ଉଚ୍ଚ ରକ୍ତଚାପ ସବୁ ବଡ଼ ବଡ଼ ରୋଗର ମୂଳ କାରଣ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଜରୁରୀ। ତେବେ ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପର ଜଟିଳତା କ’ଣ? କେମିତି କରିବେ ରକ୍ତଚାପକୁ ନିୟନ୍ତ୍ରଣ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ।
- ଉଚ୍ଚ ରକ୍ତଚାପର ଲକ୍ଷଣ କ’ଣ?
- ଉଚ୍ଚ ରକ୍ତଚାପର କାରଣ
- ଉଚ୍ଚ ରକ୍ତଚାପର ଜଟିଳତା
- ଉଚ୍ଚ ରକ୍ତଚାପର ଚିକିତ୍ସା
- ଡାକ୍ତରଙ୍କ ପରାମର୍ଶ
ଉଚ୍ଚ ରକ୍ତଚାପକୁ ଇଂଲିସ୍ରେ ହାଇ ବ୍ଲଡ୍ପ୍ରେସର ବା ଉଚ୍ଚ ରକ୍ତଚାପ ବୋଲି କୁହାଯାଏ। ହୃଦୟରୁ ରକ୍ତ ଶୀରା ଦେଇ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗକୁ ଯାଇଥାଏ। ରକ୍ତ ଏକ ନିର୍ଦ୍ଦିଷ୍ଟ ଚାପରେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗକୁ ପ୍ରବାହିତ ହୋଇଥାଏ। ରକ୍ତଚାପର ସାଧାରଣ ସ୍ତର ୧୨୦/୮୦ ମିଲିମିଟର ମରକ୍ୟୁରି ଭିତରେ ଗଣନା କରାଯାଏ। ଯଦି କୌଣସି କାରଣବଶତଃ ରକ୍ତନଳୀରେ ଅତ୍ୟଧିକ ଚାପ ସୃଷ୍ଟି ହୁଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ।
ଉଚ୍ଚ ରକ୍ତଚାପର ଲକ୍ଷଣ କ’ଣ? (Symptoms of high blood pressure in Odia)
ଅନେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପର କୌଣସି ଲକ୍ଷଣ ଜଣାପଡ଼ିନଥାଏ। ୫୦ରୁ ୭୦ ଭାଗ ରୋଗୀଙ୍କଠାରେ ଉଚ୍ଚ ରକ୍ତଚାପର କୌଣସି ଲକ୍ଷଣ ଦେଖାଦେଇ ନଥାଏ। ୩୦ରୁ ୪୦ ପ୍ରତିଶତ କ୍ଷେତ୍ରରେ ଲକ୍ଷଣ ଦେଖାଦିଏ। ଯେପରିକି କୌଣସି କାର୍ଯ୍ୟରେ ଏକାଗ୍ରତା ନ ଆସିବା, ମୁଣ୍ଡ ବୁଲାଇବା, ମୁଣ୍ଡ ବଥା ହେବା, ଚିଡ୍ଚିଡ୍ ଲାଗିବା, କୌଣସି କଥା ମନେ ରହିବ ନାହିଁ, କାହାକୁ ଚିହ୍ନି ନ ପାରିବା, ଅତ୍ୟଧିକ ଉଚ୍ଚ ରକ୍ତଚାପ ହେଲେ ଛାତି ଯନ୍ତ୍ରଣା ହେବା, ଧଇଁସଇଁ ଲାଗିବା ଭଳି ଲକ୍ଷଣ ଦେଖାଦିଏ। ଉଚ୍ଚ ରକ୍ତଚାପର ସ୍ତର ଅଧିକ ବଢ଼ିଗଲେ ପକ୍ଷାଘାତ ମଧ୍ୟ ହୋଇପାରେ।
ଅଧିକ ପଢ଼ନ୍ତୁ: ମଦ୍ୟପାନ – କାହିଁକି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ?
