
କୋଭିଡ୍ ମହାମାରୀ ଯୋଗୁଁ ଅଧିକାଂଶ ଲୋକ ଓ୍ଵାର୍କ ଫ୍ରମ୍ ହୋମ୍ କରୁଛନ୍ତି। ପିଲାମାନେ ଘରେ ରହି ଅନ୍ଲାଇନ୍ କ୍ଲାସ୍ କରୁଥିବା ବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକାଂଶ ସମୟ ମୋବାଇଲ ଫୋନ୍ର ବ୍ୟବହାର କରୁଛନ୍ତି। ଲକ୍ଡାଉନ୍ ଯୋଗୁଁ ସମସ୍ତେ ଅନ୍ଲାଇନ୍ ଉପରେ ନିର୍ଭରଶୀଳ। ପିଲାଙ୍କ ଅନ୍ଲାଇନ୍ କ୍ଲାସ୍, ଅନ୍ଲାଇନ୍ ସପିଂ, ଭିଡିଓ କନ୍ଫରେନ୍ସ, ଟେଲି ମେଡିସିନ୍, ଅଫିସ୍ କାର୍ଯ୍ୟ ଆଦି କରିବା ପାଇଁ ମୋବାଇଏ ଓ ଲାପ୍ଟପ୍ର ବ୍ୟବହାର କରିଥାଆନ୍ତି। ମୋବାଇଲ ତଥା କମ୍ପ୍ୟୁଟର ସ୍କ୍ରିନ୍କୁ ଲଗାତାର ଅନାଇବା ଦ୍ୱାରା ଆଖି ଖରାପ ହେବାର ଆଶଙ୍କା ବଢ଼ିଥାଏ।
ଲଗାତାର କମ୍ପ୍ୟୁଟର ଏବଂ ମୋବାଇଲର ବ୍ୟବହାର ଯୋଗୁଁ ଆଖି ଥକ୍କିଯାଏ, କ୍ଲାନ୍ତ ଲାଗିବା, ମୁଣ୍ଡ ବିନ୍ଧା ହେବା, ଝାପ୍ସା ଦେଖାଯିବା, ଆଖି ଶୁଖିଯିବା, ଡବଲ ଭିଜନ ଭଳି ସମସ୍ୟା ଦେଖାଦେଉଛି।
ପ୍ରତିକାର
- ଅତି ପାଖରୁ ମୋବାଇଲ, କମ୍ପ୍ୟୁଟର ବ୍ୟବହାର କରନ୍ତୁ ନାହିଁ।
- ଅଳ୍ପ ବା ସାମାନ୍ୟ ଆଲୋକରେ କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର କରନ୍ତୁ ନାହିଁ।
- ୨୦ ମିନିଟ୍ରେ ଥରେ ଥରେ ଆଖିକୁ ବିରତି ଦିଅନ୍ତୁ।
- ମୋବାଇଲକୁ ଅତି ପାଖରୁ ଦେଖନ୍ତୁ ନାହିଁ।
- ମୋବାଇଲ ଦେଖିବା ବେଳେ ୧ ଫୁଟ୍ ଦୂରତା ଓ କମ୍ପ୍ୟୁଟରରେ କାମ କରିବା ବେଳେ ୨ ଫୁଟ୍ ଦୂରତା ବଜାୟ ରଖନ୍ତୁ।
- କମ୍ପ୍ୟୁଟରରେ ଆଣ୍ଟିଗ୍ଲେୟାର ସ୍କ୍ରିନ୍ ବ୍ୟବହାର କରନ୍ତୁ।