ତ୍ୱଚାରୁ କଳା ଦାଗ କେମିତି ଯିବ?

ମୁହଁରୁ ବ୍ରଣର ଦାଗ, କଳା ଦାଗ, ମେଲାଜ୍‌ମା ଭଳି ସମସ୍ୟା ଯିବ କେମିତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଶରୀରରେ ମେଲାନିନ୍‌ର ମାତ୍ରା ଅଧିକ ଥିଲେ ତ୍ୱଚାର ରଙ୍ଗ ଅଧିକ ରହେ ଓ ମେଲାନିନ୍‌ର ମାତ୍ରା କମ୍‌ ଥିଲେ ତ୍ୱଚାର ରଙ୍ଗ କମ୍‌ ରହେ। ମେଲାନିନ୍‌ ଆମ ତ୍ୱଚାର ସୁରକ୍ଷା ବଳୟ ଭାବେ କାମ କରିଥାଏ। କୌଣସି ପ୍ରଦାହ ହେଲେ, କିଛି ମେଡିସିନ୍‌ ଖାଇଲେ, ଜଳବାୟୁରେ ପରିବର୍ତ୍ତନ ହେଲେ କିମ୍ବା ଜେନନେଟିକ୍‌ରେ କୌଣସି ସମସ୍ୟା ଦେଖାଦେଲେ ମେଲାନିନ୍‌ ସ୍ତର ବଢ଼ିଯାଏ।

ଅଧିକ ପଢ଼ନ୍ତୁ: ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି?

କେଉଁ କାରଣ ଯୋଗୁଁ କଳା ଦାଗ ହୁଏ? (Causes of Black Spots in Odia)

ପୋଷ୍ଟ ଇନ୍‌ଫ୍ଲାମେଟୋରି ହାଇପରପିଗ୍‌ମେଣ୍ଟେସନ୍‌ – ଜଣେ ବ୍ୟକ୍ତିଙ୍କୁ କୌଣସି ରୋଗ ହେଲେ ବା ମୁହଁରେ ଆଘାତ ଲାଗିଲେ କିମ୍ବା ତ୍ୱଚାରେ ବ୍ରଣ ହୋଇଥିଲେ ମୁହଁରେ ଦାଗ ହୋଇଯାଏ। ତ୍ୱଚାରେ ବ୍ରଣ ଯେତିକି ସମସ୍ୟା ସୃଷ୍ଟି କରେ ନାହିଁ ଏହା ପରର ଦାଗ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିଥାଏ। ହରମୋନ୍‌ ପରିବର୍ତ୍ତନ ଯୋଗୁଁ ମୁହଁରେ ବ୍ରଣ ହୋଇଥାଏ ଓ କିଛି ଦିନ ପରେ ଏହା ଭଲ ହୋଇଯାଇଥାଏ। କିନ୍ତୁ ବ୍ରଣରେ ହାତ ମାରିବା କାରଣରୁ, ନଖରେ ଖଣ୍ଡିଆ କରିବେ, ତାହେଲେ ସେହି ସ୍ଥାନରେ କଳା ଦାଗ ହୋଇଯାଏ।

ଟ୍ୟାନ୍‌ – ସାଧାରଣତଃ ସୂର୍ଯ୍ୟକିରଣରୁ ଆସୁଥିବା ଅଲଟ୍ରାଭାଓଲେଟ୍‌ ରଶ୍ମୀ ଯୋଗୁଁ ତ୍ୱଚାରେ ସନ୍‌ଟ୍ୟାନ୍‌ ହୋଇଥାଏ। ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବା ଚର୍ମ କଳା ପଡ଼ିଯାଇଥାଏ। ଏହାକୁ ସନ୍‌ଟ୍ୟାନ୍‌ କୁହାଯାଏ।

