଗୁନଥାଏ ତା’ ହେଲେ ସେଥିରେ ପୁଦିନା ପତ୍ର, ଲେମ୍ବୁ ଖଣ୍ଡ କାଟି ପକାନ୍ତୁ।

ଅଣ୍ଡା ଖାଉଥିଲେ ତାର ହଳଦିଆ ଅଂଶକୁ ବାହାର କରି ଦିଅନ୍ତୁ। ତା’ ଯୋଗୁ ମଧୁମେହ ସହ କୋଲେଷ୍ଟେରୋଲର ପରିମାଣ ବି ବୃଦ୍ଧି ପାଇଥାଏ।