ଉଚ୍ଚ ରକ୍ତଚାପର କାରଣ (Causes of high blood pressure in Odia)
ଉଚ୍ଚ ରକ୍ତଚାପର ବହୁତ କାରଣ ଥାଇପାରେ। କିନ୍ତୁ ୧୦୦ରୁ ୯୪ ପ୍ରତିଶତ କ୍ଷେତ୍ରରେ ଉଚ୍ଚ ରକ୍ତଚାପର କାରଣ ଜଣାପଡ଼ିନଥାଏ। ଏହା ବଂଶଗତ କାରଣ ଯୋଗୁଁ ହୋଇଥାଏ। ଏହାସହ ଲୁଣ ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇପାରେ। ଲୁଣର ଅଣୁଗୁଡ଼ିକ ପାଣିକୁ ଧରିରଖେ। ତେଣୁ ଲୁଣ ଖାଇବା ଦ୍ୱାରା ଶରୀରରେ ପାଣି ବଢ଼ିଯାଏ ଓ ପାଣି ବଢ଼ିଗଲେ ରକ୍ତର ପରିମାଶ ବଢ଼ିଯାଏ, ଯାହାକି ଉଚ୍ଚ ରକ୍ତଚାପର କାରଣ ହୋଇପାରେ।
କିଡ୍ନି ଖରାପ ହେଲେ, ଅନ୍ତଃସ୍ରାବୀ ଜନିତ ରୋଗ ହେଲେ, ମଧୁମେହ ହେଲେ, ଅଧିକ ଔଷଧ ଖାଇଲେ, ଷ୍ଟିରୋଏଡ୍ ନେଉଥିଲେ ଉଚ୍ଚ ରକ୍ତଚାପ ହୋଇପାରେ।
ଉଚ୍ଚ ରକ୍ତଚାପର ଜଟିଳତା (Complications of high blood pressure in Odia)
ରକ୍ତଚାପ ଅନିୟନ୍ତ୍ରିତ ରହେ, ତେବେ ପକ୍ଷାଘାତ, ହୃଦହ ସ୍ପନ୍ଦନ କମିଯିବ, ହୃତ୍ପିଣ୍ଡର ମାଂସପେଶୀ ଖରାପ ହୋଇଯିବ, ଫୁସ୍ଫୁସ୍ ଭିତରେ ପାଣି ଜମିଯିବ, ଶ୍ୱାସପ୍ରକ୍ରିୟାରେ ଅସୁବିଧା ହେବ, କିଡ୍ନି ଖରାପ ହେବ।
ଅଧିକ ପଢ଼ନ୍ତୁ: ଅତ୍ୟଧିକ ମଦ୍ୟପାନ ହୋଇଥାଏ ଉଚ୍ଚ ରକ୍ତଚାପର କାରଣ
ଉଚ୍ଚ ରକ୍ତଚାପର ଚିକିତ୍ସା (Treatment of high blood pressure in Odia)
ଓଜନକୁ ନିୟନ୍ତ୍ରଣ କରିବା।
ଯଥେଷ୍ଟ ପରିମାଣରେ ଶୋଇବା।
ନିୟମିତ ବ୍ୟାୟାମ କରିବା ଦରକାର।
ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବେ।
ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)
ଯେଉଁମାନଙ୍କର ପୂର୍ବରୁ ରକ୍ତଚାପ ଥିବ, ତାକୁ ନିୟନ୍ତ୍ରଣ କରନ୍ତୁ। ଯଦି ଉଚ୍ଚରକ୍ତଚାପ ଔଷଧ ଖାଉଛନ୍ତି, ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ତାକୁ ବନ୍ଦ କରନ୍ତୁ ନାହିଁ।
ନିୟମିତ ବ୍ୟବଧାନରେ ରକ୍ତଚାପ ପରୀକ୍ଷା କରିବା ଜରୁରୀ।
ମେଡିଟେସନ୍ କରିବେ।
(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)
Note: This information on High Bloodpressure, in Odia language, is based on an extensive interview with Medicine Specialist Dr Uma Shankar Mishra.