ଆଖି ତଳ କଳା ଦାଗ ମୁହଁର ଆକର୍ଷଣ ନଷ୍ଟ କରିଦେଇଥାଏ। ତେଣୁ ଏହି କଳା ଦାଗକୁ କିପରି ଦୂର କରିବେ, ଜାଣନ୍ତୁ।
ବାର୍ଦ୍ଧକ୍ୟ, ନୀଳ ରଶ୍ମିର କ୍ଷତିକାରକ ପ୍ରଭାବ, ଚର୍ମର ପିଗମେଣ୍ଟେସନ୍, ଜେନେଟିକ, ପୁଷ୍ଟିର ଅଭାବ ଏବଂ ରକ୍ତର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ହୋଇଥାଏ। ଏହାଛଡ଼ା ଶରୀରରେ ଜଳୀୟଅଂଶର ଅଭାବ ଯୋଗୁଁ ମଧ୍ୟ ଆଖି ତଳ କଳା ଦାଗ ହୋଇଥାଏ।
ଘରୋଇ ଉପଚାରରେ ଦୂର କରନ୍ତୁ ଆଖି ତଳ କଳାଦାଗ
ଆଳୁ
ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲରେ ଧୋଇ ଦିଅନ୍ତୁ। ଏହାପରେ ଆଳୁକୁ ପତଳା କରି କାଟି ଆଳୁର ଗୋଟିଏ ସ୍ଲାଇଡ୍ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଓ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂର ହୋଇଥାଏ।
ଗୋଲାପ ଜଳ
ଆଖି ତଳେ କଳା ଦାଗ ପାଇଁ ଗୋଲାପ ଜଳକୁ ବ୍ୟବହାର କରନ୍ତୁ। ଆଖି ବନ୍ଦ କରି ଗୋଲାପ ଜଳରେ ଭିଜା ତୁଳାକୁ ଆଖି ଉପରେ ୧୦ ମିନିଟ ରଖନ୍ତୁ। ଏପରି କରିବା ଦ୍ୱାରା ଆଖି ତଳ କଳାଦାଗ ଦୂର ହେବା ସହ ଆଖିକୁ ଆରାମ ମିଳିଥାଏ।
ଟମାଟୋ
ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ ଏବଂ ଏକ ଚାମଚ ବେସନ ଓ ହଳଦି ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଏହି ମିଶ୍ରଣକୁ ସପ୍ତାହରେ ଅତିକମରେ ୩ ଥର ଲଗାନ୍ତୁ। ଏହା ଫଳରେ ଆଖି ତଳ କଳା ଦାଗ ଦୂର ହୋଇଥାଏ।
କାକୁଡ଼ି
କାକୁଡ଼ି ରସ କଳାଦାଗ ପାଇଁ ବହୁତ ଉପକାରୀ। କାକୁଡ଼ିକୁ ଛୋଟ କରି କାଟି ଆଖି ଉପରେ ରଖନ୍ତୁ। ୧୫ ମିନିଟ ପରେ ଧୋଇଦିଅନ୍ତୁ। ଏପରି ନିୟମିତ କରିବା ଦ୍ୱାରା ଆଖି କଳା ଦାଗ ଭଲ ହୋଇଥାଏ।
ପୋଦିନା
ପୋଦିନରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ। ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ ଏବଂ ଚର୍ମକୁ ପୁର୍ନଃଜୀବିତ କରିଥାଏ। ପୋଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଆଖି ତଳକୁ କଳା ହେବାରୁ ରକ୍ଷା କରିଥାଏ।
ବାଦାମ ତେଲ
ଆଖି ତଳ କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ। ବାଦାମ ତେଲକୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ୍ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ଆଖି ତଳ କଳାଦାଗ ଧୀରେ ଧୀରେ କମିଯାଇଥାଏ।