ଡାଏବେଟିସ୍ ରୋଗୀମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ। ଏନେଇ ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା (ଇଏନ୍ଟି)ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ ଅଧିକ ଜାଣନ୍ତୁ।
- ବ୍ଲାକ୍ ଫଙ୍ଗସ୍ ହେବାର କାରଣ
- ଡାଏବେଟିସ୍ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଅଶଙ୍କା ଅଧିକ
- ବ୍ଲାକ୍ ଫଙ୍ଗସ୍କୁ ଚିହ୍ନିବେ କିପରି?
- ବ୍ଲାକ୍ ଫଙ୍ଗସ୍ର ପରୀକ୍ଷା
- ବ୍ଲାକ୍ ଫଙ୍ଗସ୍ର ଚିକିତ୍ସା
- ମନଇଛା ଷ୍ଟିରୋଏଡ୍ ଖାଆନ୍ତୁ ନାହିଁ
ବ୍ଲାକ୍ ଫଙ୍ଗସ୍କୁ ମେଡିକାଲ ଭାଷାରେ ମ୍ୟୁକରମାଇକୋସିସ୍ ବୋଲି କୁହାଯାଏ। ଏହା କୌଣସି ନୂଆ ରୋଗ ନୁହେଁ। ହେଲେ କୋଭିଡ୍ ସମୟରେ ବ୍ଲାକ୍ ଫଙ୍ଗସ୍ର ଭୟାବହତା ବଢ଼ିଯାଇଛି। ବ୍ଲାକ୍ ଫଙ୍ଗସ୍ ମାଟି, ପୁରୁଣା କାଠ, ବାହାରେ ପବନରେ ଥାଏ। ଜଣେ ସାଧାରଣ ମଣିଷର ନାକର ମ୍ୟୁକସାରେ, ଲାଳରେ ବ୍ଲାକ୍ ଫଙ୍ଗସ୍ ଥାଏ।
କାହିଁକି ହୋଇଥାଏ ବ୍ଲାକ୍ ଫଙ୍ଗସ୍? (Causes of Black Fungus in Odia)
ରୋଗ ପ୍ରତିରୋଧକ ଶକ୍ତି କମିଗଲେ, ଯେଉଁମାନେ ଆଣ୍ଟିକ୍ୟାନ୍ସର ମେଡିସିନ୍ ଖାଉଛନ୍ତି କିମ୍ବା ଯେଉଁମାନେ ଅଙ୍ଗ ପ୍ରତିରୋପଣ କରିଛନ୍ତି, ସେମାନଙ୍କଠାରେ ବ୍ଲାକ୍ ପଙ୍ଗସ୍ର ଆଶଙ୍କା ବଢ଼ିଯାଏ। ଏହି ଫଙ୍ଗସ୍ଟି ନାକ ଦେଇ ପ୍ରବେଶ କରେ ଓ ନାକର ମାଂସକୁ ଖାଇ ଖାଇ ଦିଏ ଏବଂ ମଣିଷର ରକ୍ତ ନଳୀକୁ ନଷ୍ଟ କରିଦିଏ। ଶରୀରର ଯେଉଁ ଟିସ୍ୟୁର ରକ୍ତନଳୀ ନଷ୍ଟ ହୋଇଯାଏ, ସେହି ଟିସ୍ୟୁ ମରିଯାଏ। ଫଳରେ ଟିସ୍ୟୁଗୁଡ଼ିକ କଳା ରଙ୍ଗର ହୋଇଯାଆନ୍ତି, ଯାହାକି ନାକରୁ କଳା ପାଣି ବାହାରିବ, ନାକରୁ ରକ୍ତ ବାହାରିବା ସହିତ ପାଣି ବାହାରେ, ପାଟିର ଉପର ତାଳୁ କଳା ପଡ଼ିଯାଏ।
ଡାଏବେଟିସ୍ ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଆଶଙ୍କା ଅଧିକ (Diabetics have a higher risk of developing black fungus infections)
ସାଧାରଣତଃ ଡାଏବେଟିସ୍ ରୋଗୀ, ଯେଉଁମାନଙ୍କର ରକ୍ତ ଶର୍କରା ନିୟନ୍ତ୍ରଣରରେ ନଥାଏ ସେମାନେ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଛନ୍ତି। ଏହାଛଡ଼ା ଯେଉଁମାନେ ଆଣ୍ଟି କ୍ୟାନ୍ସର ମେଡିସିନ୍, ଏଚ୍ଆଇଭି ରୋଗୀ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଷ୍ଟିରୋଏଡ୍ ଅଧିକ ମାତ୍ରାରେ ନେବା ପରେ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ରହୁଛି।
ଅଧିକାଂଶ ଲୋକ ଛାନିଆ ହୋଇ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ୍ ଷ୍ଟୋରରୁ ଷ୍ଟିରୋଏଡ୍ ଆଣି ଅଧିକ ଡୋଜ୍ର ଖାଇଦେଉଛନ୍ତି, ଯାହାକି ଶରୀରରେ ଇମ୍ୟୁନିଟି କମେଇ ଦେଇଥାଏ। ଫଳରେ ଫଙ୍ଗସ୍ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ।
