କୋଭିଡ୍ର ଦ୍ରୁତ ସଂକ୍ରମଣକୁ ଦେଖି ଓଡ଼ିଶାର ସମସ୍ତ ଜିଲ୍ଲା ପକ୍ଷରୁ କୋଭିଡ୍ ହେଲପ୍ଲାଇନ୍ ନମ୍ବର ଜାରି କରାଯାଇଛି। କରୋନା ମହାମାରୀ ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇବା ପାଇଁ ନାଗରିକମାନେ ଏହି ନମ୍ବରକୁ ଯୋଗାଯୋଗ କରିପାରିବେ।
ଏହି ହେଲ୍ପଲାଇନ୍ ନମ୍ବରଗୁଡ଼ିକ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ୨୪ ଘଣ୍ଟା ଏହି ଟୋଲଫ୍ରି ନମ୍ବରଗୁଡ଼ିକ ଖୋଲା ରହିବ।