ଝିଅମାନେ ସାଧାରଣତଃ ଲମ୍ବା ନଖ ରଖିବାକୁ ଖୁବ୍ ଭଲ ପାଆନ୍ତି। ନଖକୁ ସୁନ୍ଦର ରଖିବା ଲାଗି ସେମାନେ ମ୍ୟାନିକିଓର ଭଳି ପଦ୍ଧତି ବି ଅବଲମ୍ବନ କରନ୍ତି। ଏକଥା ନୁହେଁ ଯେ ଲମ୍ବା ନଖ ରଖିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଝିଅମାନେ ଜାଣନ୍ତି ନାହିଁ, ତେବେ ଏହି କଥାକୁ ସେମାନେ ସେତିକି ଗୁରୁତ୍ୱ ଦିଅନ୍ତି ନାହିଁ। ତେଣୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ।

long nails

ଆମ ଶରୀରରେ ଥିବା କାରୋଟିନ ନାମକ ଏକପ୍ରକାର ତତ୍ତ୍ୱ ଯୋଗୁ ନଖ ବଢ଼ିଥାଏ। ଯେଉଁମାନଙ୍କ ଶରୀରରେ ଏହାର ଅଭାବ ଥାଏ ସେମାନଙ୍କର ନଖର ରଙ୍ଗ ବି ବଦଳେ। ତେବେ ନଖ ଲମ୍ବା ଥିଲେ ସେଥିରେ ଅନେକ ପ୍ରକାର କ୍ଷତିକାରକ ବ୍ୟାକ୍ଟେରିଆ ଜନ୍ମ ନେଇଥାଏ। ଏହା ଖାଦ୍ୟ ମାଧ୍ୟମରେ ପେଟକୁ ଯାଇଥାଏ। ପରବର୍ତ୍ତୀ ସମୟରେ ସେହି ବ୍ୟାକ୍ଟେରିଆଗୁଡ଼ିକ ଯୋଗୁ ବିଭିନ୍ନ ରୋଗ ହୋଇଥାଏ। ଝାଡ଼ା, ବାନ୍ତି ସେଥିମଧ୍ୟରୁ ପ୍ରମୁଖ ରୋଗ।

long nails during pregnancy

ଗର୍ଭାବସ୍ଥାରେ ଅଧିକ ଧ୍ୟାନ ଜରୁରୀ:
ଗର୍ଭାବସ୍ଥା ସମୟରେ ଡାକ୍ତର ଅଧିକାଂଶ ସମୟରେ ମହିଳାମାନଙ୍କୁ ହରମୋନ ଏବଂ ମଲ୍ଟିଭିଟାମିନ ଔଷଧ ଦେଇଥାନ୍ତି। ଏହାଯୋଗୁ ନଖ ଖୁବ୍ ଦ୍ରୁତ ଭାବେ ବଢ଼ିଥାଏ। ତେଣୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଯାହାକି ଗର୍ଭବତୀ ଏବଂ ନବଜାତକଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇବାର ଆଶଙ୍କା ଥାଏ। ଏହି ସମୟରେ ନଖ ଅଧିକ ପତଳା ଏବଂ ସମ୍ବେଦନଶୀଳ ହୋଇଯାଏ।

nail biting

ପିଲାମାନେ ଅଧିକ ଶିକାର ହୁଅନ୍ତି:
ସାଧାରଣତଃ ପିଲାମାନଙ୍କର ନଖ ଛୋଟ ହୋଇଥାଏ। କିନ୍ତୁ ଏଣେତେଣେ ଖେଳିବା ଯୋଗୁ ଅନେକ ସମୟରେ ସେଥିରେ ପ୍ରଚୁର ପରିମାଣର ମଇଳା ଜମା ହୋଇ ରହେ। ସେଥିଯୋଗୁ ସେମାନେ ବାରମ୍ବାର ସଂକ୍ରମଣର ଶିକାର ହୋଇଥାନ୍ତି। କେବଳ ସେତିକି ନୁହେଁ ଶରୀରର କୌଣସି ସ୍ଥାନ ଖଣ୍ଡିଆ ହୋଇଗଲେ ସେମାନେ ତାକୁ ନଖରେ କୁଣ୍ଡାଇ ଖଣ୍ଡିଆ କରିଦିଅନ୍ତି। ତେଣୁ ସେମାନଙ୍କର ଶରୀରରେ କ୍ଷତ ସ୍ଥାନ ଏତେ ସହଜରେ ଶୁଖେନାହିଁ। ସେଥିଲାଗି ପିଲାମାନଙ୍କର ନଖକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କାଟିବା ଉଚିତ।

nail_luke warm water

କେବଳ ସାବୁନରେ ହାତ ଧୋଇବା ପର୍ଯ୍ୟାପ୍ତ ନୁହେଁ:
ଅନେକ ସମୟରେ ଲୋକମାନେ ମନେ କରନ୍ତି ଯେ ସାବୁନ ଦ୍ୱାରା ନଖକୁ ଭଲ ଭାବେ ଧୋଇଦେଲେ ବ୍ୟାକ୍ଟେରିଆ ସଂପୂର୍ଣ୍ଣ ଭାବେ ବାହାରିଯିବେ। ତେବେ ଏହି ଧାରଣା ଠିକ୍ ନୁହେଁ। ସାବୁନରେ ହାତ ଧୋଇବା ଛଡ଼ା ନଖକୁ ନିୟମିତ ଭାବେ ହ୍ୟାଣ୍ଡୱାସରେ ସଫା କରିବା ଆବଶ୍ୟକ। ପୁଣି ସପ୍ତାହରେ ଦୁଇଥର କିଛି ସମୟ ପାଇଁ ଗରମପାଣିରେ ବୁଡ଼ାଇ ରଖିବା ଆବଶ୍ୟକ।