ପାର୍ବଣ ସମୟରେ ବୁଲିବାର ମଜା ନିଆରା। ପୁଣି ଛୋଟ ପିଲାମାନେ ସେହି ବୁଲାବୁଲିକୁ ଅଧିକ ଉପଭୋଗ କରିଥାନ୍ତି। ତେବେ ବୁଲାବୁଲି ସମୟରେ ସେମାନେ ମେଳାରେ ଯେଉଁ ଏପଟସେପଟ ଖାଦ୍ୟ ଖାଇ ଦିଅନ୍ତି ତାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏପରିସ୍ଥଳେ ଏହି ସମୟରେ କିଭଳି ଛୋଟ ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ଜାଣିରଖନ୍ତୁ।

chat

ଛୋଟ ପିଲାଙ୍କୁ ସାଙ୍ଗରେ ନେଉଥିଲେ ସେମାନଙ୍କୁ ତେଲଛଣା ଜିନିଷ, ଚାଟ୍, ଗୁପଚୁପ ଇତ୍ୟାଦି ଅଧିକ ଭାବେ ଖାଇବାକୁ ଦିଅନ୍ତୁ ନାହିଁ। କାରଣ ମେଳାରେ ବିକ୍ରି ହେଉଥିବା ଜିନିଷ ସେମାନଙ୍କର ପେଟ ଖରାପ କରିବାର ଆଶଙ୍କା ଥାଏ। ଏହା ମଧ୍ୟ ଖାଦ୍ୟ ସଂକ୍ରମଣର କାରଣ ପାଲଟେ। ସେହିପରି ଫାଷ୍ଟଫୁଡରୁ ମଧ୍ୟ ଦୂରେଇ ରଖନ୍ତୁ।

ମେଳାରେ ବିକ୍ରି ହେଉଥିବା ଆଇସକ୍ରିମ, ଗୋଲା ଇତ୍ୟାଦିକୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। କାରଣ ଏହା ଜଣ୍ଡିସର ବାହକ ହୋଇପାରେ।

ice cream

ଭିଡ଼ କମ ବୋଲି ପିଲାମାନଙ୍କୁ ଖରାବେଳେ ବୁଲିବାକୁ ନିଅନ୍ତୁ ନାହିଁ। ଅତ୍ୟଧିକ ଖରାଯୋଗୁ ସେମାନଙ୍କର ଶରୀର ଅସୁସ୍ଥ ହୋଇପଡ଼ିବାର ଆଶଙ୍କା ରହେ। ପୁଣି ଖରାବେଳେ ବୁଲିବାକୁ ଗଲେ ସେମାନେ ଆଇସକ୍ରିମ ପରି ଥଣ୍ଡାଜାତୀୟ ଖାଦ୍ୟ ଖାଇବାକୁ ଅଧିକ ଜିଦ ଧରିଥାନ୍ତି।

ପିଲାଙ୍କୁ ସାଙ୍ଗରେ ନେଉଥିଲେ ପାଖରେ ସବୁବେଳେ ପାଣି ବୋତଲ, ବାନ୍ତି ଔଷଧ ଇତ୍ୟାଦି ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଜରୁରୀକାଳୀନ ସ୍ଥିତିରେ ଅସୁବିଧା ହେବନାହିଁ।

drinking water

ଭିଡ଼ରେ ମା’ଙ୍କୁ ଦେଖିବାକୁ ଯାଉଥିଲେ ଛୋଟ ପିଲାଙ୍କ ପ୍ରତି ସାବଧାନ ରୁହନ୍ତୁ। କାରଣ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ିବାର ଆଶଙ୍କା ଥାଏ । ଏହାଛଡ଼ା ଦଳାଚକଟାର ଭୟ ବି ରହେ।

ପିଲାମାନଙ୍କୁ ଏହି ସମୟରେ ପ୍ରଚୁର ପରିମାଣର ପାଣି ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କର ଖାଦ୍ୟ ହଜମ ହେବ। ଏହି ସମୟରେ ପ୍ରତିଦିନ ରାତିରେ ସେମାନଙ୍କୁ ଜୁଆଣି ଖାଇବାକୁ ଅଭ୍ୟାସ କରାନ୍ତୁ।