କେଉଁ ପରିସ୍ଥିତିରେ ଶରୀରରୁ ଅମ୍ଳଜାନ ସ୍ତର କମିଯାଏ? କୋଭିଡ୍ ଆକ୍ରାନ୍ତଙ୍କଠାରେ ଅକ୍ସିଜେନ୍ ସ୍ତର କମୁଛି କାହିଁକି? ଏନେଇ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ କ’ଣ କହୁଛନ୍ତି, ଜାଣନ୍ତୁ।
ମଣିଷ ପ୍ରଶ୍ଵାସରେ ଅକ୍ସିଜେନ୍ ସହିତ ନାଇଟ୍ରୋଜେନ୍ ଶରୀରକୁ ନେଇଥାଏ। ଅକ୍ସିଜେନ୍ ନିଶ୍ୱାସନଳୀ ଦେଇ ଆଲଭିଓଲାକୁ ଯାଇ ତାକୁ ଖୋଲେ। ଆଲଭିଓଲାରେ କାର୍ବନ ଡାଇଅକ୍ସାଇଡ୍ ଆସିଥାଏ, ସେ ଛାଣି ହେଲା ପରେ ଅକ୍ସିଜେନ୍ ତାବାଟେ ଯାଏ ଓ କାର୍ବନଡାଇଅକ୍ସାଇଡ୍ ନିଶ୍ୱାସ ବାଟେ ବାହାରକୁ ଯାଏ।
ଅକ୍ସିଜେନ୍, ନାଇଟ୍ରୋଜେନ୍ ଓ ହାଇଡ୍ରୋଜେନ୍ ମିଶିକରି ଶରୀରରେ ଆମିନୋଏସିଡ୍ ବଢ଼େ, ପ୍ରୋଟିନ୍ ସିନ୍ଥେସିସ୍ ହୁଏ, ଏନ୍ଜାଇମ୍, ହରମୋନ୍ ଏବଂ ଇମ୍ୟୁନ୍ ସିଷ୍ଟମ୍ ସୁଦୃଢ଼ ହୁଏ। ଅକ୍ସିଜେନ୍ ଯେତେବେଳେ ହାଇଡ୍ରୋଜେନ୍ କାର୍ବନ ସହ ମିଶେ, ସେତେବେଳେ କାର୍ବୋହାଇଡ୍ରେଟ୍ ହୁଏ ଓ ଏନର୍ଜି ଦିଏ।
ଆମ ଶରୀରର ସମସ୍ତ କୋଷରେ ଅକ୍ସିଜେନ୍ ଥାଏ। ଆମେ ଯେଉଁ ନିଶ୍ୱାସ ଛାଡ଼ୁଛୁ, ସେଥିରେ ବହୁତ କିଛି ବିଷାକ୍ତ (ଇଥାଇଲ୍, ମିଥାଇଲ, କାର୍ବନଡାଇଅକ୍ସାଇଡ୍, ନାଇଟ୍ରୋଜେନ୍) ଜିନିଷ ବାହାରକୁ ପଳାଏ।
ଅଧିକ ପଢ଼ନ୍ତୁ: ଶରୀରରୁ ଅମ୍ଳଜାନ କମିଲେ କେମିତି ଜାଣିବେ?
