କଲେରାରୁ କେମିତି ରହିବେ ସୁରକ୍ଷିତ?

ସାରା ବିଶ୍ୱର ଏକ ମାରାତ୍ମକ ସ୍ୱାସ୍ଥ୍ୟ ସଙ୍କଟ କଲେରା। ପ୍ରତି ବର୍ଷ ବର୍ଷା ଦିନେ – ସେପ୍ଟେମ୍ବର ମାସରେ ଓଡ଼ିଶାରେ କଲେରା ବ୍ୟାପିବାର ଦେଖା ଯାଇଥାଏ। ଏହାର ଚିକିତ୍ସା ନକଲେ ମାତ୍ର କିଛି ଘଣ୍ଟା ଭିତରେ ପ୍ରାଣହାନି ହୋଇଥାଏ। ବିଡମ୍ବନାର ବିଷୟ ହେଉଛି କେତେକ ସାବଧାନତା ଯେପରିକି କେବଳ ଜଳ ଓ ଖାଦ୍ୟ ସୁରକ୍ଷିତ ହୋଇପାରିଲେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଦିଆଯାଇପାରିବ।

କଲେରା ହେଉଛି ଏକ ମାରାତ୍ମକ ସଂକ୍ରମଣ। ଭିବ୍ରିଓ କୋଲେରୀ ବ୍ୟାକ୍ଟେରିଆ ଦ୍ୱାରା ପ୍ରଦୂଷିତ ଖାଦ୍ୟ ଓ ପାଣି ପିଇବା ଦ୍ୱାରା ଏହା ହୋଇଥାଏ। ସାରା ବିଶ୍ୱରେ ଏହା ଏକ ସ୍ୱାସ୍ଥ୍ୟ ସଙ୍କଟ ପାଲଟିଛି। ପ୍ରଦୂଷିତ ଜଳ ବା ଖାଦ୍ୟ ଖାଇବାର ୧୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ। କଲେରା ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରାନ୍ତ କରିଥାଏ। କଲେରା ହେଉଛି ଏକ ଅତି ଗୁରୁତର ରୋଗ ଯାହାକି ଖୁବ୍ କମ୍ ସମୟ ମଧ୍ୟରେ ବହୁତ ଅଧିକ ଝାଡ଼ା ବାନ୍ତି କାରଣରୁ ଶରୀରରେ ଜଳର ପରିମାଣ ଅତ୍ୟଧିକ କମାଇ ଦେଇଥାଏ। ଯଦି ଚିକିତ୍ସା କରାନଯାଏ ମାତ୍ର କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିଥାଏ। ପ୍ରତି ବର୍ଷ ଏହି ସଂକ୍ରମଣ କାରଣରୁ ସାରା ବିଶ୍ୱରେ ୨୧,୦୦୦ରୁ ୧,୪୩,୦୦୦ଜଣ ପର୍ଯ୍ୟନ୍ତ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି।

ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ମଳରେ କଲେରା ଜୀବାଣୁ ୧-୧୦ ଦିନ ପର୍ଯ୍ୟନ୍ତ ରହୁଥିଲେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଏହାର ଅର୍ଥ ଜୀବାଣୁ ପରିବେଶକୁ ଆସି ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଥାଏ।

କଲେରା ସଂକ୍ରମଣ ବିଷୟରେ ପୂର୍ବରୁ ଅନୁମାନ କରିହୁଏ ଏବଂ ଏହାକୁ ମଧ୍ୟ ପ୍ରତିହତ କରାଯାଇପାରିବ। ବିଶୁଦ୍ଧ ପାନୀୟ ଜଳ ତଥା ପରିଷ୍କାର ଖାଦ୍ୟ ଖାଇବା ଓ ଉତ୍ତମ ପରିମଳ ବ୍ୟବସ୍ଥା ସହ ଏହାକୁ ଦୂର କରାଯାଇପାରିବ।

କଲେରାର କେତେକ ଲକ୍ଷଣ

– ବାରମ୍ବାର ପାଣି ପରି ଝାଡ଼ା ହେବା, ବେଳେ ବେଳେ ଚାଉଳଧୁଆ ପାଣି ପରି ଝାଡ଼ା ଭାବରେ ବର୍ଣ୍ଣନା କରାଯାଏ
– ବାନ୍ତି
– ଶୋଷ ଲାଗିବା
– ଗୋଡ଼ ଭୀଷଣ ବିନ୍ଧିବା
– ଅସ୍ଥିରତା ବା ବିରକ୍ତି ଭାବ

କଲେରାରୁ ସୁରକ୍ଷିତ ରହିବାକୁ କ’ଣ କରିବେ?

