କରୋନା ମହାମାରୀର ବଢ଼ୁଥିବା ପ୍ରଭାବ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି। ମଧୁମେହ ବା ଡାଏବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ। ସେଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଯତ୍ନ ନେବା ଦରକାର ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

କରୋନା ସମୟରେ ଡାଏବେଟିସ୍‌ ରୋଗୀ କିପରି ନେବେ ନିଜର ଯତ୍ନ, ଜାଣନ୍ତୁ। 

  • କରୋନା ଭୂତାଣୁଠାରୁ ନିଜକୁ ରକ୍ଷା କରିବାକୁ ହେଲେ ନିଜ ହାତକୁ ସାବୁନରେ ୨୦ ସେକେଣ୍ଡ ପାଇଁ ଧୁଅନ୍ତୁ।  
  • ନିଜ ଆଖି ଓ ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ। ଯଦି ଦରକାର ପଡ଼ୁଛି ସ୍ପର୍ଶ କରିବା ପୂର୍ବରୁ ଏବଂ ପରେ ସାବୁନରେ ହାତ ସଫା କରନ୍ତୁ। 
  • ଜ୍ୱର ଏବଂ କାଶ ଭଳି ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ। 
  • ମାର୍କେଟ ବା ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି, ତାହେଲେ ଡବଲ ମାସ୍କ ପିନ୍ଧି ବାହାରକୁ ଯାଆନ୍ତୁ। 
  • କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ ପରୀକ୍ଷା କରନ୍ତୁ ଏବଂ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ। 
  • କଞ୍ଚା ମାଂସ ବା ଦରସିଝା ମାଂସକୁ ଖାଆନ୍ତୁ ନାହିଁ। 
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଠିକ ଢ଼ଙ୍ଗରେ ମାସ୍କ ପିନ୍ଧନ୍ତୁ। 

ଅଧିକ ପଢ଼ନ୍ତୁ: ଟିକିଏ ସତର୍କତା – କରୋନାରୁ ଦୂରତା

ଡାବେଟିସ୍ ରୋଗୀମାନେ କେଉଁ ସବୁ ସତର୍କତା ଅବଲମ୍ବନ କରିବେ?

  • ଶ୍ୱେତସାର ଯୁକ୍ତ ଖାଦ୍ୟ ଖାଇବା କମ୍ କରନ୍ତୁ। ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଯଥେଷ୍ଟ ପରିମାଣର ସବୁଜ ପନିପରିବା ଖାଦ୍ୟରେ ସାମିଲ୍ କରନ୍ତୁ।
  • ଶରୀରରୁ ଜଳୀୟ ଅଂଶ କମିବାକୁ ଦିଅନ୍ତୁ ନାହିଁ। ଦିନକୁ ୭-୮ ଗ୍ଲାସ୍ ପାଣି ପିଅନ୍ତୁ।
  • ଅତି କମ୍‌ରେ ଦିନକୁ ୩୦ ମିନିଟ୍ ବ୍ୟାୟାମ କରନ୍ତୁ।
  • ରକ୍ତ ଶର୍କରା ବେଶୀ ପରିମାଣରେ ହ୍ରାସ ବା ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ। ରକ୍ତ ଶର୍କରା ହ୍ରାସ ବୃଦ୍ଧିର ଲକ୍ଷଣଗୁଡିକ ପ୍ରତି ସଜାଗ ରୁହନ୍ତୁ। ରକ୍ତ ଶର୍କରା ବଢିଲେ ରୋଗୀକୁ ଅତ୍ୟଧିକ ଭୋକ, ଶୋଷ, ପରିସ୍ରା ଲାଗିବା ସହିତ ମୁଣ୍ଡବ୍ୟଥା ହୋଇଥାଏ, ଥକ୍କା ଲାଗିଥାଏ। ସେହିପରି ରକ୍ତ ଶର୍କରା କମ୍ ହେଲେ ରୋଗୀକୁ ଅଚାନକ ଭୋକ ଲାଗେ, ଝାଳ ବୁହେ, ହାତ ଥରେ, ହୃଦ୍ ସ୍ପନ୍ଦନ ବଢିଯାଏ। ବେଳେବେଳେ ରୋଗୀ ଚେତାଶୂନ୍ୟ ହୋଇଯାଆନ୍ତି।
  • ଇନ୍‌ସୁଲିନ୍ ବ୍ୟବହାର କରୁଥିଲେ ନିୟମିତ କିଟୋନ୍ ଷ୍ଟ୍ରୀପ୍ ପରୀକ୍ଷା କରନ୍ତୁ।
  • ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। 

ସଙ୍ଗରୋଧରେ ଡାଇବେଟିସ୍ ରୋଗୀମାନେ କ’ଣ କରିବା ଆବଶ୍ୟକ?

  • ବାରମ୍ବାର ସାବୁନ୍‌ରେ ହାତ ଧୁଅନ୍ତୁ।
  • ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖନ୍ତୁ।
  • ଘରର ଅନ୍ୟମାନଙ୍କଠାରୁ ୧ମିଟର ବ୍ୟବଧାନ ରଖନ୍ତୁ (ବିଶେଷ କରି ପିଲା ଓ ବୟସ୍କଙ୍କ ଠାରୁ )।
  • ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ବେଳେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ। ପ୍ରତି ୬ ଘଣ୍ଟାରେ ମାସ୍କ ବଦଳାନ୍ତୁ।
  • ପୋଷାକ, ଚାଦର, ଖାଇବା ବାସନକୁ ଦୈନନ୍ଦିନ ଧୁଅନ୍ତୁ।
  • କମ୍ପ୍ୟୁଟର୍‌, ଲାପ୍‌ଟପ୍ ଆଦିକୁ ସାନିଟାଇଜ୍ କରନ୍ତୁ।
  • ମର୍ଣ୍ଣିଙ୍ଗ ୱାକ୍ କରିବା ପାଇଁ ବାହାରକୁ ଯାଆନ୍ତୁ ନାହିଁ।
  • ସଠିକ୍ ସମୟରେ ଔଷଧ ଖାଆନ୍ତୁ।
  • ନିଜେ ରହୁଥିବା ବଖରାର ଚଟାଣକୁ ୦.୧% ବ୍ଲିଚିଂରେ ପୋଛି ପରିଷ୍କାର କରନ୍ତୁ।