ରିଲ୍ସ ମେଲାନୋସିସ୍‌ – ବର୍ତ୍ତମାନ ସମୟରେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଛା କ୍ରିମ୍‌ ବ୍ୟବହାର କରୁଛନ୍ତି। ଆଜି ଗୋଟେ କ୍ରିମ୍‌ କାଲି ଗୋଟେ କ୍ରିମ୍‌ ଓ ସେମାନେ ଜାଣି ନଥା’ନ୍ତି ଯେ ଉକ୍ତ କ୍ରିମ୍‌ର କ’ଣ ମିଶୁଛି। ଏହାଦ୍ୱାରା ମଥାରେ ପାଉଁଶିଆ ଦାଗ ହୋଇଯାଇଥାଏ। ତେଣୁ, ଗୋଟେ କ୍ରିମ୍‌ ଲଗାଇବାର କିଛି ଦିନ ପରେ ଯଦି ମୁହଁ କଳା ପଡ଼ିଯାଉଛି, ତେବେ ସେହି କ୍ରିମ୍‌କୁ ଲଗାନ୍ତୁ ନାହିଁ।

ପେରିଅର୍‌ବିଟାଲ ପିଗ୍‌ମେଣ୍ଟେସନ୍‌ – ଏହି ପିଗ୍‌ମେଣ୍ଟସନ୍‌ ଆଖି ଚାରିପଟେ ହୋଇଥାଏ। ଷ୍ଟ୍ରେସ୍‌, ଜେନେଟିକ୍‌, କୌଣସି ରୋଗ ପାଇଁ ଔଷଧ ଖାଉଥିଲେ, ରାତି ଅନିଦ୍ରା କାରଣରୁ ଆଖି ଚାରିପଟେ କଳାଦାଗ ପଡ଼ିଥାଏ। ଜୀବନଶୈଳୀରେ ପରିବର୍ତ୍ତନ କଲେ ଏହା ଠିକ୍‌ ହୋଇଯାଏ। ଖରାରୁ ଆସିବା ପରେ ପେରିଅରବିଟାଲ ପିଗ୍‌ମେଣ୍ଟେସନ୍‌ ଅଧିକ କଳା ଦେଖାଯାଏ।

ମେଲାଜ୍‌ମା – ମେଲାଜ୍‌ମା ସାଧାରଣତଃ ଗାଲର ଦୁଇ ପାଖରେ ଓ ନାକରେ ବାଦାମୀ ରଙ୍ଗର ହୋଇଥାଏ। କେତେକ ଲୋକଙ୍କର କ୍ଷେତ୍ରରେ କାଢ଼ ବାଦାମୀ ରଙ୍ଗର ହୋଇଥିବା ବେଳେ କେତେକ ଲୋକଙ୍କର ହାଲ୍‌କା ବାଦାମୀ ରଙ୍ଗର ହୋଇପାରେ।

ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଯୋଗୁଁ ଓ ହରମୋନ୍‌ରେ ପରିବର୍ତ୍ତନ ଯୋଗୁଁ ଏହା ଅଧିକ ଦେଖାଦେଇଥାଏ। ଏହାଛଡ଼ା କେତେକ ମହିଳାଙ୍କର ଗର୍ଭାବସ୍ଥା ସମୟରେ ମେଲାଜ୍‌ମା ହୋଇଥାଏ ଓ ଧୀରେ ଧୀରେ ଚାଲିଯାଇଥାଏ ଏବଂ କେତେକ ମହିଳାଙ୍କର ପ୍ରସବ ପରେ ମଧ୍ୟ ମେଲାଜ୍‌ମା ରହିଥାଏ।

ଗର୍ଭାବସ୍ଥାରେ ମେଲାଜ୍‌ମା ହେଲେ ତାକୁ କ୍ଲୋଆଜ୍‌ମା କୁହାଯାଏ ଓ ପ୍ରସବ ପରେ ଯଦି ଏହି ଦାଗ ରହେ, ତାକୁ ମେଲାଜ୍‌ମା କହିଥାଉ।

ଅଧିକ ପଢ଼ନ୍ତୁ: ସୋରିଆସିସ୍‌ରୁ କେମିତି ପାଇବେ ମୁକ୍ତି?

