ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କୁହାଯାଉଛି ଯେ, ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏଥିରେ ସବୁ ବୟସର ଲୋକ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେବେ ଗର୍ଭବତୀ ମହିଳାମାନେ କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ, ଜାଣନ୍ତୁ।

ଜରୁରୀ ଆବଶ୍ୟକ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ।

ଆଖି, କାନ, ପାଟିରେ ଅଯଥା ହାତ ମାରନ୍ତୁ ନାହିଁ।

କାଶିବା ଏବଂ ଛିଙ୍କିବା ବେଳେ ରୁମାଲ କିମ୍ବା ହାତ ଦେଇ କାଶନ୍ତୁ।

ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ ଅଥବା ସାନିଟାଇଜ୍‌ କରନ୍ତୁ।

ଘରର ଚଟାଣ ଓ ଅନ୍ୟାନ୍ୟ ଆସବାବ ପତ୍ରକୁ ଯଥାସମ୍ଭବ ପରିଷ୍କାର ରଖନ୍ତୁ।

କର୍ମଜୀବୀ ଗର୍ଭବତୀ ମହିଳାମାନେ ଯଥାସମ୍ଭବ ଘରେ ରହି ଅଫିସ୍‌ କାମ କରନ୍ତୁ।

ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମକୁ ଯାଆନ୍ତୁ ନାହିଁ।

ଗର୍ଭାବସ୍ଥା ସମୟରେ କିମ୍ବା ନବଜାତ ଶିଶୁ ପାଖକୁ ଅତିଥିମାନଙ୍କ ଆସିବାକୁ ଦେବା ନାହିଁ।