ପଲ୍ଲବୀ ସାବତ
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ପିଅନ୍ତୁ ହଳଦୀମିଶ୍ରିତ କ୍ଷୀର।
ଆବଶ୍ୟକୀୟ ସାମଗ୍ରୀ
- ଗୋଟେ ଗ୍ଲାସ୍ କ୍ଷୀର
- ଅଧା ଚାମଚ ଚିନି
- ଗୋଟେ ଚାମଚ ହଳଦୀ
- ଅଳ୍ପ ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସ୍ରେ ଗୋଟେ ସସ୍ପେନ୍ ବସାନ୍ତୁ। ସେଥିରେ ଗୋଟେ ଗ୍ଲାସ୍ କ୍ଷୀର ଢାଳି ଫୁଟାନ୍ତୁ। କ୍ଷୀର ଫୁଟିଗଲେ ଏଥିରେ ଗୋଟେ ଚାମଚ ହଳଦୀ ଗୁଣ୍ଡ ଓ ଅଧା ଚାମଚ ଚିନି ପକାଇ ଗୋଟେ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ତା’ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। କ୍ଷୀର ଥଣ୍ଡା ହୋଇଯିବା ପରେ ଏହାକୁ ଗ୍ଲାସରେ ଢାଳି ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ।
ହୋଇଯିବା ପରେ ଏହାକୁ ଗ୍ଲାସରେ ଢାଳି ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ।
ଅଧିକ ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ହିତକର ଏହି ସୁପ୍ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?
ହଳଦୀ ମିଶ୍ରିତ କ୍ଷିର ପିଇବାର ଫାଇଦା
ହଳଦୀରେ ଆଣ୍ଟି ବ୍ୟାକ୍ଟେିରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟିଭାଇରାଲ ଗୁଣ ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଥଣ୍ଡା, ଜ୍ୱର, କାଶ କିମ୍ବା କଫ ହୋଇଥିଲେ ରାତିରେ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ଆରାମ ମିଳିଥାଏ।
ଯେଉଁ ଲୋକଙ୍କୁ ଖୁବ ଶୀଘ୍ର ଭାଇରାଲ ଇନଫେକସନ ହୋଇଯାଏ ସେମାନଙ୍କ ପାଇଁ ହଳଦି ମିଶ୍ରିତ କ୍ଷୀର କୌଣସି ଔଷଧଠାରୁ କମ୍ ହୋଇ ନଥାଏ। ଏହା ପିଇବା ଦ୍ୱାରା ଇମ୍ୟୁନିଟି ଶକ୍ତି ବଢ଼ିଥାଏ। ଡାକ୍ତରଙ୍କ କହିବା ଅନୁସାରେ ହଳଦୀ ମିଶ୍ରିତ କ୍ଷୀର ସକାଳ ସମୟରେ କିମ୍ବା ରାତିରେ ଶୋଇବାର ଏକ ଘଣ୍ଟା ପୁର୍ବରୁ ପିଇଲେ ଏଲର୍ଜି ଏବଂ ଫ୍ଲୁ ହୋଇନଥାଏ।
ଥଣ୍ଡା ଏବଂ କାଶ ଦୁଇଟି ସମସ୍ୟା ବ୍ୟକ୍ତିକୁ ଅସ୍ତବ୍ୟସ୍ତ କରିପକାଏ। କିନ୍ତୁ ଏହାର ପ୍ରତିକାର ପାଇଁ ଔଷଧ ଖାଇଲେ ସମସ୍ୟା ଦୂର ହୋଇଯାଏ କିନ୍ତୁ ଶରୀରର ଇନଫେକସନ ସମ୍ପୁର୍ଣ୍ଣ ଭାବରେ ଭଲ ହୋଇ ନଥାଏ। ଯାହା ଦ୍ୱାରା ଏହି ରୋଗରେ ବ୍ୟକ୍ତି ପୁଣି ଥରେ ପୀଡ଼ିତ ହୋଇଥାଏ। ତେଣୁ ଏହିଭଳି ସମସ୍ୟାରେ ହଳଦୀ ମିଶ୍ରିତ କ୍ଷୀର ପିଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ।
ତ୍ୱଚା ସମ୍ବନ୍ଧୀୟ ସଂକ୍ରମଣ କିମ୍ବା ଆଲର୍ଜି ପାଇଁ ହଳଦୀ କ୍ଷୀର ଲାଭଦାୟକ।
ମନେ ରଖନ୍ତୁ: ସବୁବେଳେ କ୍ଷୀରରୁ ସର କାଢ଼ି କ୍ଷୀର ପିଅନ୍ତୁ।