ଏକ ସୁସ୍ଥ ଶରୀର ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ବେଶ୍‌ ଜରୁରୀ। ଏଥିପାଇଁ ଆମେ ଖାଦ୍ୟରେ ବିଭିନ୍ନ ଫଳ, ପନିପରିବା ସାମିଲ କରିଥାଉ। ହେଲେ କିଛି ଲୋକଙ୍କୁ ଭୋକ ଲାଗିଲେ ସେମାନେ ମାର୍କେଟ୍‌ରେ ମିଳୁଥିବା ଚିପ୍ସ, କୁର୍‌କୁରେ, ତେଲଛଣା ଜାତୀୟ ଖାଦ୍ୟ ଖାଇଥା’ନ୍ତି। ଏହିସବୁ ଖାଦ୍ୟ ଭୋକ ଶାନ୍ତ କରାଇଥାଏ ସତ ହେଲେ ଓଜନ ମଧ୍ୟ ବଢ଼ାଇଥାଏ। ଯଦି ଭୋକକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସ୍ୱାସ୍ଥ୍ୟକର ସ୍ନାକ୍ସ ଖାଇବା, ତେବେ ଏହା ଶରୀରକୁ ସ୍ଵାସ୍ଥ୍ୟବାନ ବନେଇବାରେ ସାହାଯ୍ୟ କରିଥାଏ।

popcorn

ପପ୍‌କର୍ଣ୍ଣ: ବିଶେଷକରି ସଂଧ୍ୟା ସମୟରେ ସମସ୍ତଙ୍କୁ କିଛି ନା କିଛି ଖାଇବାକୁ ମନ ହୁଏ। ଏଥିପାଇଁ ଅଧିକାଂଶ ଲୋକ ବାହାରେ ମିଳୁଥିବା ଛଣାଛଣି ଖାଦ୍ୟ ଖାଇ ନିଜର ଭୋକ ନିୟନ୍ତ୍ରଣ କରନ୍ତି। କିନ୍ତୁ ଏହା ଶରୀର ପାଇଁ ହାନିକାରକ ହୋଇଥାଏ। ତେଣୁ ଏହା ବଦଳରେ ଆପଣ ପପ୍‌କର୍ଣ୍ଣ ଖାଇପାରିବେ। ପପ୍‌କର୍ଣ୍ଣରେ ରହିଛି ପୋଷକତତ୍ତ୍ଵ।

banana

କଦଳୀ: କଦଳୀରେ ଥାଏ ଭରପୂର ପରିମାଣର ପୋଟାସିୟମ୍‌, ମାଗ୍ନେସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ସ୍। ଏହାକୁ ଆପଣ ସ୍ନାକ୍‌ସ୍ ଭାବରେ ଖାଇପାରିବେ। ଏହା ଶରୀର ପାଇଁ ଉପଯୋଗୀ।

ଦହି: ଦହିରେ ଅଧିକ ପରିମାଣରେ ପ୍ରୋଟିନ୍ ରହିବା ସହ ସୁଗାର୍‌ର ପରିମାଣ କମ୍ ଥାଏ।

chocolates

ଡାର୍କ ଚକୋଲେଟ୍: ଡାର୍କ ଚକୋଲେଟ୍ ଅଧିକ ସ୍ଵାଦଯୁକ୍ତ ହୋଇନଥିଲେ ମଧ୍ୟ ଏଥିରେ ରହିଛି ପ୍ରଚୁର ପରିମାଣର ଆଣ୍ଟି-ଅକ୍ସିଡାଣ୍ଟ୍। ଏହା ଶରୀର ପାଇଁ ଏକ ଉତ୍ତମ ସ୍ନାକ୍ସ।

ଓଟ୍ସ:ଓଟ୍ସରେ ଥାଏ ବିଟାଗ୍ଲୁକେନ୍ ଏବଂ ସେଲିସିକ୍, ଯାହା ଶରୀରରୁ ଚର୍ବି ହଟାଇବାରେ ସାହାଯ୍ୟ କରେ। ଓଟ୍‌ସ୍‌କୁ କ୍ଷୀର ସହ ମିଶାଇ ଖାଇଲେ ପେଟ ଭରେ ଏବଂ ଓଜନକୁ ସନ୍ତୁଳନ ରଖିଥାଏ।

SwasthyaPlus

ବ୍ଲୁ ବେରି: ବ୍ଲୁ ବେରିରେ ରହିଛି ଫାଇବର୍, ଆଣ୍ଟି-ଅକ୍ସିଡାଣ୍ଟ୍ ଏବଂ ଭିଟାମିନ୍, ଯାହା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ବ୍ଲୁ ବେରିରେ କ୍ରିମ୍ ମିଶାଇ ଖାଇଲେ ଏହା ଅଧିକ ସ୍ଵାଦିଷ୍ଟ ଲାଗେ।