କେଉଁ ପରିସ୍ଥିତିରେ ଶରୀରରୁ ଅମ୍ଳଜାନ ସ୍ତର କମିଯାଏ? (what circumstances does the oxygen level in the body decrease in Odia)
ସାଧାରଣତଃ କୋଭିଡ୍ ଭୂତାଣୁ ଶ୍ୱାସନଳୀ ଦେଇ ଆଲଭିଓଲାକୁ ଯାଏ ଓ ସେଠାରେ ବଂଶବୃଦ୍ଧି କରେ। ଆମ କୋଷରେ ଏସିଇ୨ ରିସେପ୍ଟର ଭୂତାଣୁ ଥାଏ, ଯାହାକି ଭୂତାଣୁକୁ ଅଟକାଇବାକୁ ଚେଷ୍ଟା କରେ। କିନ୍ତୁ, କରୋନା ଭାଇରସ୍ ଆଗକୁ ମାଡ଼ି ଚାଲେ। ଏହା ସଂକ୍ରମଣ ଘଟି ସେଥିରୁ କିଛି ପାଣି ବାହାରେ, କିଛି ରସ ବାହାରେ। ଏହି ରସ ଓ ପାଣି ଫାଇବ୍ରିନ୍ ଦ୍ୱାରା ଗୋଟେ ପ୍ୟାଚ୍ ସୃଷ୍ଟି ହୁଏ, ଯାହାକୁ ନିମୋନାଇଟିସ୍ ପ୍ୟାଚ୍ ବୋଲି କୁହାଯାଏ। ଏହା ପରେ ଅଧିକରୁ ଅଧିକ ନିମୋନିଆ ହୁଏ ଓ ଏହା ଫୁସ୍ଫୁସ୍ର ପ୍ଳୁରାକୁ ପ୍ରଭାବିତ କରେ। ଫଳରେ ଶରୀରର ଅକ୍ସିଜେନ୍ ଗ୍ରହଣ କରିପାରେ ନାହିଁ କିମ୍ବା ଅଙ୍ଗାରକାମ୍ଳକୁ ବାହାରକୁ ଛାଡ଼ି ପାରେ ନାହିଁ। ତେଣୁ ଅକ୍ସିଜେନ୍ ସ୍ତର କମିବାକୁ ଆରମ୍ଭ ହୁଏ।
ଅକ୍ସିଜେନ୍ ସାଚୁରେସନ୍ର ସାଧାରଣ ସ୍ତର କେତେ? (What is the normal level of oxygen saturation in Odia)
ଅକ୍ସିଜେନ୍ ଶରୀରର ହିମୋଗ୍ଲୋବିନ୍ରେ ସାଚୁରେଟେଡ୍ ଓ ଅନ୍ସାଚୁରେଟେଡ୍ ଭାବେ ଥାଏ। ସାଧାରଣତଃ ପଲ୍ସ ଅକ୍ସିମିଟରରେ ୩ ପ୍ରକାରର ଇଣ୍ଡିକେସନ୍ ନିଆଯାଏ ଯଥା- ସାଚୁରେସନ୍, ପଲ୍ସ, ପରଫ୍ୟୁଜନ୍ ଇଣ୍ଡେକ୍ସ।
ଗୋଟେ ଜନ୍ମ ହେବା ପିଲାର ଅକ୍ସିଜେନ୍ ସାଚୁରେସନ୍ କମ୍ ରହେ। ବୟସ ବଢ଼ିବା ସହିତ ସାଚୁରେସନ୍ ମଧ୍ୟ ବଢ଼େ। ଗୋଟେ ୭୦ରୁ ୭୫ ବୟସର ଲୋକ ବି ୯୫ ପ୍ରତିଶତ ସାଚୁରେସନ୍ ରଖିପାରେ। ଜଣେ ବ୍ୟକ୍ତି ଅଧିକ ବ୍ୟାୟାମ କଲେ ସାଚୁରେସନ୍ କମିବ, ଶୋଇକି ରହିଲେ ସାଚୁରେସନ୍ କମ୍ ରହେ।
ଜଣେ ବ୍ୟକ୍ତିଙ୍କର ଅକ୍ସିଜେନ୍ ସାଚୁରେସନ୍ ସ୍ତର ୯୪ ତଳକୁ ଆସିଲେ, ତାହା ଚିନ୍ତାର ବିଷୟ।
ସାଧାରଣତଃ ଅକ୍ସିଜେନ୍ ସ୍ତର ଏପଟସେପଟ ହୋଇଥାଏ। ଯଦି ଅକ୍ସିଜେନ୍ ସ୍ତର ନିରନ୍ତର ଭାବେ ୯୪ ଏବଂ ତଳକୁ ଦେଖାଏ, ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।
କୋଭିଡ୍ ଆକ୍ରାନ୍ତଙ୍କର ଅକ୍ସିଜେନ୍ ସ୍ତର କମୁଛି କାହିଁକି? (Why do Oxygen Levels Decrease In COVID Infected Patients in Odia)
ଜଣେ ବ୍ୟକ୍ତି ପ୍ରଶ୍ୱାସ ନେଲା ବେଳେ ଅକ୍ସିଜେନ୍, ନାଇଟ୍ରୋଜେନ୍ ନେବା ସହିତ ବାଷ୍ପ ନେଇଥାଏ ଓ ନିଶ୍ଵାସ ବାଟେ ବହୁ ବିଷାକ୍ତ ଗ୍ୟାସ୍ ସହିତ ଡ୍ରପ୍ଲେଟ୍ ଏରୋସଲ କାଢ଼େ। ଡ୍ରପ୍ଲେଟ୍ ଏରୋସଲ୍ କାଢ଼ିବାକୁ ହେଲେ, ଆପଣଙ୍କୁ ଅଧିକ ଅକ୍ସିଜେନ୍ ନେବାକୁ ହେବ।
ଯେଉଁମାନଙ୍କୁ କୋଭିଡ୍ ସଂକ୍ରମିତ ହୋଇଥାଏ, ସେମାନେ ବିଷାକ୍ତ ଗ୍ୟାସ୍ ବାହାର କରିପାରନ୍ତି ନାହିଁ ନା ଅକ୍ସିଜେନ୍ ନେଇପାରନ୍ତି। ଫଳରେ ଶରୀରରେ ସଂକ୍ରମଣ ବଢ଼ିବା ସହିତ ବ୍ୟାକ୍ଟେରିଆ ବଢ଼ିଯାଏ, ବ୍ୟକ୍ତିଙ୍କୁ ଜ୍ୱର ହୁଏ, ଦୁର୍ବଳ ଲାଗେ। ଯେତେ ଅଧିକ ସଂକ୍ରମଣ ବଢ଼ିବ ବ୍ୟକ୍ତି ଦୁର୍ବଳ ହୋଇ ହୋଇ ଯିବ।
ଅଧିକ ପଢ଼ନ୍ତୁ: ଅମ୍ଳଜାନ ସ୍ତର ମାପିବ ପଲ୍ସ ଅକ୍ସିମିଟର – ଜାଣନ୍ତୁ କେମିତି ବ୍ୟବହାର କରିବେ?
ପଲ୍ସ ଅକ୍ସିମିଟର କେମିତି ବ୍ୟବହାର କରିବେ? (How to use a pulse oximeter in Odia)
ପଲ୍ସ ଅକ୍ସିମିଟରରେ ଆମେ ହାର୍ଟ ରେଟ୍, ଅକ୍ସିଜେନ୍ ସ୍ତର ଜାଣିପାରିଥାଉ। ଜଣେ ମଣିଷର ୬୦ରୁ ୧୦୦ ଭିତରେ ହାର୍ଟ ରେଟ୍ ରହିବା ଦରକାର। ମନେକର, ଗୋଟେ ଲୋକକୁ ହୃଦଘାତ ହୋଇଛି। ଫଳରେ ହୃତ୍ପିଣ୍ଡ ସଠିକ୍ ଭାବେ ପମ୍ପ କରିପାରୁନି ଓ ରକ୍ତ ସଠିକ୍ ଭାବେ ଅନ୍ୟ ଅଙ୍ଗକୁ ଦେଇପାରୁ ନାହିଁ। ଧୀରେ ଧୀରେ ପଲ୍ସ ରେଟ୍ ୬୦ ତଳକୁ ଆସିପାରେ। ଏହି କ୍ଷେତ୍ରରେ ଅକ୍ସିଜେନ୍ ସ୍ତର ୯୨ ତଳକୁ ଖସିଆସେ।
ସବୁବେଳେ ପଲ୍ସ ଅକ୍ସିମିଟରକୁ ଡାହାଣ ମଝି ଆଙ୍ଗୁଠି କିମ୍ବା ବୁଢ଼ା ଆଙ୍ଗୁଠିରେ ଲଗାଇବେ। ଅକ୍ସିମିଟର ଲଗାଇବା ପୂର୍ବରୁ ନଖକୁ କାଟିଥିବେ ଓ ନଖରେ ନେଲ୍ପଲିସ୍ ଯେପରି ନଥିବ, ସେନେଇ ଧ୍ୟାନ ଦେବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କ୍ଷୀରୋଦ କୁମାର ରାଉତଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Oxygen Level, in Odia language, is based on an extensive interview with Dr Khirod Kumar Rout.