ପଲ୍ଲବୀ ସାବତ

ବାତ୍ୟା ସମୟରେ କିପରି ନିଜକୁ, ନିଜ ପରିବାରକୁ ଓ ନିଜ ଘରକୁ ସୁରକ୍ଷିତ ରଖିବେ, ଜାଣନ୍ତୁ।

  • ବାତ୍ୟା ପୂର୍ବରୁ ଘରର ସମସ୍ତ ଝରକାଗୁଡ଼ିକ ବନ୍ଦ କରିଦିଅନ୍ତୁ। ଏକ ସୁତୁଲି ସାହାଯ୍ୟରେ ଝରକାର ହ୍ୟାଣ୍ଡେଲ ଗ୍ରିଲ୍‌ ସହିତ ବାନ୍ଧି ଦିଅନ୍ତୁ। ଝରକାରେ ଯଦି କଣା ଥାଏ, ତେବେ ଏକ କପଡ଼ା ସାହାଯ୍ୟରେ ବନ୍ଦ କରିଦିଅନ୍ତୁ।
  • ଗ୍ଲାସ୍‌ ଝରକା ଥିଲେ ଗ୍ଲାସ୍‌ଗୁଡ଼ିକୁ ଭଲ ଭାବରେ ବନ୍ଦ କରନ୍ତୁ ଏବଂ ଗ୍ଲାସ୍‌ ଓ ଗ୍ରିଲ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ଲୁଗାରେ ଭରି ଦିଅନ୍ତୁ।
  • ବାତ୍ୟା ସମୟରେ ବାହାର କବାଟଗୁଡ଼ିକୁ ଭଲ ଭାବରେ ବନ୍ଦ କରନ୍ତୁ ଓ କବାଟ ତଳେ ଥିବା ଫାଙ୍କା ସ୍ଥାନକୁ କପଡ଼ା ଦ୍ୱାରା ପୂରଣ କରନ୍ତୁ।
  • ଘରେ ଥିବା ସମସ୍ତ ସ୍କାଇଲାଇଟ୍‌ଗୁଡ଼ିକୁ ବନ୍ଦ କରନ୍ତୁ।
  • ଗାଧୁଆ ଘରେ ଥିବା ଛୋଟ କଣାକୁ ବନ୍ଦ କରନ୍ତୁ।
  • ଆଜବେଷ୍ଟ କିମ୍ବା ଟିଣ ଛାତ ଉପରେ ବାଲିବସ୍ତା ରଖିଦିଅନ୍ତୁ।
  • ଘରର ଟିଭି, ଫ୍ରିଜ୍‌, କମ୍ପ୍ୟୁଟର ଭଳି ବୈଦ୍ୟୁତିକ ଉପକରଣର ପ୍ଲଗ୍‌ କାଢ଼ିଦିଅନ୍ତୁ।
  • ଘରେ ଦୁଇ ତିନି ଦିନ ପାଇଁ ପିଇବା ପାଣି ରଖନ୍ତୁ।
  • ଘରେ ଥିବା ପାଣି ଟାଙ୍କିକୁ ପୂର୍ଣ୍ଣ ରଖନ୍ତୁ।
  • ଘରେ ମହମବତୀ ରଖନ୍ତୁ।
  • ଘର ପାଖରେ ଯଦି ବଡ଼ ଗଛ ଅଛି, ତେବେ କାଟିଦିଅନ୍ତୁ।
  • ଘରେ ଶୁଖିଲା ଖାଦ୍ୟ ରଖନ୍ତୁ।
  • ଗ୍ଲାସ୍‌ ଝରକା ପାଖରେ ବସନ୍ତୁ ନାହିଁ।
  • ମୋବାଇଲ ଓ ଚାର୍ଜିଂ ଲାଇଟ୍‌ ଚାର୍ଜ କରିଦିଅନ୍ତୁ।