ଯଦି ଆପଣ ରହୁଥିବା ଅଞ୍ଚଳରେ କଲେରା ବ୍ୟାପୁଥାଏ ତେବେ ସତର୍କ ରହନ୍ତୁ। ନିଜକୁ କଲେରାରୁ ସୁରକ୍ଷିତ ରଖନ୍ତୁ। ଏଥିପାଇଁ:

୧. ସୁନିଶ୍ଚିତ କରନ୍ତୁ ଯେ ଆପଣ ଦାନ୍ତ ଘଷିବା, ଗାଧୋଇବା, ଖାଦ୍ୟ ପ୍ରସ୍ତୁତ କରିବା, ପିଇବା ଓ ବରଫ ଜମାଇବା ପାଇଁ ସୁରକ୍ଷିତ ଜଳ ବ୍ୟବହାର କରୁଛନ୍ତି।
୨. ଯଦି ଆପଣ ଘରେ ୱାଟରଫିଲଟର୍ ବ୍ୟବହାର କରୁନାହାନ୍ତି ତେବେ ପାଣି ଫୁଟାଇ ପିଅନ୍ତୁ ଏବଂ ଅତିକମ୍‌ରେ ଏହି ପାଣି ୧ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ଯଦି ପାଣି ଫୁଟାଇବା ସମ୍ଭବ ନୁହେଁ ତେବେ ବଜାରରେ ମିଳୁଥିବା କ୍ଲୋରିନ୍ ବଟିକା ବ୍ୟବହାର କରନ୍ତୁ। ବିଶୋଧିତ ଜଳକୁ ପରିଷ୍କାର ପାତ୍ରରେ ଢାଙ୍କି ରଖନ୍ତୁ।
୩. ଖାଦ୍ୟ ପ୍ରସ୍ତୁତ କରୁଥିବା ସ୍ଥାନ ବିଶେଷକରି ରୋଷେଇ ଉପକରଣ ଇତ୍ୟାଦି ସାବୁନ୍ ଓ ପାଣିରେ ଭଲ ଭାବରେ ଧୁଅନ୍ତୁ।
୪. ରାସ୍ତ କଡ଼ରେ କପ୍, ଗ୍ଲାସ୍ ଇତ୍ୟାଦିରେ ମିଳୁଥିବା ପାନୀୟ, ବରଫଯୁକ୍ତ ପାନୀୟ ପିଇବା ବିପଦଜନକ ହୋଇପାରେ।
୫. ସାବୁନ୍ ଓ ପାଣିରେ ବାରମ୍ବାର ହାତ ଧୁଅନ୍ତୁ।
– ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ, ସମୟରେ ଏବଂ ପରେ
– ଶୌଚାଳୟ ବ୍ୟବହାର କରିବା ପରେ
– ଆପଣଙ୍କ ସନ୍ତାନଙ୍କୁ ଶୌଚ କରିବା ପରେ
– କଲେରାରେ ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ଯତ୍ନ ନେବା ପୂର୍ବରୁ ଏବଂ ପରେ

୬. ପାଇଖାନାରେ ମଳତ୍ୟାଗ କରନ୍ତୁ। କେବେ ବି ଜଳାଶୟ ନିକଟରେ ବା ଖୋଲା ସ୍ଥାନରେ ମଳତ୍ୟାଗ କରନ୍ତୁ ନାହିଁ। ମଳତ୍ୟାଗ କରିବା ପରେ ସାବୁନ୍ ଓ ପାଣିରେ ହାତ ଧୁଅନ୍ତୁ। ମଳରେ ପ୍ରଦୂଷିତ ପାଇଖାନା ଓ ଚଟାଣ ଘରୋଇ ବ୍ଲିଚ୍ ବା ଜୀବାଣୁ ନାଶକ ବ୍ୟବହାର କରି ପରିଷ୍କାର କରନ୍ତୁ।
୭. ଖାଦ୍ୟ ଭଲ ଭାବରେ ସିଝାଇ ରାନ୍ଧନ୍ତୁ ଏବଂ ଏହା ଗରମ ଥିବା ଅବସ୍ଥାରେ ଖାଆନ୍ତୁ। ଫଳ ଓ ପନିପରିବାକୁ ଚୋପା ଛଡ଼ାଇ ଖାଆନ୍ତୁ। ସାମୁଦ୍ରିକ ଖାଦ୍ୟ ଯେପରିକି କଙ୍କଡ଼ା, ଚିଙ୍ଗୁଡ଼ି ଇତ୍ୟାଦି ଭଲ ଭାବରେ ସିଝିବା ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତୁ।
୮. ରୋଷେଇ କରୁଥିବା ସ୍ଥାନ ଏବଂ ପରିବାରର ଗାଧୁଆ ଘର ଓ ଲୁଗାପଟା ସଫା କରାଯାଉଥିବା ସ୍ଥାନ ଜୀବାଣୁନାଶକ ବା ବ୍ଲିଚ ଦ୍ୱାରା ଜୀବାଣୁମୁକ୍ତ କରନ୍ତୁ। ସଦାସର୍ବଦା ପରିଷ୍କାର ରଖନ୍ତୁ।
୯. ଛୋଟ ପିଲାଙ୍କର ବା ବୟସ୍କ ଲୋକଙ୍କର ଡାଇପର୍ ଓ କପଡ଼ା ପାନୀୟ ଜଳର ଉତ୍ସଠାରୁ ଅତିକମ୍‌ରେ 30 ମିଟର ଦୂରରେ ଧୁଅନ୍ତୁ।
୧୦. କଲେରା ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବା ଡାକ୍ତରଖାନାରେ କାମ କରୁଥିବା ବ୍ୟକ୍ତି ପ୍ରଦୂଷିତ ଲୁଗାପଟା ପୃଥକ ଭାବରେ ଜୀବାଣୁନାଶକ ପକାଇ ଧୋଇବେ ଏବଂ ନିଜେ ଯଥେଷ୍ଟ ସାବୁନ୍ ପାଣି ଓ ଜୀବାଣୁନାଶକ ବ୍ୟବହାର କରି ପରିଷ୍କାର ରହିବେ।
୧୧. କଲେରା ବ୍ୟାପିଥିବା ସ୍ଥାନକୁ ଯାତ୍ରା କରୁଥିଲେ ଖୋଲା ଖାଦ୍ୟ ଖାଆନ୍ତୁ ନାହିଁ ବା ବିଶୋଧିତ ହୋଇନଥିବା ପାଣି ପିଅନ୍ତୁ ନାହିଁ।

କଲେରା ହେଲେ କ’ଣ କରିବେ?

କଲେରା ଦେଖାଦେଲେ ଯଥେଷ୍ଟ ପାଣି, ଲେମ୍ବୁ, ଚିନି ଲୁଣ ସର୍ବତ, ଓଆରଏସ୍ ପିଅନ୍ତୁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଆଣ୍ଟିବାୟୋଟିକ୍ ଓ ଇଣ୍ଟ୍ରାଭେନସ୍ ହାଇଡ୍ରେସନ୍ ଚିକିତ୍ସା ଗ୍ରହଣ କରନ୍ତୁ। ଅବହେଳା କରନ୍ତୁ ନାହିଁ।

Share post:

Popular

RELATED
Related

ಡಾರ್ಕ್ ಸರ್ಕಲ್‌ಗಳು ಕಾಯಿಲೆಗೆ ಕಾರಣವೇ? | Causes of Dark Circles | Dr Sushrut Kamoji

#DarkCircles #KannadaHealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusKannada For feedback and business inquiries/ organise a doctor interview, contact Swasthya Plus Kannada at [email protected] Swasthya Plus Kannada is an emerging destination serving you with Health Tips in Kannada on health, hygiene, nutrition, lifestyle, and more!

तुम्हाला सनबर्न झाला आहे हे कसे कळेल? | Symptoms of Sunburn | Dr Priyanka Magia | #Shorts

#Sunburn #MarathiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क वैद्यकीय सल्ला देत नाही. स्वास्थ्य प्लसवर असलेली माहिती फक्त माहितीच्या उद्देशांनी दिली आहे व ही माहिती डॉक्टरांच्या सल्ल्याला पर्यायी ठरत नाही. तुमच्या आरेग्याच्या समस्यांसाठी एका पात्र वैद्याचा सल्ला घ्यावा. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusMarathi For feedback and business inquiries/ organise a doctor interview, contact Swasthya Plus Marathi at [email protected] Swasthya Plus Marathi, the leading destination serving you with Health Tips in Marathi on health, hygiene, nutrition, lifestyle, and more!

குழந்தைக்கு தூக்கத்தில் தாய்ப்பால் கொடுக்கலாமா?| Can baby be breastfed while sleeping?|Dr R V Aarthy

#Breastfeeding #TamilHealthTips #YouTubeShorts Subscribe Now & Live a Healthy Life! ஸ்வஸ்த்யா பிளஸ் நெட்வொர்க் மருத்துவ ஆலோசனையை வழங்கவில்லை. ஸ்வஸ்த்யா பிளஸ் நெட்வொர்க்கில் உள்ள உள்ளடக்கம் தகவல் நோக்கங்களுக்காக மட்டுமே, மேலும் இது ஒரு மருத்துவர்/சுகாதார நிபுணரின் தொழில்முறை தீர்ப்புக்கு மாற்றாக இல்லை. உங்கள் உடல்நலக் கவலைகளுக்கு எப்போதும் தகுதிவாய்ந்த சுகாதார நிபுணரின் ஆலோசனையைப் பெறவும். Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Tamil at [email protected] Swasthya Plus Tamil is an emerging destination serving you with Health Tips in Tamil on health, hygiene, nutrition, lifestyle, and more!

అపెండిసైటిస్ లక్షణాలు | Symptoms of Appendicitis | Dr Vamsavardhan P | #Shorts

#Appendicitis #TeluguHealthTips #YouTubeShorts Subscribe Now & Live a Healthy Life! స్వాస్థ్య ప్లస్ నెట్‌వర్క్ వైద్య సలహాలను అందించదు. ఇక్కడ మీకు లభించే సమాచారం మీకు అవగాహన పెంచడానికే తప్ప డాక్టర్/హెల్త్ ప్రొఫెషనల్ యొక్క సలహాలకు బదులు కాదు. మీ ఆరోగ్య సమస్యల కోసం ఎప్పుడూ డాక్టర్లని సంప్రదించండి. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusTelugu). For feedback and business inquiries/ organise a doctor interview, contact Swasthya Plus Telugu at [email protected] Swasthya Plus Telugu, the leading destination serving you with Health Tips in Telugu on health, hygiene, nutrition, lifestyle, and more!