dry cough

ଅଧିକ ପଢ଼ନ୍ତୁ: ଥଣ୍ଡା ଦୂର କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ଟିପ୍ସ

ସାଧାରଣତଃ କୋଭିଡ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ୱର, କାଶ, ଥଣ୍ଡା ଭଳି ଅନ୍ୟାନ୍ୟ ଗୁରୁତର ଲକ୍ଷଣ ଦେଖାଦେଇଥାଏ। କେତେକ ଆକ୍ରାନ୍ତଙ୍କଠାରେ କେବଳ ଶୁଖିଲା କାଶ ହେଉଥିବାର ଦେଖିବାକୁ ମିଳୁଛି। ବାରମ୍ବାର କାଶିବା ଦ୍ୱାରା ଗଳା ଦରଜ ହେବା ସହ ଅସ୍ୱସ୍ଥିକର ମନେ ହୁଏ। ତେବେ ଶୁଖିଲା କାଶକୁ କିପରି ଦୂର କରିବେ ଜାଣନ୍ତୁ।

  • ଶରୀରର ଜଳୀୟ ଅଂଶକୁ ସନ୍ତୁଳନରେ ରଖିବା ପାଇଁ ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ। ଫୁଟା ଉଷୁମ ପାଣି ପିଇଲେ ଲାଭ ମିଳିଥାଏ।
  • ନଖ ଉଷୁମ ପାଣିକୁ ଧୀରେ ଧୀରେ କରି ପିଅନ୍ତୁ।
  • ଗରମ ପାଣିର ବାମ୍ଫ ନିଅନ୍ତୁ। ଏକ ପାତ୍ରରେ ଗରମ ପାଣି ନେଇ ତା’ର ବାଷ୍ପକୁ ନାକ ବାଟେ ନିଅନ୍ତୁ। ଯଦି ପାରୁଛନ୍ତି ଗରମ ପାଣି ବାମ୍ପ ନେଲା ବେଳେ ଗୋଟେ କପଡ଼ାକୁ ପାଣି ପାତ୍ର ଏବଂ ମୁଣ୍ଡକୁ ଘୋଡ଼ାଇ ରଖନ୍ତୁ। ଏହାଦ୍ୱାରା ବାମ୍ପ ସହଜରେ ଓ ଭଲରେ ନେଇପାରିବେ। ଦିନକୁ ଅତିବେଶିରେ ତିନିଥର ଏପରି କରନ୍ତୁ। ମନେରଖନ୍ତୁ ବାମ୍ଫ କେବଳ କାଶକୁ ଉପଶମ କରିପାରିବ କିନ୍ତୁ କରୋନାକୁ ନୁହେଁ, ତେଣୁ ଅତ୍ୟଧିକ ବାମ୍ଫ ନେଲେ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖାଯିବ। 
  • ଗଳାକୁ ଠିକ୍‌ କରିବା ପାଇଁ ହେଲେ ଉଷୁମ ପାଣିରେ ଲେମ୍ବୁ ରସ ଏବଂ ମହୁ ପକାଇ ପିଅନ୍ତୁ। ଏହା ଛଡ଼ା କାଢ଼ା, ହରବାଲ-ଟି  ମଧ୍ୟ କାଶ କମାଇବାରେ ସାହାଯ୍ୟ କରିଥାଏ। 
  • ଉଷୁମ ପାଣିରେ ଲୁଣ ପକାଇ କୁଳକୁଜା କରନ୍ତୁ। ଏହା ଛଡ଼ା ଗୋଟିଏ ଠିପି ବେଟାଡିନ୍ ଏବଂ ତିନି ଠିପି ପାଣିକୁ ମିଶାଇ ସେହି ପାଣିରେ କୁଳକୁଜା କରନ୍ତୁ। 

ସାଧାରଣତଃ କଫ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। କୋଭିଡ୍‌-୧୯ ଭୂତାଣୁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସହଜରେ ସଂକ୍ରମଣ କରିପାରେ। ତେଣୁ ଯଦି କାଶ କିମ୍ବା କଫ ହେଉଛି ତେବେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। କାଶିବା ପରେ ସାବୁନରେ ହାତ ଧୁଅନ୍ତୁ।

ବାହାରେ କଫ ପକାନ୍ତୁ ନାହିଁ।

ଶୋଇବା ବେଳେ ବାମ କଡ଼ କିମ୍ବା ଡାହାଣ କଡ଼ ମାଡ଼ି ଶୁଅନ୍ତୁ। ଏହାଦ୍ୱାରା କଫ ସହଜରେ ବାହାରିଆସେ।

ଏହାଛଡ଼ା ଚଲାବୁଲା କରିବା ଦ୍ୱାରା ମଧ୍ୟ କଫ ଶରୀରରୁ ବାହାରି ଆସେ, ତେଣୁ ନିଜ ଘରେ କିମ୍ବା ଛାତ ଉପରେ ଚଲାବୁଲା କରନ୍ତୁ।