କ’ଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- ରୋଗ ପ୍ରତିରୋଧକ ଶକ୍ତି କ’ଣ?
- ରୋଗ ପ୍ରତିରୋଧକ ଶକ୍ତିର ପ୍ରକାର
- କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?
- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କ’ଣ ଖାଇବେ?
- ଦିନ ତମାମର ଖାଦ୍ୟ ତାଲିକା?
ରୋଗ ପ୍ରତିରୋଧକ ଶକ୍ତି କ’ଣ? (What is the immune system in Odia)
ଆମ ଶରୀରର ରକ୍ତରେ ଶ୍ୱେତ ରକ୍ତକଣିକା ନାମକ ଏକ କୋଷ ରହିଛି। ଏହା ହେଉଛି ଆମ ଶରୀରର ପ୍ରତିରକ୍ଷା ବାହିନୀ। ଯେକୌଣସି ଜୀବାଣୁ ବା ଭୂତାଣୁ ଆମ ଶରୀରକୁ ଆକ୍ରମଣ କରେ, ଏହି ଶ୍ୱେତ ରକ୍ତକଣିକା ତାହାର ବାଟକୁ ଅବରୋଧ କରେ ଏବଂ ଭୂତାଣୁ ସହ ଲଢ଼ିଥାଏ, ଯାହାକୁ ଆମେ ରୋଗ ପ୍ରତିରୋଧକ ଶକ୍ତି କହିଥାଉ।
ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାକୁ ହେଲେ ଶରୀରରକୁ ସମସ୍ତ ପ୍ରକାର ପୁଷ୍ଟିତତ୍ୱ ଯେପରିକି ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍, ଫ୍ୟାଟ୍, ମିନେରାଲ୍ସଯୁକ୍ତ ଖାଦ୍ୟ ଖାଇବା ଦରକାର।
ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ
ରୋଗ ପ୍ରତିରୋଧକ ଶକ୍ତିର ପ୍ରକାର (Types of immune system in Odia)
ରୋଗ ପ୍ରତିରୋଧକ ଶକ୍ତି ଦୁଇ ପ୍ରକାର। ଗୋଟେ ଜନ୍ମରୁ ଥାଏ ଓ ଅନ୍ୟଟି ଅର୍ଜିତ। ଅର୍ଥାତ୍ ଆମ ପାଟିର ଲାଳ, ତ୍ୱଚା ଯାହା ଆମକୁ ଜନ୍ମରୁ ମିଳିଥାଏ। ଅନ୍ୟଟି ଅର୍ଜିତ ଥାଏ, ଯାହା ଆମେ ଆମ ଜୀବନକାଳ ଭିତରେ ଅର୍ଜନ କରିଥାଉ। ଯେମିତିକି ବିଭିନ୍ନ ଟିକା ନେବା ଦ୍ୱାରା ଆମ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ। ଉଦାହରଣସ୍ଵରୂପ, ପୋଲିଓ ଟିକା ନେବା ଦ୍ୱାରା ପୋଲିଓ ହୋଇ ନଥାଏ, ମିଳିମିଳା ବା ହାଡ଼ଫୁଟି ଟିକା ନେବା ଦ୍ୱାରା ଏହା ହୋଇନଥାଏ। କାରଣ ଏହିସବୁ ଟିକା ନେବା ଦ୍ୱାରା ଶରୀରରେ ଆଣ୍ଟିବଡି ତିଆରି ହୋଇଯାଏ, ଫଳରେ ଏହିସବୁ ରୋଗ ହୋଇନଥାଏ।
କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? (how to increase immunity power in Odia)
ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାକୁ ହେଲେ ୪ଟି ଜିନିଷକୁ ମାନି ଚଳିବାକୁ ହେବ।
୧- ବାଲାନ୍ସ ଡାଏଟ୍,
୨- ବ୍ୟାୟାମ,
୩- ସୁନିଦ୍ରା
୪- ଚାପମୁକ୍ତ
ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ୫ଟି ଫର୍ମୂଲା
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କ’ଣ ଖାଇବେ? (What to eat to boost your immune system in Odia)
ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ହେଲେ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବାକୁ ହେବ ଯେପରିକି ଡାଲି ଜାତୀୟ ଖାଦ୍ୟ, କ୍ଷୀର, ଛେନା, ଦହି, ଗଜାମୁଗ, ଗଜାବୁଟ ଖାଇବାକୁ ହେବ। ସାତରଙ୍ଗର ପରିବା ଏବଂ ଫଳକୁ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଓ ମିନେରାଲ୍ସ ଥାଏ।
ଖାଦ୍ୟରେ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଯେପରିକି, କମଳା, ଲେମ୍ବୁ, ଅଁଳା, ସପୁରୀ, ଭଣ୍ଡା, ଷ୍ଟ୍ରବେରୀ ଖାଆନ୍ତୁ। ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଯଥା ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ଏ, ଭିଟାମିନ୍ ଡି, ଭିଟାମିନ୍ ସି’ ଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ।
ସୁସ୍ଥ ଶରୀର ପାଇଁ ଖାଦ୍ୟର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ପାଣିର ଭୂମିକା ତା’ଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
ଜଙ୍କଫୁଡ୍, ଫାଷ୍ଟଫୁଡ୍ରୁ ଦୂରେଇ ରହନ୍ତୁ। ଏହାଛଡ଼ା ମଇଦା, ରିଫାଇଣ୍ଡ ଦ୍ରବ୍ୟ, ଚିନି, ଲୁଣ ଭଳି ଖାଦ୍ୟ ଖାଆନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ: ଆୟୁଷ ମନ୍ତ୍ରାଳୟର ପରାମର୍ଶ – ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହି ଖାଦ୍ୟ
ଦିନ ତମାମର ଖାଦ୍ୟ ତାଲିକା (Daily diet chart in Odia)
ଆମ ଭାରତୀୟ ସଂସ୍କୃତିରେ ବ୍ୟବହୃତ ଖାଦ୍ୟରେ ବହୁତ ପରିମାଣର ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ରହିଛି। ନିୟମିତ ଖାଦ୍ୟ ତାଲିକାରେ ଏହାକୁ ସାମିଲ କଲେ ଫାଇଦା ମିଳିଥାଏ।
ପ୍ରତିଦିନ ହର୍ବାଲ ପାନୀୟ ପିଇବା ଦରକାର। ଗୋଟେ ଗ୍ଲାସ୍ ପାଣିରେ ଡାଲଚିନି, ଗୋଲମରିଚ, ହଳଦୀ ଗୁଣ୍ଡ, ପୋଦିନା ପତ୍ର, ତୁଳସୀ ପତ୍ର ମିଶାଇ ପାଣିକୁ ଫୁଟାନ୍ତୁ ଓ ଏହାକୁ ନିୟମିତ ସକାଳେ ପିଅନ୍ତୁ। ଦିନ ତମାମ ଚା’, କଫିର ମାତ୍ରା କମ୍ କରନ୍ତୁ ନାହିଁ।
ବ୍ରେକ୍ଫାଷ୍ଟରେ ଦଲିଆ, ମାଣ୍ଡିଆ, ଛତୁଆ, ଉପମା ଭଳି ଖାଦ୍ୟ ଖାଆନ୍ତୁ। ଏହାର ଦୁଇ ଘଣ୍ଟା ପରେ ଋତୁକାଳୀନ ଫଳ ଖାଆନ୍ତୁ। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ପରିବା ତରକାରି ସହ ଦହି, ସାଲାଡ୍ ଖାଆନ୍ତୁ। ସନ୍ଧ୍ୟା ବେଳେ ଗ୍ରୀନ୍ ଟି ପିଇପାରିବେ ଏବଂ ରାତିରେ ହାଲ୍କା ଭୋଜନ କରନ୍ତୁ।
ରୋଗ ପ୍ରତିରୋଧକ ଶକ୍ତି ଦିନେ କିମ୍ବା ଦୁଇ ଦିନରେ ବଢ଼ିବ ନାହିଁ। ତେଣୁ ନିୟମିତ ସନ୍ତୁଳିତ ଖାଦ୍ୟ ଖାଇବା ସହ ବ୍ୟାୟାମ କରନ୍ତୁ ଏବଂ ଚାପମୁକ୍ତ ରହନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମଧୁସ୍ମିତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Immunity, in Odia language, is based on an extensive interview with Nutritionist Dr Madhusmita Das.