ଆସନ୍ତୁ ଜାଣିବା ପ୍ରୋନିଂ କ’ଣ? ଏହାକୁ କେମତି କରିବେ? କୋଭିଡ୍ ଆକ୍ରାନ୍ତଙ୍କୁ ଏହା କିଭଳି ସାହାଯ୍ୟ କରିବ।
କୋଭିଡ୍ ଭୂତାଣୁରେ ସଂକ୍ରମିତ ବ୍ୟକ୍ତି ତଥା ଯେଉଁମାନଙ୍କଠାରେ କୋଭିଡ୍ର ସାମାନ୍ୟ ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ସଙ୍ଗରୋଧରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି। ଘରେ ରହିବା ସମୟରେ ଯଦି କୌଣସି କୋଭିଡ୍ ଆକ୍ରାନ୍ତଙ୍କୁ ନିଶ୍ଵାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରୋନିଂ କରି ଶ୍ୱାସକ୍ରିୟା ଜନିତ ସମସ୍ୟାକୁ କେତେକାଂଶରେ ଏଡ଼ାଇପାରିବା।
ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଉପୁଜୁଥିବା ବ୍ୟକ୍ତିଙ୍କୁ ମୁହଁ ମାଡ଼ି ଶୁଆଇବା ଦ୍ୱାରା ନିଶ୍ଵାସ ପ୍ରଶ୍ଵାସରେ ସହଜ ହେବା ସହ ଶରୀରକୁ ଅମ୍ଳଜାନ ମିଳିପାରିଥାଏା ଏହି ପ୍ରକ୍ରିୟାକୁ ପ୍ରୋନିଂ କୁହାଯାଏା କୋଭିଡ୍ ରୋଗୀମାନେ ଏଭଳି କରିବା ଦ୍ୱାରା ଶ୍ଵାସକ୍ରିୟାରେ ସହଜ ହୋଇଥାଏା
ଜଣେ ବ୍ୟକ୍ତି ନିଜେ ଏହି ପ୍ରୋନିଂ କରିପାରିବୋ ଏଥି ନିମନ୍ତେ ୪-୫ଟି ତକିଆର ଆବଶ୍ୟକ ରହିଛିା
ପ୍ରତି ପୋଜିସନ୍ ପାଇଁ ୩୦ ମିନିଟ୍ରୁ ଅଧିକ ସମୟ ରହିଲେ ସୁଫଳ ମିଳିଥାଏା
୧- ୩୦ ମିନିଟ୍ ପେଟ ମାଡ଼ି ଶୁଅନ୍ତୁ।
୨- ୩୦ ମିନିଟ୍ ପାଇଁ ଡାହାଣ କଡ଼ ମାଡ଼ି ଶୁଅନ୍ତୁ।
୩- ଏହାପରେ ବସିବା ଭଳି ଅବସ୍ଥାରେ ୩୦ ମିନିଟ୍ ବସି ରହନ୍ତୁ
୪- ବାମ କଡ଼ ମାଡ଼ି ୩୦ ମିନିଟ୍ ଲାଗି ଶୁଅନ୍ତୁ।
୫- ଶେଷରେ ପ୍ରଥମ ପୋଜିସନ୍କୁ ଫେରନ୍ତୁ ବା ପେଟ ମାଡ଼ି ପୁଣି ଶୁଅନ୍ତୁ।
କେତେବେଳେ କରିବେ ନାହିଁ?
ଖାଇବା ପରେ ପ୍ରୋନିଂ କରିବା ଉଚିତ ନୁହେଁ।
ଯେତିକି ସମୟ ପର୍ଯ୍ୟନ୍ତ ଶରୀର କଷ୍ଟ ସମ୍ଭାଳି ପାରୁଛି, ସେତିକି ସମୟ ପାଇଁ କରନ୍ତୁ।
ଜଣେ ଚାହିଁଲେ ଭିନ୍ନ ଭିନ୍ନ ସମୟରେ ପ୍ରୋନିଂ କରିପାରିବେ।
ଅଧିକ ପଢ଼ନ୍ତୁ: କୋଭିଡ୍ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍
ପ୍ରୋନିଂ ବେଳେ ତକିଆକୁ କିଭଳି ରଖିବେ?
ବେକ ତଳେ ଗୋଟେ ତକିଆ ରଖିବେ। ଗୋଟେ କିମ୍ବା ଦୁଇଟି ତକିଆ ଛାତି ତଳେ ଏବଂ ଜଙ୍ଘ ତଳେ ରଖିବାକୁ ହେବ। ଆଉ ଏକ ତକିଆ ପାଦ ତଳେ ରଖିବେ।
ପ୍ରୋନିଂ କରିବାର ଫାଇଦା
ପ୍ରୋନିଂ କରିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ସୁବିଧା ହୋଇଥାଏ।
ଶରୀରରେ ଅମ୍ଳଜାନ ସ୍ତର ବା SpO2 94ରୁ ହ୍ରାସ ପାଇବା ଓ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେଲେ ପ୍ରୋନିଂ ଆବଶ୍ୟକତା ପଡ଼ିଥାଏ।
ରକ୍ତରେ ଅମ୍ଳଜାନର ଅଭାବ ଯୋଗୁଁ ହାଇପୋକ୍ସିଆ ହୋଇଥାଏ, ଯାହାକି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଜଟିଳ କରିଦିଏ। ତେଣୁ ପ୍ରୋନିଂ କରିବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ଠିକ୍ ରହିବା ସହ ବ୍ୟକ୍ତିର ଜୀବନରକ୍ଷା ହୋଇପାରିବ।
କେଉଁମାନେ ପ୍ରୋନିଂ କରିବେ ନାହିଁ?
ଗର୍ଭବତୀ ମହିଳା, ହୃଦ୍ରୋଗୀ, ମେରୁଦଣ୍ଡ, ଜଙ୍ଘର ହାଡ଼, କିମ୍ବା ପେଲଭିକ୍ ଫ୍ରାକ୍ଚର ଥିବା ବ୍ୟକ୍ତିଙ୍କୁ ପ୍ରୋନିଂ ମନା।
ଘରେ ରହି କୋଭିଡ୍ ଚିକିତ୍ସିତ ହେଉଥିବା ବ୍ୟକ୍ତି ଅମ୍ଳଜାନ ସ୍ତର ସହ ତାପମାତ୍ରା, ରକ୍ତଚାପ ଓ ରକ୍ତ ଶର୍କରା ଆଦିର ମଧ୍ୟ ନିରୀକ୍ଷଣ କରିବା ଆବଶ୍ୟକ।