କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ।

ଦୀର୍ଘ ଦିନ ଧରି କୋଭିଡ୍-୧୯ ଲାଗି ରହିଥିବାରୁ ଲୋକଙ୍କର ମାନସିକ ଅବସ୍ଥା ଶୋଚନୀୟ। ଲୋକେ ଅଧୈର୍ଯ୍ୟ ହେଲେଣି। ଗୃହବନ୍ଦୀ ହୋଇ ଦୀର୍ଘଦିନ ଧରି ରହିଲେ, ଆମର ପରିଚିତ ସ୍ଵାଭାବିକ ଜୀବନ ଯାତ୍ରାରେ ବାଧା ହେବାରୁ ଲୋକଙ୍କର ଚାପ ବଢ଼ୁଛି।

ଲକ୍ ଡାଉନ୍ ପରିସ୍ଥିତି ଫଳରେ ଲୋକମାନେ ଘରୁ ବାହାରକୁ ନ ଗଲାରୁ ଗୃହବନ୍ଦୀ ହେଲା ପରି ରହି ବିରକ୍ତ ହେଉଛନ୍ତି। ଅନିଶ୍ଚିତ ଭବିଷ୍ୟତ ବିଷୟରେ ଭାବି ଧର୍ଯ୍ୟହରା ହୋଇପଡ଼ୁଛନ୍ତି। ସ୍ଵାଭାବିକ ଜୀବନଯାତ୍ରାରେ ଦୀର୍ଘ ସମୟ ଧରି ବାଧା ସୃଷ୍ଟି ହେଲେ ସମସ୍ତଙ୍କର ଶାରୀରିକ ଓ ମାନସିକ ବ୍ୟବହାରରେ ପରିବର୍ତ୍ତନ ଦେଖାଯାଏ।

ଅଧିକ ପଢ଼ନ୍ତୁ: ମାନସିକ ରୋଗୀ କୋଭିଡ୍‌ ଟିକା ନେଇପାରିବେ କି?

ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ମାନସିକ ସ୍ଥିତି (Mental Health of COVID patients at the hospital in Odia)

ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ୍‌ ରୋଗୀ କୋଉଠି ନା କୋଉଠି ଭୟରେ ଥିବେ। ଯେହେତୁ ସେମାନଙ୍କର ପରିବାର ପାଖରେ ନଥିବେ, ପାଖଷର ସାନ୍ୱନା ଦେବା ପାଇଁ କେହି ନଥିବେ, ତେଣୁ ସେ ଏକୁଟିଆ ଅନୁଭବ କରୁଥିବେ। ଏହାଛଡ଼ା କୋଭିଡ୍‌ରୁ ଭଲ ହେବେ କି ନାହିଁ ଭାବି ସେ ଏକପ୍ରକାର ଭାଙ୍ଗି ପଡ଼ୁଥିବେ।

ଏହାଛଡ଼ା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ପାଖ ବେଡ୍‌ରେ କାହାର ଦେହ ଅଧିକ ଖରାପ ହେଲେ, ଆଇସିୟୁରେ ଭର୍ତ୍ତି ହେଲେ ଅଥବା ମୃତ୍ୟୁ ହେଲେ, ସେମାନଙ୍କର ଭୟ ତଥା ଏଙ୍ଗଜାଇଟି ବଢ଼ିଯାଏ। ଏଙ୍ଗଜାଇଟି ଆଟାକ୍‌ ହେଲେ ଶରୀରର ଅକ୍ସିଜେନ୍‌ ସାଚୁରେସନ୍‌ କମିଯାଏ, ଛାତି ଧଡ୍‌ ଧଡ୍‌ ହୁଏ, ଝାଳ ବୋହିଯାଏ। ଏଭଳି କ୍ଷେତ୍ରରେ ଧର୍ଯ୍ୟହରା ନ ହୋଇ ସକରାତ୍ମକ କଥା ଚିନ୍ତା କରନ୍ତୁ।

