କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଘରକୁ ଆସିବା ପରେ କ’ଣ ଖାଇବେ, ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡାଏଟ୍ ପ୍ଲାନ ଜାରି ହୋଇଛି। ଏହି ତାଲିକା କରୋନାରୁ ଆରୋଗ୍ୟ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ବୋଲି କୁହାଯାଇଛି।
୧- ରାତିରୁ ଭିଜା ଯାଇଥିବା ଆଲମଣ୍ଡ ଏବଂ କିସମିସ୍ ଖାଇ ଦିନ ଆରମ୍ଭ କରନ୍ତୁ। ଆଲମଣ୍ଡରେ ପ୍ରୋଟିନ, ଓ ଆଇରନର ମାତ୍ରା ଭୂରପୂର ରହିଥାଏ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।
୨- ସକାଳ ଜଳଖିଆରେ ରାଗି ଦୋସା କିମ୍ବା ଏକ ଦଲିଆ ଉପମା ଆପଣଙ୍କ ସ୍ୱାସ୍ଥ୍ୟ ନିମନ୍ତେ ବେଶ୍ ଭଲ।
୩- ମଧ୍ୟାହ୍ନ ଭୋଜନ ସମୟରେ ଆପଣ ରୁଟି, ଗୁଡ଼ ଘିଅ ଖାଇପାରିବେ।
୪ – ରାତ୍ରି ଭୋଜନରେ ଆପଣ ଖେଚେଡି ଖାଇପାରିବେ। ରାତିରେ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଆପଣ ଭଲ ନିଦରେ ଶୋଇପାରିବେ।
୫- ଆପଣ ପର୍ଯ୍ୟାପ୍ତ ପାଣି ପିଇବା ସହିତ ଘରେ ଲେମ୍ବ ପାଣି ପ୍ରସ୍ତୁତ କରି ପିଇପାରିବେ।