ପଲ୍ଲବୀ ସାବତ
ବର୍ଷାଋତୁରେ ବିଭିନ୍ନ ପ୍ରକାରର ଜଳବାହିତ ରୋଗ ଏବଂ ସଂକ୍ରମଣ ହୋଇଥାଏ। ତେଣୁ ସେଥିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟଗୁଡ଼ିକ ନିମ୍ନରେ ପ୍ରଦତ୍ତ:
- ଖାଦ୍ୟ ରାନ୍ଧି ଗରମ ଗରମ ଖାଆନ୍ତୁ।
- ପ୍ରୋଟିନଯୁକ୍ତ ଖାଦ୍ୟର ଅଧିକ ବ୍ୟବହାର କରନ୍ତୁ।
- ଥଣ୍ଡା କାଶରୁ ରକ୍ଷା ପାଇବା ପାଇଁ ଅଧିକ ଭିଟାମିନ ‘ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଲେମ୍ବୁ ଏବଂ କମଳାର ଅଧିକ ବ୍ୟବହାର କରନ୍ତୁ।
- ପାଣିକୁ ନିୟମିତ ଠିକ୍ ରୂପରେ ବିଶୋଧନ କରି 3-4 ଲିଟର ପାଣି ପିଅନ୍ତୁ।
- ନିୟମିତ ଯୋଗ କରନ୍ତୁ।
- ଘର ଏବଂ ଘର ବାହାର ସଫା ରଖନ୍ତୁ।