କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ?
- ଦେହ ହାତ ଅବଶ ଲାଗିବା
- ଭୋକ ନ ହେବା
- ମୁଣ୍ଡ ବିନ୍ଧା ହେବା
- ଦେହ ହାତ ଘୋଳା ବିନ୍ଧା ହେବା
- ଦିନକୁ ୪ରୁ ୫ ଥର ପତଳା ଝାଡ଼ା ହେବା୍ର
- ଚର୍ମ ରୋଗ ହେବା ଯେପରିକି ଚର୍ମ କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା
- ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
- ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା
କରୋନାର ନୂଆ ରୂପ ଅଧିକ ବିପଦଜ୍ଜନକ
କରୋନାର ଦ୍ଵିତୀୟ ଷ୍ଟ୍ରେନ୍ ଅଧିକ ସଂକ୍ରାମକ। କାରଣ ଏହା ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ପୂର୍ବ ରୂପ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ।
ଭାରତରେ ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇସାରିଲାଣି।
କିଭଳି ରହିବେ ସତର୍କ?
କୋଭିଡ୍ରୁ ସତର୍କ ରହିବା କୋଭିଡ୍ ନିରୋଧୀ ଆଚରଣ ଆପଣାନ୍ତୁ। ଯେପରିକି, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଆପଣାନ୍ତୁ।
ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ।
ସ୍କୁଲ, କଲେଜ, ମନ୍ଦିର, ବଜାର ଆଦିକୁ ଯିବାକୁ ବେଳେ କୋଭିଡ୍ର ସମସ୍ତ ନିୟମକୁ ପାଳନ କରନ୍ତୁ।
କୋଭିଡ୍ର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ କୋଭିଡ୍ ପରୀକ୍ଷା କରାନ୍ତୁ।
ସୌଜନ୍ୟ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