ରାଜ୍ୟରେ ଚଳିତ ମେ’ ମାସ ୦୫ ବୁଧବାର ସକାଳଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ରାଜ୍ୟରେ କରୋନା ହୁ ହୁ ହୋଇ ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଲକ୍ଡାଉନ୍ ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।
ଲକଡାଉନ ସମୟରେ ବସ୍, ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା, ଚଳାଚଳ, ସିନେମା ହଲ୍, ମଲ୍, ସେଲୁନ, ପାର୍ଲର, ସ୍ପା, ମାର୍କେଟ କମ୍ଲେକ୍ସ, ଜିମ୍, ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ ମଧ୍ୟ ବନ୍ଦ ହେବ।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣି ବିବାହ କାର୍ଯ୍ୟ ଆୟୋଜନ ହୋଇପାରିବ। ବିବାହରେ ସର୍ବାଧିକ ୫୦, ଜଣ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ମିଳିବ।
ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ, ରାସନ,ଗ୍ରୋସରୀ, ଫଳ ଦୋକାନ ସକାଳ ୬ରୁ ୧୨ଟା ଯାଏଁ ଖୋଲା ରହିବ। ରେସ୍ତୋରାଁ, ଢାବାକୁ ଖାଦ୍ୟ ପାର୍ସଲ ଦେବାକୁ ଅନୁମତି ମିଳିବ।
ଫ୍ଲିପ୍କାର୍ଟ, ଆମାଜନ, ଜମାଟୋ, ଆଦିର ଡେଲିଭରି ବୟଙ୍କୁ ମଧ୍ୟ ଅନୁମତି ମିଳିବ। ଛାପା, ବୈଦ୍ୟୁତିକ, ଗଣମାଧ୍ୟମ, ଓ୍ୱେବ ମିଡିଆକୁ ଅନୁମତି ମିଳିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣକୁ ଅନୁମତି ମିଳିବ।