ମଜଭୁତ ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜଭୁତ ହେଲେ ଏହା ବାହ୍ୟ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ୱରରୁ ରକ୍ଷା କରିଥାଏ। ଜାଣନ୍ତୁ, ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ପାଇଁ ଏହିସବୁ ଖାଦ୍ୟ ଖାଆନ୍ତୁ।
ଛୁଇଁ – ଛୁଇଁରେ ଭିଟାମିନ୍ ସି’ ପ୍ରଚୁର ପରିମାଣରେ ଥାଏ। ଏଥିରେ ବିଟା କେରାଟିନ୍, ପ୍ରୋଟିନ୍, ମାଗ୍ନେସିୟମ୍, ପୋଟାସିୟମ୍ ଓ ଫାଇବର ପ୍ରଚୁର ମାତ୍ରାରେ ଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ।
ପଇଡ଼ ପାଣି ଏବଂ ଲେମ୍ବୁ ରସ – ତାଜା ପଇଡ଼ ପାଣି ପିଇବା ଶରୀର ପାଇଁ ବେଶ୍ ଲାଭଦାୟକ। କିନ୍ତୁ ପଇଡ଼ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଶରୀରକୁ ୧୦ ଗୁଣା ଅଧିକ ଭିଟାମିନ୍ ସି ମିଳିଥାଏ। ତେଣୁ ପ୍ରତ୍ୟେହ ପଇଡ଼ ପାଣିରେ ଲେମ୍ବୁ ରସ ମିଶାଇ ନିଅନ୍ତୁ। (କିଡ୍ନି ରୋଗୀ ପଇଡ଼ ପାଣି ପିଅନ୍ତୁ ନାହିଁ।)
ରଶୁଣ, ପିଆଜ, ହଳଦୀ – ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ୱ ଥାଏ, ଯାହାକି ଶରୀରରୁ ଖରାପ ବ୍ୟାକ୍ଟେରିଆକୁ ମାରିଦେଇଥାଏ। ଫଳରେ ଶରୀର ସୁସଥ ରହିଥାଏ।
କଖାରୁ ମଞ୍ଜି – ନିୟମିତ ୩ରୁ ୪ ଚାମଚ କଖାରୁ ମଞ୍ଜି ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭଲ ଫ୍ୟାଟ୍, ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ୍ ମିଳିଥାଏ, ଯାହାକି ଇମ୍ୟୁନ୍ ସିଷ୍ଟମ୍ ବା ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିଥାଏ।
ନାଲି କ୍ୟାପ୍ସିକମ୍ – ନାଲି କ୍ୟାପ୍ସିକମ୍ରେ କମଳାଠାରୁ ୩ ଗୁଣା ଅଧିକ ଭିଟାମିନ୍ ସି ଥାଏ। ତେଣୁ ପ୍ରତ୍ୟେକ ଖାଦ୍ୟରେ ନାଲି କ୍ୟାପ୍ସିକମ୍କୁ ସାଲାଡରେ ମିଶାଇ ଖାଇପାରିବେ।
କାକୁଡ଼ି ଏବଂ ଗାଜର – ପ୍ରତ୍ୟେକ ଦିନ ଦ୍ୱିପହରେ ଏବଂ ରାତିରେ ଗୋଟେ ଛୋଟ ତାଟିଆ କଞ୍ଚା କାକୁଡ଼ି ଓ ଗାଜର ଖାଆନ୍ତୁ।
ପାଣି – ଦିନକୁ ଅତିକମ୍ରେ ୨ ଲିଟର ପାଣି ପିଅନ୍ତୁ। ପ୍ରଚୁର ପରିମାଣରେ ପାଣି ପିଇବା ଦ୍ୱାରା ଶରୀରରୁ ବର୍ଜ୍ୟବସ୍ତୁ ବାହାରିବା ସହ ଦେହରେ ଜଳୀୟଅଂଶ ସନ୍ତୁଳିତ ରହେ।