• ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁ
  • ଅକ୍ସିମିଟରରେ ଅକ୍ସିଜେନ୍ ସ୍ତର ମାପନ୍ତୁ
  • ଦିନକୁ ୨ରୁ ୩ ଥର ଶରୀରର ତାପମାତ୍ରା ମାପନ୍ତୁ
  • ଜଳୀୟଅଂଶ ନ କମିବା ପାଇଁ ପ୍ରଚୁର ପାଣି ପିଅନ୍ତୁ

ବୟସ୍କ ବ୍ୟକ୍ତିଙ୍କଠାରେ ଜ୍ବର, କାଶ, ଥଣ୍ଡା, ମୁଣ୍ଡ ବିନ୍ଧିବା, ବାସ୍ନା ଓ ସ୍ବାଦ ନ ବାରିପାରିବା, ପତଳା ଝାଡ଼ା ହେବା ଭଳି ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ କୋଭିଡ୍ ପରୀକ୍ଷା କରନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍ ଆଇସୋଲେସନ୍‌ରେ ରହନ୍ତୁ।

ଘରେ ନିୟମିତ ବ୍ୟବଧାନରେ ଅକ୍ସିଜେନ୍ ସ୍ତର ମାପନ୍ତୁ। ଅକ୍ସିଜେନ୍ ସ୍ତର ୯୨ ପ୍ରତିଶତରୁ କମ୍ ହେଲେ ଡାକ୍ତରଙ୍କୁ ପରାମର୍ଶ କରି ଡାକ୍ତରଖାନାରେ ଆଡମିଟ୍ ହେବାର ଆବଶ୍ୟକତା ରହିଛି।

ଯଦି ବୟସ୍କ ବ୍ୟକ୍ତିଙ୍କର ଅନ୍ୟ କୌଣସି ସମସ୍ୟା ଯେପରିକି ଉଚ୍ଚରକ୍ତଚାପ, ମଧୁମେହ, ହୃଦରୋଗ ଥାଏ, ତାହେଲେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରିବା ଆବଶ୍ୟକ।

ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଜରୁରୀ। ଯଦି ସଙ୍ଗରୋଧରେ ଥିବା ବେଳେ ଛାତି ଯନ୍ତ୍ରଣା ହେବା, ନିଶ୍ବାସପ୍ରଶ୍ବାସରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଦିଏ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ।