କାହିଁକି ହୁଏ ବ୍ରେନ୍‌ ଟ୍ୟୁମର?

ମସ୍ତିଷ୍କରେ ଟ୍ୟୁମର ବା ବ୍ରେନ୍ ଟ୍ୟୁମର କାହିଁକି ହୁଏ? ଆସନ୍ତୁ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଦୀପକ ଦାସଙ୍କଠାରୁ ବ୍ରେନ୍ ଟ୍ୟୁମରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।

ବ୍ରେନ୍ ଟ୍ୟୁମର କ’ଣ? (What is brain tumor in Odia)

ମସ୍ତିସ୍କର ଯେକୌଣସି ଭାଗରେ ଅସ୍ୱାଭାବିକ ବୃଦ୍ଧି ହେଲେ ବ୍ରେନ୍ ଟ୍ୟୁମର୍ ହୋଇଥାଏ। ମସ୍ତିସ୍କର ବିଭିନ୍ନ ଭାଗ ରହିଛି। ଏହି ଭାଗରେ  ଅସାଧାରଣ ବୃଦ୍ଧିକୁ ବ୍ରେନ୍ ଟ୍ୟୁମର କୁହାଯାଏ। ମସ୍ତିସ୍କର କଭରିଂରୁ ଟ୍ୟୁମର ବାହାରିଲେ ତାକୁ ମେନିଞ୍ଜୋମା (meningioma) କୁହାଯାଏ। ମସ୍ତିସ୍କର ଭାଗଗୁଡ଼ିକରୁ ଅସ୍ୱାଭାବିକ ବୃଦ୍ଧି ହେଲେ ତାକୁ ଗ୍ଲାୟୋମା (glioma) କୁହାଯାଏ। ଏହାଛଡ଼ା ଶରୀରର ଅନ୍ୟ ଅଂଶରେ କ୍ୟାନସର୍‌ ହୋଇଥିଲେ ଏହା ମସ୍ତିଷ୍କକୁ ବ୍ୟାପିପାରେ, ଯାହାକୁ ମେଟାଷ୍ଟାଟିସ୍ କୁହାଯାଏ।

ବ୍ରେନ୍ ଟ୍ୟୁମର କେତେ ପ୍ରକାରର? (Types of brain tumor in Odia)

ବ୍ରେନ୍  ଟ୍ୟୁମର ମୁଖ୍ୟତଃ ତିନି ପ୍ରକାରର। ଗୋଟିଏ ଅଂଶରେ ରହିଲେ ତା’କୁ ବିନାଇନ୍ ବ୍ରେନ୍‌ ଟ୍ୟୁମର କୁହାଯାଏ। ଯେଉଁ ଟ୍ୟୁମର ମସ୍ତିସ୍କର ଅନ୍ୟ ଅଂଶକୁ ବ୍ୟାପିଥାଏ ତାହାକୁ ମାଲିଗନାଣ୍ଟ ଟ୍ୟୁମର କୁହାଯାଏ। ଶରୀରର ଅନ୍ୟ ଅଂଶ ଯେମିତିକି ଥାଇରଏଡ୍‌, ଫୁସ୍‌ଫୁସ୍ କିମ୍ବା ହାଡ଼ରୁ କିଛି ଟ୍ୟୁମର ମସ୍ତିସ୍କକୁ ଆସିଥାଏ, ଏହାକୁ ମେଟାଷ୍ଟାଟିସ୍ ବା ମେଟାଷ୍ଟାଟିକ୍ ଟ୍ୟୁମର କୁହାଯାଏ। 

ଅଧିକ ପଢ଼ନ୍ତୁ: ବ୍ରେନ ଟ୍ୟୁମରର ଲକ୍ଷଣ କ’ଣ?

ବ୍ରେନ୍ ଟ୍ୟୁମରର ଲକ୍ଷଣ କ’ଣ? (Symptoms of a brain tumor in Odia) 

ବ୍ରେନ୍ ଟ୍ୟୁମରର ମୁଖ୍ୟ ଲକ୍ଷଣ ହେଉଛି ବାତ ମାରିବା।

କେତେକଙ୍କ କ୍ଷେତ୍ରରେ ଦୃଷ୍ଟି ଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଦେଇଥାଏ।

ଗୋଡ଼ କିମ୍ବା ହାତ ପକ୍ଷାଘାତ ବା ପାରାଲିସିସ୍‌ ହୋଇଯିବା।

ହଠାତ ଅଚେତ ହୋଇଯିବା,

ଅସ୍ୱାଭାବିକ କଥାବାର୍ତ୍ତା କରିବା,

ଚାଲିବାରେ ସନ୍ତୁଳନ ନରହିବା।  

ବ୍ରେନ୍ ଟ୍ୟୁମର ଏବଂ ବ୍ରେନ୍ ଷ୍ଟ୍ରୋକ୍ ଅଲଗା କି?  (Difference between brain tumors and brain strokes in Odia)

