stay healthy and fit

ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିବାକୁ ପଡ଼ିଥାଏ। କେବଳ ଗୋଟିଏ ଦିନ ସ୍ୱାସ୍ଥ୍ୟ ପ୍ରତି ନଜର ଦେଲେ ସୁସ୍ଥ ରହିବେ ବୋଲି ଭାବିବା ଭୁଲ। ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଦିନ ଯତ୍ନବାନ ହେବାକୁ ପଡ଼ିଥାଏ। ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ବ୍ୟାୟାମ କରିବା ଏବଂ ସଫା ପାଣି ପିଇବା ଦରକାର।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ 

ଆଜିକାଲି ସମସ୍ତେ ଶୀଘ୍ର ତିଆରି ହେଇପାରୁଥିବା ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି। ଫାଷ୍ଟଫୁଡ୍, ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ମଇଦାଯୁକ୍ତ ଖାଦ୍ୟର ମଧ୍ୟ ସେବନ ବଢ଼ିଲାଣି। କିନ୍ତୁ ସୁସ୍ଥ ରହିବାକୁ ହେଲେ ସୁସ୍ଥକର ଖାଦ୍ୟ ଯେମିତି କି ସବୁଜ ପନିପରିବା, ବିଭିନ୍ନ ପ୍ରକାରର ଫଳ, ସିଝା, କମ୍ ତେଲ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବା ଦରକାର। ଏହାଦ୍ୱାରା ବିନା ସଂସ୍ପର୍ଶରେ ହେଉଥିବା ରୋଗ ଯେମିତିକି କ୍ୟାନସର, ମଧୁମେୟ ଏବଂ ହାର୍ଟ ଷ୍ଟ୍ରୋକ୍ ଭଳି ରୋଗ ହେବାର ସମ୍ଭାବନା କମ୍ ରହିଥାଏ। 

ଧୂମପାନଠାରୁ ନିବୃତ୍ତ ରହନ୍ତୁ 

ଧୂମପାନ କରିବା ଦ୍ୱାରା କେବଳ ନିଜ ଉପରେ ନୁହେଁ ତା’ ସହିତ ନିଜ ଆଖପାଖ ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଧୂମପାନ କରିବା ଦ୍ୱାରା ହାର୍ଟ ଆଟାକ୍, ଲିଭର କ୍ୟାନସର ଏବଂ ଷ୍ଟ୍ରୋକ୍ ଭଳି ଦୂରବ୍ୟାପି ରୋଗରେ ଶିକାର ହେବାର ସମ୍ଭାବନା ରହିଛି। ତେଣୁ ଧୂମପାନ ଛାଡ଼ନ୍ତୁ ସୁସ୍ଥ ରହନ୍ତୁ।  

ଅଧିକ ଚିନି ଏବଂ ଲୁଣଠାରୁ ଦୂରେଇ ରହନ୍ତୁ 

ଲୁଣରେ ଅଧିକ ପରିମାଣର ସୋଡିୟମ୍‌ ଥାଏ। ଶରୀରରେ ଅତ୍ୟଧିକ ସୋଡିୟମ ଯୋଗୁଁ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ଷ୍ଟ୍ରୋକ୍ ଏବଂ ହୃଦରୋଗ ବଢ଼ିଥାଏ। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଦୈନିକ ୫ଗ୍ରାମ ସୋଡିୟମ ଖାଇଲେ ଶରୀର ସୁସ୍ଥ ରହିଥାଏ। ସେହିପରି ଅତ୍ୟଧିକ ମିଠା ଖାଇବା ଦ୍ୱାରା ଅତ୍ୟଧିକ ଓଜନ ବୃଦ୍ଧି ଏବଂ ଦାନ୍ତଜନିତ ରୋଗ ହେଇଥାଏ। ତେଣୁ ଜଣେ ବ୍ୟକ୍ତି ଦିନକୁ ୫୦ଗ୍ରାମ ଚିନି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ମିଠାଜନିତ ଖାଦ୍ୟଠାରୁ ଦୂରେଇ ରହିଲେ ଶରୀର ସୁସ୍ଥ ରହେ। 

ମଶାରୀ ବ୍ୟବହାର କରନ୍ତୁ 

ନବଜାତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟିକା ଦିଆଯାଇଥାଏ। ଏହି ଟିକା ମ୍ୟାଲେରିଆ, ମିଳିମିଳା ଭଳି ଭୟାନକ ରୋଗଠାରୁ ରକ୍ଷା କରିଥାଏ। କିନ୍ତୁ ସାଧାରଣତଃ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକୁନଗୁନିଆ ଭଳି ଭୟଙ୍କର ରୋଗ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ତେଣୁ ଶୋଇବା ବେଳେ ମଶାରି ବ୍ୟବହାର କରନ୍ତୁ। ମଶାଠାରୁ ବର୍ତ୍ତିବା ପାଇଁ ଫୁଲ ହାତ ଡ୍ରେସ ପିନ୍ଧନ୍ତୁ, ଝରକା ଏବଂ ଘରର କବାଟରେ କପଡ଼ା ଟାଙ୍ଗନ୍ତୁ।

Anxiety Disorder_mental health

ମାନସିକ ଚାପରୁ ଦୂରେଇ ରହନ୍ତୁ

ଆଜିକାଲି ପ୍ରାୟ ଲୋକ ମାନସିକ ରୋଗରେ ପୀଡ଼ିତ। ଯେତେବେଳେ ଏକୁଟିଆ ଲାଗୁଛି ବା ଚିନ୍ତା ଦୁଃଖ ରହୁଛି ନିଜ ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ।