ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଆନ୍ତି। ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ।
ଆମ୍ବରେ ଫାଇବର, ଭିଟାମିନ୍ ଏ, ସି, ଫୋଲିକ ବି୯, ବି୬, ଲୌହ, କ୍ୟାଲସିୟମ, ଜିଙ୍କ୍ ପ୍ରଚୁର ପରିମାଣରେ ରହିଥାଏ। ଏଥିରେ ଥିବା ରୋଗ ପ୍ରତିରୋଧକ ଗୁଣ ଆମ ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ।
ଚର୍ମକୁ ସୁସ୍ଥ ରଖେ
ଆମ୍ବରେ ଚର୍ମ ଅନୁକୂଳ ଭିଟାମିନ୍-ଏ, ଭିଟାମିନ୍–ବି ଭରି ରହିଛି, ଯାହା ତ୍ଵଚାକୁ ଉଜ୍ୱଳ କରିବା ସହ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ଓଜନ କମାଇବାରେ ସାହାଯ୍ୟ କରେ
ଆମ୍ବରେ ଫାଇଟୋକେମିକାଲ୍ ତତ୍ୱ ରହିଥିବାରୁ ଏହା ଶରୀରରେ ଅଧିକ କ୍ୟାଲୋରୀକୁ ଜାଳିଥାଏ। ଏହା ହଜମ ଶକ୍ତି ବଢ଼ାଇବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଡାଏବେଟିସ୍ ରୋଗୀ ମଧ୍ୟ ଆମ୍ବ ଖାଇପାରିବେ
ସାଧାରଣତଃ ଡାଏବେଟିସ୍ ରୋଗୀଙ୍କୁ ମିଠା ଖାଇବାକୁ ବାରଣ କରାଯାଇଥାଏ। ଆମ୍ବ ସ୍ୱାଦରେ ମିଠା ହେଲେ ମଧ୍ୟ ଡାଏବେଟିସ୍ ରୋଗୀ ଏହାର ମଜା ନେଇପାରିବେ।
ସାଧାରଣତଃ ୫୫ରୁ କମ୍ ଗ୍ଲାଇସେମିକ୍ ଇଣ୍ଟେକ୍ସ ଥିବା ଖାଦ୍ୟ ଡାଏବେଟିସ୍ ରୋଗୀ ଖାଇପାରିବେ। ଆମ୍ବରେ ପାଖାପାଖି ୫୧ ଗ୍ଲାଇସେମିକ୍ ଇଣ୍ଟେକ୍ସ ଥାଏ, ତେଣୁ ଡାଏବେଟିସ୍ ରୋଗୀ ବିନା କୌଣସି ଦ୍ୱିଧାରେ ଦିନକୁ ଗୋଟେ ଆମ୍ବ ଖାଇପାରିବେ।
ଶରୀରରେ କ୍ୟାଲସିୟମ୍ ବଢ଼ାଇଥାଏ
ଆମ୍ବ ଶରୀରରେ ପ୍ରାକୃତିକ ଉପାୟରେ ଆଇରନ୍ ଏବଂ କ୍ୟାଲସିୟମ୍ ବଢ଼ାଇଥାଏ। କ୍ୟାଲ୍ସିୟମ୍ ହାଡ଼କୁ ମଜଭୁତ କରିଥାଏ।