ବାହାରର ମୁଣ୍ଡ ଫଟା ଖରାରୁ ତ୍ରାହି ପାଇବା ପାଇଁ ଆମେମାନେ ବିଭିନ୍ନ ପ୍ରକାରର ଥଣ୍ଡାଜାତୀୟ ଖାଦ୍ୟ ଏବଂ ଫଳ ଖାଇଥାଉ। ପ୍ରାୟ ଖରା ଦିନମାନଙ୍କରେ ସମସ୍ତଙ୍କର ପ୍ରିୟ ଫଳ ହେଉଛି ତରଭୁଜ। ହେଲେ ଏହି ତରଭୁଜର ଔଷଧୀୟ ଗୁଣ ବିଷୟରେ ପ୍ରାୟ ସମସ୍ତଙ୍କୁ ଅଜଣା।

ଶରୀରର ଶକ୍ତି ବଢ଼ାଏ 

ତରଭୁଜ ହେଉଛି ଭିଟାମିନ ବି’ ଏବଂ ପୋଟାସିୟମ୍‌ଯୁକ୍ତ। ଭିଟାମିନ ବି, ଶରୀରର ଶକ୍ତି ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।  ଏଥିପାଇଁ ତରଭୁଜ ଖାଇବା ଦ୍ୱାରା ଶରୀରର ଶକ୍ତି ବଢ଼ିବା ସହିତ ଥକ୍କାପଣରୁ ମଧ୍ୟ ଦୂର ହୋଇଥାଏ।

ଚର୍ମରେ ଚମକ ଆଣେ

ଆଜିକାଲି ସମସ୍ତେ ନିଜ ତ୍ୱଚାକୁ ନେଇ ସଚେତନ। ତରଭୁଜରେ ଭିଟାମିନ-ଏ ଏବଂ ଭିଟାମିନ-ବି-୬ ରହିଥିବାରୁ ଏହା ଚର୍ମକୁ କୋମଳ କରିଥାଏ। ଖାଇବା ସହିତ ଏହାକୁ ଫେସ୍ ମାସ୍କ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ତରଭୁଜ ଖାଇବା ଦ୍ୱାରା ତ୍ୱଚା ଚିକ୍କଣ ଦେଖାଯାଏଏବଂ ଚର୍ମ କୋମଳ ହୋଇଥାଏ। 

ରକ୍ତଚାପକୁ ନିୟନ୍ତ୍ରଣରେ ରଖେ 

ରକ୍ତଚାପରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଖାଆନ୍ତୁ, କାରଣ ତରଭୁଜରେ ଗ୍ଲାଇସେମିକ ଇଣ୍ଡେକ୍ସର ମୂଲ୍ୟ ୮୦ ରହିଛି, ଯାହାଦ୍ୱାରା ରକ୍ତଚାପ ନୟନ୍ତ୍ରଣରେ ରହେ। ଏହା ମଧୁମେହର ଚିକିତ୍ସାରେ ମଧ୍ୟ ସାହାଯ୍ୟ କରେ। 

ହଜମ ହେବାରେ ସାହାଯ୍ୟ କରେ 

ଖରାଦିନେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ଶୀଘ୍ର ହଜମ ହୋଇଥାଏ।