ସାଧାରଣତଃ ଲୋକେ ଜୁସ୍ ପିଇବାକୁ ଅଧିକ ପସନ୍ଦ କରିଥା’ନ୍ତି। ହେଲେ ଜୁସ୍ରେ କ୍ୟାଲୋରିର ମାତ୍ରା ଅଧିକ ଥାଏ। ଫଳରେ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦିଏ। ଆସନ୍ତୁ, ଜାଣିବା କେତେକ ଜିରୋ କ୍ୟାଲୋରି ଡିଙ୍କ୍ସ ବିଷୟରେ, ଯାହା କମ୍ ବା ଜିରୋ କ୍ୟାଲୋରି ଯୁକ୍ତ।
ପଇଡ଼ ପାଣି
ପଇଡ଼ ପାଣି ଭିଟାମିନ୍-ସି, ଫାଇବର ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ୱରେ ଭରି ରହିଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି, ଯାହା ଶରୀରର କୋଷ ରକ୍ଷା କରିବାରେ ସହାୟକ ହୋଇଥାଏ। ପଇଡ ପାଣି ସ୍ୱାଦିଷ୍ଟ ହେବା ସହିତ ଜିରେ କ୍ୟାଲୋରିଯୁକ୍ତ। ତେଣୁ, ଓଜନ କମ୍ କରିବାକୁ ଚାହୁଁଥିବା ବ୍ୟକ୍ତି ନିୟମିତ ପଇଡ଼ ପାଣି ପିଇପାରିବେ।
ଅଦା ଚା’
ଏହା ସମ୍ପୂର୍ଣ୍ଣ ଜିରୋ କ୍ୟାଲୋରି ହୋଇଥିବାରୁ ଏହା ଓଜନ କମାଇବା ସହ ହଜମଶକ୍ତି ବୃଦ୍ଧି କରିଥାଏ। ଏହି ଚା’ ପ୍ରସ୍ତୁତ କରିବା ପାଇଁ ୨ କପ୍ ପାଣି ନିଅନ୍ତୁ ଏବଂ ୧ରୁ ୨ ଇଞ୍ଚର ଅଦା ମିଶାଇ ପାଣିକୁ ୫ରୁ ୬ ମିନିଟ୍ ଫୁଟାନ୍ତୁ।
ହଳଦି ଚା
ସୁସ୍ଥ ଶରୀର ପାଇଁ ହଳଦିର ଉପକାରିତା ଅଧିକ। ଲିଭରକୁ ସୁସ୍ଥ ରଖିବା ସହିତ ଏହା ଜିରୋ କ୍ୟାଲୋରିଯୁକ୍ତ।
ଗ୍ରୀନ୍-ଟି
ଗ୍ରୀନ ଟି’ରେ ଭିଟାମିନ ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି, ଯାହା ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଗ୍ରୀନ ଟି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଓଜନ ହ୍ରାସ ଏବଂ କୋଲେଷ୍ଟ୍ରୋଲ କମ୍ କରିବାରେ ଗ୍ରୀନ ଟି ସହାୟକ ହୁଏ।
ଘୋଳ ଦହି
ଜିରୋ କ୍ୟାଲୋରି ପାନୀୟଗୁଡ଼ିକ ମଧ୍ୟରୁ ଘୋଳ ଦହି ଅନ୍ୟତମ। ଘୋଳ ଦହିରେ ଚିମୁଟାଏ ଜିରାଗୁଣ୍ଡ ମିଶାଇ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏହାଛଡ଼ା ଖରାଦିନେ ଘୋଳଦହି ବେଶ୍ ଲାଭଦାୟକ। ଏହା ତୃଷା ମେଣ୍ଟାଇବା ସହିତ ଶରୀର ପାଇଁ ଭଲ।
ଲେମ୍ବୁ ପାଣି
ଲେମ୍ବୁ ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ଏକ ଜିରୋ କ୍ୟାଲୋରି ଡ୍ରିଙ୍କ୍। ଗୋଟେ ଗ୍ଲାସ୍ ଲେମ୍ବୁ ପାଣିରେ ଅଧ ଚାମଚ ଲୁଣ ମିଶାଇ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଓଜନ ହ୍ରାସ ହୋଇଥାଏ।