ପଲ୍ଲବୀ ସାବତ
ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି। ଏହା ସ୍ୱଳ୍ପ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍ ରୋଗୀ ମଧ୍ୟ ଖାଇପାରିବେ। ଆସନ୍ତୁ ଆଜି ଜାଣିବା ମାଣ୍ଡିଆ ଓ ପାଚିଲା କଦଳୀରେ ପ୍ରସ୍ତୁତ ସୁଜି।
ଆବଶ୍ୟକୀୟ ସାମଗ୍ରୀ
ମାଣ୍ଡିଆ ଚୂନା
ପାଚିଲା କଦଳୀ ୨ଟା
ତାଳଗୁଡ଼ ମିଶ୍ରି କିମ୍ବା ଗୁଡ଼ ୧ ଚାମଚ
କ୍ଷୀର – ୨୦୦ଗ୍ରାମ୍
ପ୍ରସ୍ତୁତି ପ୍ରଣାଳୀ
ଏକ ବ୍ଲେଣ୍ଡର ଜାର୍ରେ ପାଚିଲା କଦଳୀରୁ ଚୋପା ଛଡ଼ାଇ ନିଅନ୍ତୁ ଏବଂ ସେଥିରେ ମାଣ୍ଡିଆ ୨ ଚାମଚ ଓ ତାଳଗୁଡ଼ ମିଶ୍ରି କିମ୍ବା ଗୁଡ଼ ୧ ଚାମଚ ପକାଇ ୩୦ ସେକେଣ୍ଡ ପାଇଁ ବାଟନ୍ତୁ। ତା’ପରେ ଏଥିରେ ୨୦୦ଗ୍ରାମ୍ କ୍ଷୀର ପକାଇ ୧ ମିନିଟ୍ ପାଇଁ ଗ୍ରାଇଣ୍ଡ କରନ୍ତୁ। ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ଏବଂ ପାଚିଲା କଦଳୀର ସୁଜି। ତା’ପରେ ଏହାକୁ ଏକ ଗ୍ଲାସ୍ରେ ଢାଳି ଦିଅନ୍ତୁ।
ଫାଇଦା
ବ୍ରେକ୍ଫାଷ୍ଟରେ ମାଣ୍ଡିଆ ସୁଜି ଖାଇବା ବେଶ୍ ଲାଭଦାୟକ। ଏହା ଦେହକୁ ଫୁର୍ତ୍ତି ରଖିବା ସହ ଦିନ ତମାମ ସତେଜ ରଖିଥାଏ।
ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭକାରୀ।
ରକ୍ତଚାପ ରୋଗୀଙ୍କ ପାଇଁ ଏହା ବେଶ୍ ଉପକାରୀ।
ଅଧକପାଳି ଓ ମୁଣ୍ଡ ବିନ୍ଧା ଥିଲେ ଏହା ଭଲ ହୋଇଥାଏ।
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।
ଶରୀରରେ ଆଇରନ୍ ଏବଂ ପୋଟାସିୟମ୍ର ଅଭାବ ଦୂର କରିଥାଏ।