ସୂର୍ଯ୍ୟକିରଣରୁ ତ୍ଵଚାକୁ ରକ୍ଷା କରିବେ କିପରି? (How to protect your skin from sunlight in Odia)

କଳାଦାଗ, ମେଲାଜ୍‌ମା ଏବଂ ରିଲ୍ସ ମେଲାନୋସିସ୍‌ ଆଦି ସମସ୍ୟାରୁ ନିଜକୁ ରକ୍ଷା କରିବାକୁ ହେଲେ ସୂର୍ଯ୍ୟକିରଣରୁ ଦୂରେଇ ରହନ୍ତୁ। ବାହାରକୁ ଗଲେ ମୁହଁକୁ ଘୋଡ଼ାଇ ଯାଆନ୍ତୁ, ତ୍ୱଚାରେ ସନ୍‌ସ୍କ୍ରିନ୍‌ ଲଗାନ୍ତୁ। କିନ୍ତୁ ଏହାର ମାନେ ନୁହେଁ ଯେ, ଆପଣ ଖରାକୁ ବିଲକୁଲ ବାହାରିବେ ନାହିଁ। ଏହାଦ୍ୱାରା ଭିଟାମିନ୍‌ ‘ଡି’ ଜନିତ ଅଭାବ ଦେଖାଦିଏ। ତେଣୁ ସବୁବେଳେ ସକାଳର କଅଁଳିଆ ଖରାରେ ୧୦-୧୫ ମିନିଟ୍‌ ବସନ୍ତୁ।

ଖାଦ୍ୟରେ ଛେନା, ଦହି, କ୍ଷୀର ଜାତୀୟ ଖାଦ୍ୟ ଖାଆନ୍ତୁ ଏବଂ ଚାପମୁକ୍ତ ରହନ୍ତୁ।

ତ୍ୱଚାକୁ ସୁରକ୍ଷିତ ରଖିବା ପାଇଁ ସନ୍‌ସ୍କ୍ରିନ୍‌ର ଗୁରୁତ୍ୱ (Importance of sunscreen to protect the skin in Odia)

 ସବୁବେଳେ ନିଜକୁ ସୁହାଉଥିବା ଭଳି କସ୍‌ମେଟିକ୍‌ ବ୍ୟବହାର କରିବେ। ଯଦି ଗୋଟେ କ୍ରିମ୍‌ ଲଗାଇବାର କିଛି ଦିନ ଭିତରେ ଆପଣ କଳା ଦେଖାଯାଉଛନ୍ତି, ତେବେ ତାକୁ ବନ୍ଦ କରିଦିଅନ୍ତୁ।

ସବୁବେଳେ ଏସ୍‌ପିଏଫ୍‌ ୩୦ ଯୁକ୍ତ ସନ୍‌ସ୍କ୍ରିନ୍‌ ବ୍ୟବହାର କରନ୍ତୁ। ଶୁଷ୍କ ତ୍ୱଚା ପାଇଁ ତେଲିଆ ସନ୍‌ସ୍କ୍ରିନ୍‌ ଓ ତେଲିଆ ତ୍ୱଚା ପାଇଁ ଜେଲ୍‌ ସନ୍‌ସ୍କ୍ରିନ୍‌ ବ୍ୟବହାର କରିବେ।

ସନ୍‌ସ୍କ୍ରିନ୍‌କୁ ସକାଳ ୮ଟାରେ, ୧୧ଟାରେ ଓ ୨ଟାରେ ଦିନକୁ ତିନି ଥର ଲଗାଇବା ଆବଶ୍ୟକ। ସନ୍‌ସ୍କ୍ରିନ୍‌ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବରେ ଧୋଇବେ।

ଏହାଛଡ଼ା ମୁହଁରୁ କଳା ଦାଗ ହଟାଇବା ପାଇଁ ଅନ୍ୟ ଚିକିତ୍ସାମାନ ମଧ୍ୟ ରହିଛି।

ସୁସ୍ଥ ତ୍ୱଚା ପାଇଁ ଜୀବନଶୈଳୀର ଭୂମିକା (Role of lifestyle for healthy skin in Odia)

ସାଧାରଣତଃ ଷ୍ଟ୍ରେସ୍‌ ବା ମାନସିକ ଚାପ ଯୋଗୁଁ ତ୍ଵଚାରେ ଅକ୍ସିଡେସନ୍‌ ହୋଇ ତ୍ୱଚା କଳା ପଡ଼ିଯାଇଥାଏ। ତେଣୁ ଚାପମୁକ୍ତ ରହନ୍ତୁ। ଯଥେଷ୍ଟ ପରିମାଣରେ ଶୁଅନ୍ତୁ। ନିଜ ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ ଆଣନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Black Spot, in Odia language, is based on an extensive interview with Dermatologist Dr Diptiranjani Bisoyi.