ବ୍ଲାକ୍ ଫଙ୍ଗସ୍କୁ ଚିହ୍ନିବେ କିପରି? (How to recognize Black Fungus in Odia)
ନାକରୁ ପାଣି ଆସିବା
ନାକରୁ କଳା କଳା ପାଣି ଆସିବା
ବେଳେ ବେଳେ ନାକରୁ ରକ୍ତ ସହ ପାଣି ଆସିବା
ନାଟିର ଉପରି ଭାଗରେ କଳା କଳା ଦାଗ ହୋଇଯିବା
ଆଖି ଫୁଲିଯିବା
ଆଖି ଚାରିପଟେ ନାଲି ପଡ଼ିଯିବା
ଆଖିକୁ ଠିକ୍ ଭାବେ ଦେଖାନ ଯିବା
ସାଧାରଣତଃ ବ୍ଲାକ୍ ଫଙ୍ଗସ୍ ରକ୍ତନଳୀଗୁଡ଼ିକୁ ପ୍ରଭାବିତ କରିଥାଏ। ସେ ଯେଉଁ ଟିସ୍ୟୁର ରକ୍ତନଳୀକୁ ନଷ୍ଟ କରିଥାଏ, ସେହି ଟିସ୍ୟୁଗୁଡ଼ିକ କରିଯାଆନ୍ତି, ଫଳରେ ସେହି ଟିସ୍ୟୁଗୁଡ଼ିକ କଳା ରଙ୍ଗର ହୋଇଯାଆନ୍ତି ଏବଂ ସେହି କଳା ଡ୍ୟାବ୍ରିସ୍ଗୁଡ଼ିକ ସାଇନସ୍ ଭିତରକୁ ଯାଇ ଗାଲ, ନାକ, ପାଟି ଫୁଲିଯାଏ। ଯେହେତୁ ବ୍ଲାକ୍ ଫଙ୍ଗସ୍ ଆଖିକୁ ପ୍ରଭାବିତ କରେ, ଫଳରେ ଆଖିକୁ ଠିକ୍ ଭାବରେ ଦେଖାଯାଏ ନାହିଁ, ଦୁଇ ଦୁଇଟା ଦେଖାଯାଏ। ଏହାଛଡ଼ା ମୁଣ୍ଡ ବିନ୍ଧା, ଗାଲ ମୁହଁ ବ୍ୟଥା ହେବା ଭଳି ଲକ୍ଷଣ ଦେଖାଦିଏ।
ବ୍ଲାକ୍ ଫଙ୍ଗସ୍ର ପରୀକ୍ଷା (Diagnosis of Black Fungus in Odia)
ବ୍ଲାକ୍ ଫଙ୍ଗସ୍ ଜନିତ କୌଣସି ଲକ୍ଷଣ ଦେଖାଦେଲେ ପ୍ରଥମେ ନାଜାଲ ଏଣ୍ଡୋସ୍କୋପି କରାଯାଏ। ଏହି ପରୀକ୍ଷା ଦ୍ୱାରା ନାକ ଭିତର ଟିସ୍ୟୁ କିଭଳି ନଷ୍ଟ ହେଉଛି, ତାହା ଜଣାପଡ଼ିଥାଏ।
ଏହାଛଡ଼ା ମ୍ୟୁକରମାଇକୋସିସ୍ ହୋଇଛି କି ନାହିଁ ଜାଣିବା ପାଇଁ ଏମକ୍ଆର୍ଆଇ ମଧ୍ୟ କରାଯାଏ।
ବ୍ଲାକ୍ ଫଙ୍ଗସ୍ର ଚିକିତ୍ସା (Treatment of Black Fungus in Odia)
ମ୍ୟୁକରମାଇକୋସିସ୍ର ପ୍ରଥମ ଚିକିତ୍ସା ହେଉଛି ଆଣ୍ଟିଫଙ୍ଗାଲ ଚିକିତ୍ସା ଓ ଦ୍ୱିତୀୟ ହେଉଛି ସର୍ଜିକାଲ ଡିବ୍ରାଇଡ୍ମେଣ୍ଟ।
ଏହାଛଡ଼ା ଯେଉଁ ଟିସ୍ୟୁଗୁଡ଼ିକ ନଷ୍ଟ ହୋଇଯାଇଛି, ତା’କୁ ଏଣ୍ଡୋସ୍କୋପି ଦ୍ୱାରା ବାହାର କରିଦିଆଯାଏ।
ମନଇଛା ଷ୍ଟିରୋଏଡ୍ ଖାଆନ୍ତୁ ନାହିଁ (Do not eat steroids at will in Odia)
ଡାଏବେଟିସ୍ ରୋଗୀ ନିଜର ଶର୍କରା ସ୍ତର ନିୟନ୍ତ୍ରଣରେ ରଖନ୍ତୁ। କୋଭିଡ୍ ରୋଗୀ ବିନା ଡାକ୍ତରଙ୍କ ପରାମର୍ଶରେ ଷ୍ଟିରୋଏଡ୍ ଖାଆନ୍ତୁ ନାହିଁ ଏବଂ ବହୁତ ଦିନ ଧରି ଷ୍ଟିରୋଏଡ୍ ଖାଆନ୍ତୁ ନାହିଁ।
ଭେଣ୍ଟିଲେଟରର ପାଣି ବଦଳାନ୍ତୁ। କୋଭିଡ୍ ରୋଗୀମାନେ ବାରମ୍ବାର ହାତ ଧୁଅନ୍ତୁ। କାରଣ ବ୍ଲାକ୍ ଫଙ୍ଗସ୍ ମାଟିରେ ଥାଏ, କାଠରେ ଥାଏ, ନାକର ମ୍ୟୁକସାରେ ଥାଏ, ତେଣୁ ସଫାସୁତରା ରହନ୍ତୁ। ବ୍ଲାକ୍ ଫଙ୍ଗସ୍ର କିଛି ବି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Risk Black Fungus in Diabetics, in Odia language, is based on an extensive interview with ENT Specialist Dr Rabindra Kumar Khatua.