ସାଧାରଣତଃ କ୍ୟାନସରର ୪ଟି ଷ୍ଟେଜ୍ ରହିଥାଏ। ଚତୁର୍ଥ ତଥା ଶେଷ ଷ୍ଟେଜକୁ ହାଇଗ୍ରେଡ କ୍ୟାନସର ବା ମେଟାସ୍ଟେସାଇଜ୍ଡ କୁହାଯାଏ। ଏହି ଷ୍ଟେଜ ସବୁଠୁ ମାରାତ୍ମକ ହୋଇଥାଏ। ଏହି ଷ୍ଟେଜରେ କ୍ୟାନସର ଜୀବାଣୁ ମୁଣ୍ଡ, ପାକସ୍ଥଳୀ, ମୁତ୍ରାଶୟ ଓ ଶେଷରେ ବ୍ରେନକୁ ଆକ୍ରମଣ କରେ ଫଳରେ ରୋଗୀ ବଞ୍ଚିବାର ସମ୍ଭାବନା କମ୍ ରହିଥାଏ।
କ୍ୟାନସରର ୪ଟି ଷ୍ଟେଜ୍
ପ୍ରଥମ ଷ୍ଟେଜ୍ – ଶରୀରର କୌଣସି ଏକ ସ୍ଥାନରେ କ୍ୟାନସରର ଛୋଟ ଟ୍ୟୁମର ହୋଇଥାଏ
ଦ୍ଵିତୀୟ ଷ୍ଟେଜ୍ – ଟ୍ୟୁମର ଧିରେ ଧିରେ ବଢ଼ିବାକୁ ଲାଗେ
ତୃତୀୟ ଷ୍ଟେଜ୍ – ଶରୀରର ଅନ୍ୟାନ୍ୟ ଜାଗାକୁ ବ୍ୟାପେ
ଚତୁର୍ଥ ଷ୍ଟେଜ୍ – ଏହି ଷ୍ଟେଜ୍ରେ କ୍ୟାନସର ଜୀବାଣୁ ଶରୀରକୁ ଜୋରରେ ବ୍ୟାପିଥାଏ। ଏହାକୁ ହାଇଗ୍ରେଡ୍ କ୍ୟାନସର ବା ମେଟାସ୍ଟେସାଇଜ୍ଡ କୁହାଯାଏ।
କ୍ୟାନସରର ଲକ୍ଷଣ
- ତ୍ଵଚାରେ ପରିବର୍ତ୍ତନ ଆସିବା ସହ ଅସହନୀୟ ଯନ୍ତ୍ରଣା
- ପେଟ ବିନ୍ଧିବା
- ବିନା କାରଣରେ ରାତିରେ ଶରୀରରୁ ଝାଳ ବୋହିବା
- ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବା
- ଖାଦ୍ୟ ଗିଳିବା ସମୟରେ କଷ୍ଟ ଅନୁଭବ କରିବା
- ପରିସ୍ରାରେ ରକ୍ତ ପଡ଼ିବା
- ପରିସ୍ରା ସମୟରେ ଅଧିକ ଯନ୍ତ୍ରଣା ହେବା
- କଫରେ ରକ୍ତ ପଡ଼ିବା
- ବିନା ପରିଶ୍ରମରେ ହାଲିଆ ଲାଗିବା
- ଭୋକ କମିଯିବା
- ଖାଇବା ସମୟରେ ବା ଖାଇବା ପରେ କଷ୍ଟ ହେବ
- ରାତିରେ ହଠାତ୍ ଝାଳ ବାହାରିବା
- ଖାସିବା ସମୟରେ ରକ୍ତ ପଡ଼ିବା
- ବିନା ପରିଶ୍ରମରେ ହାଲିଆ ହୋଇଯିବା
- ଓଜନ କମିଯିବା