ବ୍ରେନ୍ ଟ୍ୟୁମର ଏବଂ ବ୍ରେନ୍ ଷ୍ଟ୍ରୋକ୍ ସମ୍ପୂର୍ଣ୍ଣ ଅଲଗା। ରକ୍ତଚାପ ବଢ଼ିଗଲେ ବା ଡାଏବେଟିସ୍ ଅନିୟନ୍ତ୍ରିତ ରହିଲେ ମସ୍ତିସ୍କ ଭିତରେ ରକ୍ତସ୍ରାବ ହୋଇ ମସ୍ତିସ୍କର କିଛି ଅଂଶ ନଷ୍ଟ ହୋଇଯାଏ। ଯେଉଁଥିପାଇଁ ବାତ ମାରିବା ବା ପକ୍ଷାଘାତ ହୋଇଥାଏ, ଏହାକୁ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଇଥାଏ। କିନ୍ତୁ ମସ୍ତିସ୍କରେ ଅସ୍ୱାଭାବିକ ବୃଦ୍ଧିହେତୁ ବ୍ରେନ୍ ଟ୍ୟୁମର ହୋଇଥାଏ। ଦୁଇଟି ରୋଗର ଲକ୍ଷଣ ସମାନ ହୋଇପାରେ କିନ୍ତୁ କାରଣ ଏବଂ ଚିକିତ୍ସା ଭିନ୍ନ ଭିନ୍ନ। କିନ୍ତୁ, ମଧୁମେହ ଓ ଉଚ୍ଚ ରକ୍ତଚାପ ସହିତ ବ୍ରେନ୍‌ ଟ୍ୟୁମରର କୌଣସି ସମ୍ପର୍କ ନାହିଁ। 

ବ୍ରେନ୍ ଟ୍ୟୁମର କାହିଁକି ବଢ଼ୁଛି? (Why is a brain tumor growing in Odia)

ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ବ୍ରେନ୍‌ ଟ୍ୟୁମର ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏହାର କାରଣ ହେଉଛି ରେଡିଏସନ୍‌ ଏବଂ ବିଭିନ୍ନ ପ୍ରକାରର ସଂକ୍ରମଣ।

ଅଧିକ ପଢ଼ନ୍ତୁ: ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢ଼ାଇବେ କିପରି?

ରୋଗର ଚିହ୍ନଟ କିପରି କରିବେ? (How to diagnose brain tumors in Odia)

ବ୍ୟକ୍ତିଙ୍କୁ ବାତ ମାରିଲେ, ବାଉଳି ଚାଉଳି ହୋଇ କଥାବାର୍ତ୍ତା ହେବା, ଚାଲିବା ବେଳେ ଗୋଡ଼ର ସନ୍ତୁଳନ ନ ରହିବା, ହାତ କିମ୍ବା ଗୋଡ଼ରେ ପକ୍ଷାଘାତ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସିଟି ସ୍କାନ ଏବଂ ଏମ୍ଆର୍‌ଆଇ ସ୍କାନ କରି ମସ୍ତିଷ୍କରେ ଟ୍ୟୁମର ହୋଇଛି କି ନାହିଁ ତାହା ଜଣାପଡ଼େ।

ବ୍ରେନ୍ ଟ୍ୟୁମରର ଚିକିତ୍ସା କେମିତି ହୁଏ? (Treatment of brain tumor in Odia)

ରୋଗୀର ଅବସ୍ଥାକୁ ଦୃଷ୍ଟିରେ ରଖି ଚିକିତ୍ସା ଭିନ୍ନ ଭିନ୍ନ ହୋଇଥାଏ। କେଉଁ ଟ୍ୟୁମର ହୋଇଛି, ତାହା ଜାଣିବା ପାଇଁ ମସ୍ତିଷ୍କରୁ ଟିସ୍ୟୁ କାଢ଼ି ବାୟୋପ୍ସି କରାଯାଏ। ବାୟୋପ୍ସି ଦ୍ୱାରା କେଉଁ ପ୍ରକାର ଟ୍ୟୁମର ତାହା ଜଣାପଡ଼ିଥାଏ।

ବ୍ରେନ୍ ଟ୍ୟୁମରର ଅସ୍ତ୍ରୋପ୍ରଚାର କରିବା ଜରୁରୀ। ଏହା କରିବା ଦ୍ୱାରା ଟ୍ୟୁମର ସମ୍ପୁର୍ଣ୍ଣ ଭାବରେ ବାହାରିଯିବ, ତା’ ସହିତ ଆଗକୁ ଚିକିତ୍ସା ପାଇଁ ସହଜ ହେବ।

ବ୍ରେନ୍ ଟ୍ୟୁମରକୁ ରୋକିପାରିବା କି? (Prevention of brain tumors in Odia)