ଛୋଟ ପିଲାଙ୍କୁ କିଭଳି ବୁଝାଇବେ? (How to talk to children in Odia)

କୋଭିଡ୍‌ ମହାମାରୀ ଯୋଗୁଁ ଛୋଟ ପିଲାମାନଙ୍କୁ ଘରେ ରହିବାକୁ ପଡ଼ୁଛି। ଫଳରେ ସେମାନେ ବିଚଳିତ ହୋଇପଡ଼ୁଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ବୁଝାଇବା ଦାୟିତ୍ୱ ହେଉଛି ବାପାମା’ଙ୍କର। ସେମାନେ ପିଲାମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବା ଆବଶ୍ୟକ। ଯେହେତୁ ପିଲାମାନେ ବାହାରକୁ ଯାଇ ପାରୁ ନାହାନ୍ତି, ସେମାନଙ୍କର ସାଙ୍ଗସାଥୀଙ୍କ ସହ ଖେଳି ପାରୁ ନାହାନ୍ତି, ତେଣୁ ବାପାମା’ମାନେ ପିଲାମାନଙ୍କୁ ସମୟ ଦିଅନ୍ତୁ, ସେମାନଙ୍କ ସହ ଖେଳାଖେଳି କରନ୍ତୁ, ପିଲାମାନଙ୍କୁ ଗପ କହନ୍ତୁ, ତାଙ୍କ ସହ ନୂଆ ନୂଆ ଜିନିଷ ଶିଖାନ୍ତୁ।

ଅନିଶ୍ଚିତ ଭବିଷ୍ୟତ କଥା ଭାବି ମନ ଅସ୍ଥିର କି? (Worried about thinking of an uncertain future in Odia)

କୋଭିଡ୍‌ ଯୋଗୁଁ କିଶୋର କିଶୋରୀଙ୍କ ସ୍କୁଲ କଲେଜ ବନ୍ଦ। ସେମାନଙ୍କର ପରୀକ୍ଷା ଘୁଞ୍ଚି ଘୁଞ୍ଚି ଚାଲୁଛି। ଫଳରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ। ଦୀର୍ଘ ସମୟ ଧରି ଭୟ ଓ ଅନିଶ୍ଚୟତା ଭିତରେ ରହିଲାରୁ ମାନସିକ ଚାପ ବଢ଼ିଛି। ଆର୍ଥିକ କ୍ଷତି, ରୋଗଭୟ, ପିଲାଙ୍କର ଭବିଷ୍ୟତ କ୍ୟାରିୟରରେ ବାଧା ଇତ୍ୟାଦି ସହିତ ନିଃସଙ୍ଗତା ଓ ପ୍ରିୟ ଜନଙ୍କୁ ଦେଖି ନ ପାରିବା ପରି ପ୍ରତିଟି ଘଟଣା ମନକୁ ବିପର୍ଯ୍ୟସ୍ତ କରୁଛି। ଏଭଳି ପରିସ୍ଥିତିରେ ନିଜ ମନକୁ ଶାନ୍ତ ରଖନ୍ତୁ। କାରଣ ବର୍ତ୍ତମାନ ପୂରା ବିଶ୍ୱ କୋଭିଡ୍‌ ଜାଲରେ।

ଅଧିକ ପଢ଼ନ୍ତୁ: କରୋନା ସମୟରେ ମାନସିକ ସୁସ୍ଥତା

ମାନସିକ ସ୍ୱାସ୍ଥ୍ୟ ପାଇଁ ୫ଟି ମନ୍ତ୍ର (5 Mantras for Mental Health in Odia)

କୋଭିଡ୍‌ ମହାମାରୀ ସମୟରେ ମାନସିକ ଚାପ ବଢ଼ିବା ସ୍ୱାଭାବିକ। ତେଣୁ ନିଜ ମନକୁ ଶାନ୍ତ ରଖିବା ପାଇଁ, ଚାପମୁକ୍ତ ରଖିବା ପାଇଁ ୫ଟି ଟିପ୍ସ ଆପଣାନ୍ତୁ।

