ଆମ ଭିତରୁ ବହୁ ଲୋକଙ୍କର ଶରୀର ତ ସୁସ୍ଥ ଥାଏ, କିନ୍ତୁ ଆମେ ମୁହଁରେ ଚମକ ଆଣିବାରେ ସଫଳ ହୋଇପାରନ୍ତି ନାହିଁ। ଏହାଛଡ଼ା ବହୁ ଲୋକଙ୍କ ମୁହଁର ଚର୍ମରେ ଆଜିକାଲି କମ୍ ବୟସରେ କୁଞ୍ଚ ଦେଖାଯାଉଛି। ଶୀତଦିନରେ ମୁହଁର ଶୁଖିଲାପଣ ବଢ଼ିବା ଫଳରେ ବହୁ ସମସ୍ୟା ଦେଖାଦିଏ। ଏମିତିରେ ଶୀତଦିନରେ ଆପଣ ନିଜର ଖାଦ୍ୟରେ ଏହି ସବୁ ସାମଗ୍ରୀକୁ ସାମିଲ୍ କରନ୍ତୁ, ଯାହା ଆପଣଙ୍କ ପାଇଁ ଲାଭପ୍ରଦ ହେବ।
ଦହି: ଦହିରୁ ପ୍ରସ୍ତୁତ ରାଇତା ବା ଲସି ଆପଣଙ୍କର ହଜମ କ୍ରିୟା ଠିକ୍ ଭାବରେ କରେ। ଆପଣ ଦହିକୁ ଚାଉଳ ଗୁଣ୍ଡ ବା ବେସନ ସହ ମିଶାଇ ମୁହଁରେ ଲଗାଇପାରିବେ। ଏହା ଫଳରେ ଆପଣଙ୍କର ଶରୀରର ଦାଗ ଦୂର ହୋଇଯିବ।
ଲେମ୍ବୁ: ଲେମ୍ବୁ ରସ କେବଳ ଆପଣଙ୍କ ପେଟ ପାଇଁ ନୁହେଁ ବରଂ ଚର୍ମ ପାଇଁ ମଧ୍ୟ ଖୁବ୍ ଉପକାରୀ। ପ୍ରତିଦିନ ଲେମ୍ବୁ ପାଣି ପିଇବା ଫଳରେ ଆପଣଙ୍କୁ ପେଟ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିପାରେ। ଏଥିସହ ଆପଣ ଲେମ୍ବୁ ରସକୁ ପାଣି ବା ଗ୍ଲିସେରିନ୍ ସହ ମିଶାଇ ମୁହଁରେ ବି ଲଗାଇପାରିବେ।
ତରଭୁଜ: ଅଧିକାଂଶ ଲୋକ ତରଭୁଜ ଖାଇବାକୁ ପସନ୍ଦ କରନ୍ତି। ଆପଣ ତରଭୁଜ ଖାଇବା ଛଡ଼ା ଏହାର ଜୁସ୍କୁ ମୁହଁରେ ବି ଲଗାଇପାରିବେ।
କ୍ଷୀର: କ୍ଷୀରକୁ ସୁଷମ ଖାଦ୍ୟ ତ କୁହାଯାଏ। ଏଥିପାଇଁ ଜଣେ ମଣିଷକୁ ପ୍ରତିଦିନ ଅତି କମ୍ରେ ଦୁଇ ଗ୍ଲାସ୍ କ୍ଷୀର ପିଇବା କଥା। ଆପଣ ସକାଳେ ଓ ରାତିରେ ଗୋଟିଏ ଗୋଟିଏ ଗ୍ଲାସ୍ କ୍ଷୀର ପିଇପାରିବେ। ଆପଣ ମୁହଁରେ କଞ୍ଚା କ୍ଷୀର ବି ଲଗାଇପାରିବେ।
ସେଓ: ଆପଣ ପ୍ରତିଦିନ ଗୋଟିଏ ସେଓ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଏଥିସହ ଆପଣ ସେଓରୁ ରସ ବାହାର କରି ମୁହଁରେ ଲଗାଇପାରିବେ।