ବ୍ରେନ୍ ଟ୍ୟୁମରକୁ ରୋକିବା ପାଇଁ କୌଣସି ପଦ୍ଧତି ବାହାରିପାରି ନାହିଁ। କିନ୍ତୁ ଲକ୍ଷଣ ଦେଖାଯିବା ଆରମ୍ଭରୁ ଡାକ୍ତରଙ୍କ ପାଖକୁ ଗଲେ ରୋଗର ଶୀଘ୍ର ଚିହ୍ନଟ ହୋଇପାରିବ ଏବଂ ଟ୍ୟୁମର ଦ୍ୱାରା ହେବାକୁ ଥିବା ଜଟିଳତାକୁ ରୋକାଯାଇପାରିବ। ବ୍ରେନ୍ ଟ୍ୟୁମରର ମୁଖ୍ୟ କାରଣ ହେଉଛି ବିଭିନ୍ନ ରେଡିଏସନ, ତେଣୁ ଏହାଠାରୁ ଦୂରେଇ ରହିଲେ ବ୍ରେନ୍ ଟ୍ୟୁମରକୁ ରୋକିପାରିବା। 

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦୀପକ ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Brain Tumour in Odia language, is based on an extensive interview with Neurosurgeon Dr Deepak Das.

Share post:

Popular

RELATED
Related

ಮೂತ್ರಪಿಂಡ ಕಾಯಿಲೆಯ ಕಾರಣಗಳು | Causes of Kidney Disease | Dr Ganesh Srinivasa Prasad P | #Shorts

#KidneyDisease #KannadaHealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusKannada For feedback and business inquiries/ organise a doctor interview, contact Swasthya Plus Kannada at [email protected] Swasthya Plus Kannada is an emerging destination serving you with Health Tips in Kannada on health, hygiene, nutrition, lifestyle, and more!

बच्चों में पीलिया के लक्षण क्या हैं? | Symptoms of Jaundice in Children | Dr Arun Singh Bhadauria

#JaundiceinChildren #HindiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क अपने दर्शकों को चिकित्सा सलाह प्रदान नहीं करता है। स्वास्थ्य प्लस नेटवर्क पर उपलब्ध वीडियो/सामग्री केवल सूचनात्मक उद्देश्यों के लिए है, और यह डॉक्टर/स्वास्थ्य के क्षेत्र से जुड़े एक्सपर्ट द्वारा दिए जाने वाले निर्णय का विकल्प नहीं है। अपने स्वास्थ्य संबंधी मामलों के लिए सदैव किसी योग्य स्वास्थ्य पेशेवर से परामर्श लें। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. स्वास्थ्य और जीवन शैली पर आधारित डिजिटल प्लेटफॉर्म 'स्वास्थ्य प्लस' से जुड़ने के लिए हमारे यूट्यूब चैनल (https://www.youtube.com/SwasthyaPlusHindi) को सब्सक्राइब करें। नए वीडियो की नोटिफिकेशन पाने के लिए बेल आइकॉन पर क्लिक करें। For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusHindi). For feedback and business inquiries/ organise a doctor interview, contact Swasthya Plus Hindi at [email protected] Swasthya Plus Hindi, the leading destination serving in India for Health Tips in Hindi on health, hygiene, nutrition, lifestyle, and more!

ডিঙিৰ সংক্ৰমণ প্ৰতিৰোধ কৰা | Prevention of Throat Infection | Dr Tinku Moni Borah | #Shorts

#ThroatInfection #AssameseHealthTips #YouTubeShorts Subscribe Now & Live a Healthy Life! স্বাস্থ্য প্লাছ নেটৱৰ্কে মেডিকেল জৰিত উপদেশ নিদিয়ে। ইয়াত দেখুৱা তথ্য খিনি সম্পূৰ্ণ জ্ঞান আহৰণৰ বাবে আৰু কোনো ধৰণৰ প্ৰফেচনেল উপদেশৰ আৰ্হি নহয়। যিকোনো স্বাস্থ্য সমস্যা বিশেষে ডক্তৰৰ পৰামৰ্শ লোৱা টো দৰকাৰী। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Assamese at [email protected] Swasthya Plus Assamese, the leading destination serving you with Health Tips in Assamese on health, hygiene, nutrition, lifestyle, and more!

హైడ్రోసెల్ యొక్క లక్షణాలు ఏమిటి? | Symptoms of Hydrocele | Dr A B Jagadeesh | #Shorts

#Hydrocele #TeluguHealthTips #YouTubeShorts Subscribe Now & Live a Healthy Life! స్వాస్థ్య ప్లస్ నెట్‌వర్క్ వైద్య సలహాలను అందించదు. ఇక్కడ మీకు లభించే సమాచారం మీకు అవగాహన పెంచడానికే తప్ప డాక్టర్/హెల్త్ ప్రొఫెషనల్ యొక్క సలహాలకు బదులు కాదు. మీ ఆరోగ్య సమస్యల కోసం ఎప్పుడూ డాక్టర్లని సంప్రదించండి. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusTelugu). For feedback and business inquiries/ organise a doctor interview, contact Swasthya Plus Telugu at [email protected] Swasthya Plus Telugu, the leading destination serving you with Health Tips in Telugu on health, hygiene, nutrition, lifestyle, and more!