ପୁଷ୍ଟିରେ ଭରପୂର ସୂଆଁ ଚାଉଳ। ଏହା ଏକ ପୁଷ୍ଟି ଶସ୍ୟ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର। ଜାଣନ୍ତୁ, ସୁଆଁ ଚାଉଳରେ ପ୍ରସ୍ତୁତ ଇଡିଲି କେମିତି କରିବେ?
ଦରକାରୀ ଉପକରଣ:
ସୁଆଁ ଚାଉଳ – ୫୦୦ ଗ୍ରାମ
ବିରି – ୨୫୦ ଗ୍ରାମ
ଦହି – ୧୦୦ ଗ୍ରାମ
ମେଥି – ୧୦ ରୁ ୧୨ଟି
ଲୁଣ – ସ୍ୱାଦ ଅନୁଯାୟୀ
ଅଧିକ ପଢ଼ନ୍ତୁ: ପୋଷଣରେ ଭରପୂର ଦହି ଭାତ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?
ପ୍ରସ୍ତୁତି ପ୍ରାଣାଳୀ:
- ବିରିକୁ ପାଣିରେ ଭଲଭାବରେ ଧୋଇ ଦିଅନ୍ତୁ।
- ମେଥିକୁ ସେହି ଧୁଆ ବିରି ସହ ମିଶାନ୍ତୁ ଏବଂ ୪ ଘଣ୍ଟା ବତୁରିବା ପାଇଁ ଛାଡ଼ନ୍ତୁ।
- ସୁଆଁ ଚାଉଳକୁ ମଧ୍ୟ ପାଣିରେ ଭଲଭାବରେ ଧୋଇଦିଅନ୍ତୁ ଏବଂ ୪ ଘଣ୍ଟା ବତୁରାଇ ରଖି ଏହାକୁ ବାଟନ୍ତୁ।
- ବତୁରିଥିବା ବିରି ଓ ମେଥିକୁ ବାଟନ୍ତୁ, ଏଥିରେ ବଟା ସୁଆଁ ମିଶାଇ ଆଣ ହାଲକା ହେବା ପର୍ଯ୍ୟନ୍ତ ଗୋଳାଇ ୪ ଘଣ୍ଟା ଛାଡ଼ିଦିଅନ୍ତୁ।
- ଇଡ଼ିଲି ନରମ ହେବାପାଇଁ ଏବେ ଏଥିରେ ଦହି ଓ ଲୁଣ ମିଶାଇ ପୁଣି ୩୦ ମିନିଟ୍ ପାଇଁ ରଖି ଦିଅନ୍ତୁ।
- ଏହି ଆମକୁ ଏବେ ଇଡ଼ିଲି ଛାଂଚରେ ଢ଼ାଳନ୍ତୁ ଏବଂ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ।
- ପ୍ରସ୍ତୁତ ସୁଆଁ ଇଡ଼ିଲିକୁ ସମ୍ବର ବା ଚଟଣି ସହ ପରଶି ପାରିବେ।
ସୌଜନ୍ୟ: ଓଡ଼ିଶା ମିଲେଟ୍ସ ମିଶନ୍