୧- ସକାଳୁ ଉଠିବାଠୁ ନେଇ ଶୋଇବା ପର୍ଯ୍ୟନ୍ତ ଗୋଟେ ତାଲିକା ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ଆପଣଙ୍କର ମସ୍ତିଷ୍କ ସକ୍ରିୟ ରହିବ। ଏହାଦ୍ୱାରା ଆପଣ ନିଜ କାମକୁ ସମୟ ଅନୁସାରେ କରିପାରିବେ।

୨- ବ୍ରିଦିଙ୍ଗ ଏକ୍ସରସାଇଜ୍‌ କରନ୍ତୁ। ଦିନକୁ ଥରେ ୧୬ ଥର ପାଇଁ ଦୀର୍ଘ ପ୍ରଶ୍ୱାସ ନେବେ ଦୀର୍ଘ ନିଶ୍ୱାସ ଛାଡ଼ିବେ। ଆଖି ବନ୍ଦ କରି ନିଶ୍ୱାସ ପ୍ରଶ୍ୱାସ ନେବେ ଏବଂ ନିଜ ନିଶ୍ୱାସ ପ୍ରଶ୍ୱାସ ଉପରେ ଧ୍ୟାନ ଦେବେ।

୩- ନିଜ ଦୁଃଖ ତଥା ଖୁସିକୁ ନିଜ ପ୍ରିୟଜନ କିମ୍ବା ଅତି ଆପଣାର ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ। ଯଦି ନିଜେ ଭାବୁଥିବା କଥା କାହାକୁ ସେୟାର କରିପାରୁ ନାହାନ୍ତି, ତେବେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

୪- ବର୍ତ୍ତମାନ ସମୟରେ ପରିବାର ଲୋକଙ୍କ ସହ ଅଧିକରୁ ଅଧିକ ସମୟ ବିତାନ୍ତୁ। ପରିବାରରେ ଯଦି କେହି କୋଭିଡ୍‌ ପଜିଟିଭ୍‌ ଥାଆନ୍ତି, ତେବେ ତାଙ୍କୁ ନିଜଠାରୁ ଦୂରରେ ତଥା ଅଲଗା ଏକ କଠୋରୀରେ ରହିବାକୁ କହନ୍ତୁ। ହେଲେ ତାଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା ହୁଅନ୍ତୁ ଏବଂ ତାଙ୍କୁ ମାନସିକ ଭାବେ ସୁଦୃଢ଼ ରହିବାକୁ ପରାମର୍ଶ ଦିଅନ୍ତୁ।

୫- ଶେଷରେ ନିଜକୁ ସମୟ ଦିଅନ୍ତୁ। ନିଜର ଯେକୌଣସି ରୁଚି, ଯାହା ଆପଣ କାର୍ଯ୍ୟବ୍ୟସ୍ତତା କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ବହୁତ ଦିନ ଧରି କରି ନାହାନ୍ତି, ତାକୁ କରନ୍ତୁ। ନିଜକୁ ଭଲ ଲାଗୁଥିବା ଜିନିଷ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ୱାତୀ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on 5 Tips to Protect Your Mental Health during COVID-19, in Odia language, is based on an extensive interview with a Neuropsychiatrist Dr Swati Mishra.

Share post:

Popular

RELATED
Related

ஹைப்போ தைராய்டிசத்தின் அறிகுறிகள் | Symptoms of Hypothyroidism | Dr Sakthivel Sivasubramanian

#Hypothyroidism #TamilHealthTips #YouTubeShorts Subscribe Now & Live a Healthy Life! ஸ்வஸ்த்யா பிளஸ் நெட்வொர்க் மருத்துவ ஆலோசனையை வழங்கவில்லை. ஸ்வஸ்த்யா பிளஸ் நெட்வொர்க்கில் உள்ள உள்ளடக்கம் தகவல் நோக்கங்களுக்காக மட்டுமே, மேலும் இது ஒரு மருத்துவர்/சுகாதார நிபுணரின் தொழில்முறை தீர்ப்புக்கு மாற்றாக இல்லை. உங்கள் உடல்நலக் கவலைகளுக்கு எப்போதும் தகுதிவாய்ந்த சுகாதார நிபுணரின் ஆலோசனையைப் பெறவும். Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Tamil at [email protected] Swasthya Plus Tamil is an emerging destination serving you with Health Tips in Tamil on health, hygiene, nutrition, lifestyle, and more!

ব্ৰেকফাষ্ট এৰি দিলে প্ৰভাৱ পৰেনে? | Does skipping Breakfast affect Metabolism & Weight? | Zeba Nahin

#BreakfastDiet #AssameseHealthTips #YouTubeShorts Subscribe Now & Live a Healthy Life! স্বাস্থ্য প্লাছ নেটৱৰ্কে মেডিকেল জৰিত উপদেশ নিদিয়ে। ইয়াত দেখুৱা তথ্য খিনি সম্পূৰ্ণ জ্ঞান আহৰণৰ বাবে আৰু কোনো ধৰণৰ প্ৰফেচনেল উপদেশৰ আৰ্হি নহয়। যিকোনো স্বাস্থ্য সমস্যা বিশেষে ডক্তৰৰ পৰামৰ্শ লোৱা টো দৰকাৰী। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Assamese at [email protected] Swasthya Plus Assamese, the leading destination serving you with Health Tips in Assamese on health, hygiene, nutrition, lifestyle, and more!

রক্তপাত বন্ধ করতে প্রাথমিক চিকিৎসা পদ্ধতি কি? | First Aid for Nose Bleeding | Dr Sudipta Chandra

#NoseBleeding #BanglaHealthTips #YouTubeShorts Subscribe Now & Live a Healthy Life! স্বাস্থ্যপ্লাস নেটওয়ার্ক মেডিকেল সম্পর্কিত কোন উপদেশ দেয় না। স্বাস্থ্যপ্লাস নেটওয়ার্কের বিষয়বস্তু শুধুমাত্র তথ্য প্রদান করা এবং এইটা কোনভাবেই একজন ডাক্তার/পেশাগত স্বাস্থ্যকর্মীর সিদ্ধান্তের বিকল্প নয়। আপনার স্বাস্থ্য সম্পর্কিত যেকোন প্রয়োজনে সবসময় পেশাগত স্বাস্থ্যকর্মীর পরামর্শ গ্রহণ করুন। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusBangla) For feedback and business inquiries/ organise a doctor interview, contact Swasthya Plus Bangla at [email protected] Swasthya Plus Bangla, the leading destination serving India & Bangladesh with Health Tips in Bangla on health, hygiene, nutrition, lifestyle, and more!

कॉम्प्युटर व्हिजन सिंड्रोमची लक्षणे | Computer Vison Syndrome: Symptoms | Dr Swapnil Unhale

#ComputerVisonSyndrome #MarathiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क वैद्यकीय सल्ला देत नाही. स्वास्थ्य प्लसवर असलेली माहिती फक्त माहितीच्या उद्देशांनी दिली आहे व ही माहिती डॉक्टरांच्या सल्ल्याला पर्यायी ठरत नाही. तुमच्या आरेग्याच्या समस्यांसाठी एका पात्र वैद्याचा सल्ला घ्यावा. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusMarathi For feedback and business inquiries/ organise a doctor interview, contact Swasthya Plus Marathi at [email protected] Swasthya Plus Marathi, the leading destination serving you with Health Tips in Marathi on health, hygiene, nutrition, lifestyle, and more!