Share post:

Popular

RELATED
Related

இரத்த சோகையால் அவதிப்பட்டால் என்ன உணவுகளை தவிர்க்க வேண்டும்? |Anaemia: Foods to Avoid| Dafni Stephen

#Anaemia #TamilHealthTips Subscribe Now & Live a Healthy Life! ஸ்வஸ்த்யா பிளஸ் நெட்வொர்க் மருத்துவ ஆலோசனையை வழங்கவில்லை. ஸ்வஸ்த்யா பிளஸ் நெட்வொர்க்கில் உள்ள உள்ளடக்கம் தகவல் நோக்கங்களுக்காக மட்டுமே, மேலும் இது ஒரு மருத்துவர்/சுகாதார நிபுணரின் தொழில்முறை தீர்ப்புக்கு மாற்றாக இல்லை. உங்கள் உடல்நலக் கவலைகளுக்கு எப்போதும் தகுதிவாய்ந்த சுகாதார நிபுணரின் ஆலோசனையைப் பெறவும். Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Tamil at [email protected] Swasthya Plus Tamil is an emerging destination serving you with Health Tips in Tamil on health, hygiene, nutrition, lifestyle, and more!

গৰ্ভাৱস্থাত সঠিক টোপনিৰ অৱস্থা | Correct sleep posture during Pregnancy | Dr Priyanka Bhuyan

#PregnancyCare #AssamseHealthTips #YouTubeShorts Subscribe Now & Live a Healthy Life! স্বাস্থ্য প্লাছ নেটৱৰ্কে মেডিকেল জৰিত উপদেশ নিদিয়ে। ইয়াত দেখুৱা তথ্য খিনি সম্পূৰ্ণ জ্ঞান আহৰণৰ বাবে আৰু কোনো ধৰণৰ প্ৰফেচনেল উপদেশৰ আৰ্হি নহয়। যিকোনো স্বাস্থ্য সমস্যা বিশেষে ডক্তৰৰ পৰামৰ্শ লোৱা টো দৰকাৰী। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Assamese at [email protected] Swasthya Plus Assamese, the leading destination serving you with Health Tips in Assamese on health, hygiene, nutrition, lifestyle, and more!

డయాబెటిక్ ఫుట్ యొక్క లక్షణాలు ఏమిటి? | Diabetic Foot: Symptoms | Dr G Sri Harsha

#DiabeticFoot #TeluguHealthTips #YouTubeShorts Subscribe Now & Live a Healthy Life! స్వాస్థ్య ప్లస్ నెట్‌వర్క్ వైద్య సలహాలను అందించదు. ఇక్కడ మీకు లభించే సమాచారం మీకు అవగాహన పెంచడానికే తప్ప డాక్టర్/హెల్త్ ప్రొఫెషనల్ యొక్క సలహాలకు బదులు కాదు. మీ ఆరోగ్య సమస్యల కోసం ఎప్పుడూ డాక్టర్లని సంప్రదించండి. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusTelugu). For feedback and business inquiries/ organise a doctor interview, contact Swasthya Plus Telugu at [email protected] Swasthya Plus Telugu, the leading destination serving you with Health Tips in Telugu on health, hygiene, nutrition, lifestyle, and more!

ಗರ್ಭಾವಸ್ಥೆ ಬೆನ್ನುನೋವು ಕಡಿಮೆ ಮಾಡುವ ಸಲಹೆಗಳು? | Back Pain in Pregnancy: Tips to Relief | Dr Harshitha N

#PregnancyCare #KannadaHealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusKannada For feedback and business inquiries/ organise a doctor interview, contact Swasthya Plus Kannada at [email protected] Swasthya Plus Kannada is an emerging destination serving you with Health Tips in Kannada on health, hygiene, nutrition, lifestyle, and more!