ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର ଏବଂ ଅତି ଜରୁରୀ ନଥିବା ଚିକିତ୍ସାକୁ କିଛି ଦିନ ପାଇଁ ଘୁଞ୍ଚାଇବାକୁ ହେବ। ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ଏହି ନିୟମ ଲାଗୁ ହେବ। କରୋନାର ଦ୍ଵିତୀୟ ଲହରୀ ଆସିଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ସଂକ୍ରାନ୍ତୀୟ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରଥମେ ଗୁରୁତ୍ୱ ଦିଆଯିବ। ସେହିପରି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ହସ୍ପିଟାଲଗୁଡ଼ିକରେ ରୋଗୀ ପଞ୍ଜୀକରଣକୁ ବାରଣ କରାଯାଇଛି।
ଅଯଥା ଭିଡ଼ ବୃଦ୍ଧି ପାଇବା ଆଶଙ୍କା କରି ଏହି ନିର୍ଦ୍ଦେଶ ଦିଆଯାଇଛି। ଓପିଡିରେ ସାମାଜିକ ଦୂରତାକୁ ବଜାୟ ରଖିବା ସହ ବ୍ୟକ୍ତିଗତ ଭାବେ ରୋଗୀ ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି।
ବିଗତ ଚାରି ଦିନ ଧରି ରାଜ୍ୟରେ ଦୈନିକ ଏକ ହଜାରରୁ ଅଧିକ ନୂଆ କରୋନା ମାମଲା ଆସୁଥିବାରୁ ସରକାର ଏନେଇ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି।
ସୌଜନ୍ୟ- ଓଡ଼ିଶାଲାଇଭ୍