ଦେହରୁ ଝାଳ ବାହାରିବା ସାଧାରଣ କଥା। ରାତିରେ ଶୋଇବା ସମୟରେ ଝାଳ ବୋହିବା ଫଳରେ ଅଶ୍ୱସ୍ତିକର ଏବଂ ଅସହଜ ମନେ ହୁଏ।

କୌଣସି କାମ କରୁଥିବା ବେଳେ କିମ୍ବା ଜିମ୍‌ରେ ବ୍ୟାୟମ କରୁଥିବା ସମୟରେ ଝାଳ ବାହାରିବା ସ୍ୱାଭାବିକ। ମାତ୍ର ରାତିରେ ଶୋଇବା ସମୟରେ ଝାଳ ବାହାରିଲେ ଠିକ୍‌ରେ ଶୋଇ ହୁଏ ନାହିଁ। ଅଧିକ ଝାଳ ଯୋଗୁଁ ବ୍ୟକ୍ତି ନିଜକୁ ଅଶ୍ଵସ୍ତିକର ମନେ କରିଥାଏ। ଝାଳ କାରଣରୁ ନିଦ ବାରମ୍ବାର ଭାଙ୍ଗିଥାଏ ଏବଂ ଅନିଦ୍ରା ହେତୁ ଅନେକ ସମସ୍ୟା ଦେଖା ଦେଇଥାଏ।

ରାତିରେ ଶୋଇଥିବା ସମୟରେ ଶରୀରର ତାପମାତ୍ରା ଆପେ ଆପେ ନିୟନ୍ତ୍ରିତ ଅବସ୍ଥାକୁ ଆସିଥାଏ। ତେଣୁ ଦେହରୁ ଅଧିକ ଝାଳ ବାହାରିଥାଏ। ଶରୀରର ଅନ୍ୟ କୌଣସି ସମସ୍ୟା କାରଣରୁ ଏପରି ହୋଇଥାଇପାରେ।

ରାତିରେ ଝାଳ କାହିଁକି ବାହାରେ?

ଅଧିକ ମୋଟା ବ୍ଲାଙ୍କେଟ କିମ୍ବା ବେଡସିଟ ଘୋଡ଼ି ହୋଇ ଶୋଇବା ଫଳରେ ଝାଳ ବାହାରେ।

ଶୋଇବା ରୁମ୍‌ ଭିତର ତାପମାତ୍ରା ଅନୁସାରେ ଦେହରୁ ଝାଳ ବାହାରିଥାଏ।

ଶୋଇଥିବା ସମୟରେ ଶରୀରର ତାପମାତ୍ରା ସନ୍ତୁଳନ ରଖିବା ପାଇଁ କେତେକ ପ୍ରକ୍ରିୟା ଚାଲୁ ରହିଥାଏ। ସେଥିପାଇଁ ଦେହରୁ ଅଧିକ ଝାଳ ବାହାରିଥାଏ।

 ମହିଳାମାନଙ୍କ ଋତୁସ୍ରାବ ସମୟ ସରିବା ପରେ ଶରୀରରେ ଇଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରନ ହରମୋନ୍‌ର ଅସନ୍ତୁଳନ ରାତିରେ ଶୋଇବା ସମୟରେ ଝାଳ ବାହାରିବାର କାରଣ ହୋଇଥାଏ।

କେତେକ ଆଣ୍ଟି ଡିପ୍ରେସାଣ୍ଟ ମେଡିସିନ ଯୋଗୁଁ ଶରୀରରୁ ଝାଳ ବାହାରିଥାଏ। ଆସ୍ପାରିନ ଥିବା ମେଡିସିନ ଖାଇବା ଫଳରେ ଶୋଇବା ସମୟରେ ଝାଳ ବାହାରିଥାଏ।

ବ୍ୟାକ୍ଟେରିଆ ଏବଂ ଫଙ୍ଗଲ ଇନଫେକ୍ସନ ଯୋଗୁଁ ମଧ୍ୟ ରାତିରେ ଶୋଇବା ବେଳେ ଅଧିକ ଝାଳ ବାହାରିଥାଏ।

ଏଣ୍ଡୋକ୍ରାଇନ ସିଷ୍ଟମରେ ଆମ ଶରୀରରେ ହରମୋନର ପରିବର୍ତ୍ତନ ହୋଇଥାଏ। ଯାହା ଫଳରେ ରାତିରେ ଶୋଇବା ବେଳେ ଝାଳ ବୋହିଥାଏ।

କିପରି ଝାଳରୁ ମୁକ୍ତି ପାଇବା?

ରାତିରେ ଶୋଇବା ସମୟରେ ଅଧିକ ଝାଳ ବାହାରୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଶୋଇବା ସମୟରେ ହାଲୁକା ଏବଂ ନରମ ପୋଷାକ ପିନ୍ଧି ଶୁଅନ୍ତୁ।

ଶୋଇବା ଘରର ତାପମାତ୍ରା ଠିକ ରଖନ୍ତୁ। ଯାହା ଦ୍ୱାରା ଆପଣ ଭଲ ନିଦରେ ଶୋଇପାରିବେ।

ରାତିରେ ଶୋଇବା ପୂର୍ବରୁ ଧୂମ୍ରପାନ ଏବଂ ମଦ୍ୟପାନ କରନ୍ତୁ ନାହିଁ।

ଶୋଇବା ପୂର୍ବରୁ ଥଣ୍ଡା ପାଣି ପିଅନ୍ତୁ।

ନିଜର ଓଜନ ନିୟନ୍ତ୍ରଣ ରଖନ୍ତୁ। କାରଣ ଶରୀରରେ ଅଧିକ ଚର୍ବି ଜମାଟ ହୋଇ ରହିଲେ ଅଧିକ ଝାଳ ବାହାରିଥାଏ।