• ସ୍ୱାସ୍ଥ୍ୟ ପ୍ଲସ୍‌ ଫେସ୍‌ବୁକ୍‌ ପେଜ୍‌ରେ ସ୍ୱତନ୍ତ୍ର ଅଧ୍ୟାୟ
  • ସନ୍ଧ୍ୟା ୬ଟାରେ ହେବ ଲାଇଭ୍‌
  • ଓଡ଼ିଶାର ଜଣାଶୁଣା ଡାକ୍ତର ଦେବେ ପରାମର୍ଶ
  • ଏହି ଅଧ୍ୟାୟରେ ଯୋଡ଼ି ହେବା ପାଇଁ ଏହି ଲିଙ୍କରେ କ୍ଲିକ୍‌ କରନ୍ତୁ: https://fb.me/e/QMZrbLa8

ଏପ୍ରିଲ, ୧୯ ହେଉଛି ବିଶ୍ଵ ଲିଭର ଦିବସ। ଲିଭର ରୋଗ ଓ ଏହାର ନିରାକରଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ଏହି ଦିବସକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ପ୍ଲସ୍‌ ପକ୍ଷରୁ ସନ୍ଧ୍ୟା ୬ଟାରେ ହେବାକୁ ଯାଉଛି ଲିଭର ସମ୍ପର୍କିତ ସ୍ୱତନ୍ତ୍ର ଅଧ୍ୟାୟ‌। ଏହି ଏପିସୋଡ୍‌କୁ ଆପଣ ସ୍ୱାସ୍ଥ୍ୟ ପ୍ଲସ୍‌ ଫେସ୍‌ବୁକ୍‌ ପେଜ୍‌ରେ ଦେଖିପାରିବେ।

କିପରି ଲିଭରକୁ ସୁସ୍ଥ ରଖିବେ, ଲିଭର ରୋଗ କେତେ ପ୍ରକାରର, ଫ୍ୟାଟି ଲିଭର କ’ଣ ଓ ଏହା କାହିଁକି ହୁଏ ଏବଂ ଲିଭର ସିରୋସିସ୍‌ ଭଳି ଅନେକ ଲିଭରଜନିତ ରୋଗ ବିଷୟରେ ଓଡ଼ିଶାର ୩ ଜଣ ବିଶିଷ୍ଟ ଡାକ୍ତର ଦେବେ ପରାମର୍ଶ। ଓଡ଼ିଶାର ଜଣାଶୁଣା ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ସାହୁ, ଡାକ୍ତର ସୁଶାନ୍ତ କୁମାର ସେଠୀ ଏବଂ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ ଲିଭରକୁ ସୁସ୍ଥ ରଖିବା ନେଇ ପରାମର୍ଶ ଦେବେ।

ଓଡ଼ିଶା ତଥା ଦେଶ ବିଦେଶରେ ଥିବା ଓଡ଼ିଆ ଲୋକ ସ୍ୱାସ୍ଥ୍ୟପ୍ଲସ୍‌ର ଫେସ୍‌ବୁକ୍‌ ପେଜ୍‌ (www.facebook.com/SwasthyaPlusOdia) ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଲାଇଭ୍‌ଷ୍ଟ୍ରିମିଂ ଦେଖିପାରିବେ। ସନ୍ଧ୍ୟା ୬ଟାରେ ଏହି ସିଧାପ୍ରସାରଣ ହେବ।