ଓଡ଼ିଶା ସରକାର ଜୁଲାଇ ୧୬ରୁ ଜିମ୍ ଖୋଲିବା ଲାଗି ମଞ୍ଜୁରି ଦେଇଛନ୍ତି। ତେବେ ଜିମ୍ ଯାଉଥିଲେ କେତେକ ସତର୍କତା ପାଳନ କରନ୍ତୁ, ଯେପରି ଆପଣ କୋଭିଡ୍ରୁ ସୁରକ୍ଷିତ ରହିପାରିବେ।
-ଜିମ୍ ଯିବା ସମୟରେ ସାମାଜିକ ଦୂରତା ପାଳନ କରନ୍ତୁ। ଅତି କମ୍ରେ ୬ ଫୁଟ ଦୂରତା ବଜାୟ ରଖନ୍ତୁ।
-ମାସ୍କ, ଗ୍ଲୋଭ୍ସ ନିଶ୍ଚିତ ଭାବେ ପିନ୍ଧନ୍ତୁ। ନିଜ ସହିତ ପାଣି ବୋତଲ, ଯୋଗ ମ୍ୟାଟ, ଏକ୍ସରସାଇଜ୍ ବେଲ୍ଟ ନିଶ୍ଚିତ ଭାବେ ନେଇଯାଆନ୍ତୁ।
-ଜିମ୍ର ପୋଷାକ ଘରୁ ପିନ୍ଧି ଯାଆନ୍ତୁ। ସେଠାରେ ଚେଞ୍ଜିଂ ରୁମ୍ର ବ୍ୟବହାର କରନ୍ତୁ ନାହିଁ ।
ଅଧିକ ପଢ଼ନ୍ତୁ: ବ୍ୟାୟାମ କରୁଥିଲେ ଡାଏଟ୍ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ
-ୱାର୍କଆଉଟ୍ ପୂର୍ବରୁ ଜିମ୍ ଉପକରଣକୁ ନିଜ ସହ ନେଇଥିବା ସାନିଟାଇଜର ଦ୍ୱାରା ସାନିଟାଇଜ୍ କରନ୍ତୁ ।
-ଜିମ୍ରୁ ଫେରିବା ପରେ ପ୍ରଥମେ ବାଥରୁମ୍ ଯାଆନ୍ତୁ। ଗ୍ଲୋଭ୍ସକୁ ଖୋଲି ସଫା କରନ୍ତୁ। ହାତକୁ ସାବୁନରେ ଭଲ ଭାବରେ ସଫା କରନ୍ତୁ। ଜୋତା ଓ ପୋଷାକକୁ ଭଲ ଭାବେ ପରିଷ୍କାର କରନ୍ତୁ। ଉଷୁମ ପାଣିରେ ଗାଧାନ୍ତୁ।
-ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।