ଛୋଟ ପିଲାଙ୍କ ପାଇଁ କମିକ୍ସ ସିରିଜ୍ର ଗୁରୁତ୍ୱ ସର୍ବାଧିକ। ଏହାକୁ ସେମାନେ ଆଗ୍ରହ ସହକାରେ ପଢ଼ିବା ସହ ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ସୂଚନା ପାଇଥାନ୍ତି। ଛୋଟ ପିଲାଙ୍କର ଏଭଳି ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଏହାର ଘରୋଇ ବ୍ୟବହାର ସଂପର୍କରେ ସଚେତନ କରିବା ଲାଗି ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ କମିକସ ପତ୍ରିକାର ସଂକଳନା କରାଯାଇଛି। ସେଥିରେ ଘିକୁଆଁରୀ, ତୁଳସୀ, ନିମ୍ବ, ଅଶ୍ୱଗନ୍ଧା, ଅଁଳା, ଗିଲୋହୀ, ବ୍ରାହ୍ମୀ ଇତ୍ୟାଦି ଔଷଧୀୟ ଗଛ ସଂପର୍କରେ ତଥ୍ୟ ରହିଛି। ପୁସ୍ତକର ମୁଖ୍ୟ ଚରିତ୍ର ‘ପ୍ରଫେସର ଆୟୁଷ୍ମାନ’।
ଏହା ସବୁ ସଂପର୍କରେ ପିଲାମାନଙ୍କୁ ସଚେତନ କରିବେ। ଏହି ପୁସ୍ତକ ମାଗଣାରେ ଉପଲବ୍ଧ ହେବାକୁ ଥିବାବେଳେ ବିଦ୍ୟାଳୟଗୁଡ଼ିକ ଏଥିପାଇଁ ନ୍ୟାସନାଲ ମେଡିସିନାଲ ପ୍ଲାଣ୍ଟ ବୋର୍ଡଙ୍କୁ ଆବେଦନ କରିପାରିବେ। ଏହାଛଡ଼ା ଆୟୁଷ ମନ୍ତ୍ରାଳୟର ଅନ୍ୟ କାର୍ଯ୍ୟକ୍ରମ ଯେପରିକି ଆରୋଗ୍ୟ ମେଳା ଏବଂ ଅନ୍ୟ ସ୍ଥାନରେ ମଧ୍ୟ ଏହା ଉପଲବ୍ଧ ହେବ।