ସନ୍ତାନ ଜନ୍ମ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ରକ୍ତସ୍ରାବ ଯୋଗୁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ସେମାନେ ଏକ ପ୍ରକାର ଅତ୍ୟଧିକ ଥଣ୍ଡା ସ୍ଥିତିରେ ଥାଆନ୍ତି। ଅର୍ଥାତ୍ ସେମାନଙ୍କର ଶରୀରର ତାପମାତ୍ରା କମିଯାଏ।

mother with her baby

ଏଭଳିସ୍ଥଳରେ ମା’ ମାନଙ୍କର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ୍। ସେମାନଙ୍କୁ ଶରୀରକୁ ଗରମ ରଖୁଥିବା ଖାଦ୍ୟ ଖାଇବାକୁ ଦିଆଯିବା ଆବଶ୍ୟକ।

lauki soup

ଲାଉର ତରକାରୀ, ସୁପ୍, ଜୁସ୍ ପ୍ରଭୃତି ପ୍ରସୂତୀମାନଙ୍କ ପାଇଁ ଖୁବ୍ ଭଲ। ଏହାଦ୍ୱାରା ଶରୀରକୁ ପୋଷଣ ମିଳିବା ସହିତ ମା’ ମାନଙ୍କର କ୍ଷୀର ଭଲ ହୋଇଥାଏ। ଖାଦ୍ୟରେ ଜୀରା ଏବଂ କମ ମାତ୍ରାରେ ଗୋଲମରିଚ ବ୍ୟବହାର ମଧ୍ୟ ଏହି ସମୟରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ଶରୀରର ତାପମାତ୍ରାକୁ ବଢ଼ାଏ।

ପ୍ରତିଦିନ କ୍ଷୀର ସହିତ ୮-୧୦ଟି ବାଦାମ ଖାଆନ୍ତୁ। ଏହା ଲୌହରେ ପରିପୂର୍ଣ୍ଣ ଥିବାବେଳେ ଶରୀରକୁ ଶକ୍ତି ଦେବ। ମାଛରେ ଡିଏଚଏ ଫ୍ୟାଟ ଭରପୁର ମାତ୍ରାରେ ରହିଥାଏ। ଏହା ଶିଶୁର ଶିରା ପ୍ରଶିରାର ବିକାଶ ପାଇଁ ଉପଯୋଗୀ। ଯଦିଓ ମା’ କ୍ଷୀରରେ ପ୍ରାକୃତିକ ଭାବେ ଡିଏଚଏ ଥାଏ ତେବେ ପ୍ରସବ ପରେ ଯେଉଁମାନେ ମାଛ ଖାଆନ୍ତି ସେମାନଙ୍କର ପିଲାମାନଙ୍କର ବିକାଶ ଭଲ ଭାବେ ହୋଇଥାଏ। ସେହିପରି ଏହାଦ୍ୱାରା ମା’ଙ୍କୁ ମାନସିକ ଅବସାଦ ହେବାର ଆଶଙ୍କା ବି କମେ।

cold water is bad for health

ସାଧାରଣତଃ ପ୍ରସବ ପରେ ମା’ ମାନଙ୍କୁ ଥଣ୍ଡା ପାଣି ପିଇବାକୁ ମନା କରାଯାଏ। ଏହା ବଦଳରେ ଉଷୁମ ପାଣିରେ ଅଳେଇଚ ପକାଇ ପିଇବାକୁ ଦେଲେ ଶରୀର ଗରମ ରହିଥାଏ। ମା’ ଓ ପିଲା ଉଭୟଙ୍କର ହଜମ ଭଲ ହୁଏ। ଅଇଚ ବ୍ୟତୀତ ପାଣିରେ ପାନମଧୁରୀ ଓ ତୁଳସୀ ପକାଇ ବି ଦିଆଯାଇପାରିବ। ତେବେ ଅଧିକ ସମୟ ଯାଏ ସେହି ପାଣିକୁ ପିଅନ୍ତୁ ନାହିଁ।

ପ୍ରସୂତୀମାନଙ୍କ ପାଇଁ ମେଥିଦାନା, ଜୀରା, ପାନମଧୁରୀ, କଳାଲୁଣ, ହରିଡ଼ା, ବାହାଡ଼ା,ହେଙ୍ଗୁର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ। ଏହାକୁ ଖାଇବା କଷ୍ଟକର ହୋଇଥିବାରୁ ଗୁଡ଼ରେ ମିଶାଇ ଛୋଟ ଛୋଟ ଗୁଳା କରି ଖାଇହେବ। ଏହାଦ୍ୱାରା ମା’ର ପେଟ ଠିକ ରହେ। କଞ୍ଚାଲଙ୍କା ଅପେକ୍ଷା ଗୋଲମରିଚ ପକାଇ ଖାଇଲେ ଅଧିକ ସୁଫଳ ମିଳେ।

Desi Ghee for health

ଦେଶୀ ଘିଅ କେତେ ଜରୁରୀ

ସ୍ତ୍ରୀ ରୋଗ ଏବଂ ପ୍ରସୂତୀ ବିଶେଷଜ୍ଞମାନଙ୍କ ଅନୁସାରେ ସନ୍ତାନ ପ୍ରସବ ପରେ ମହିଳାଙ୍କ ଶରୀରରେ ରକ୍ତର ଅଭାବ ଦେଖାଦେଇଥାଏ। ସେହିପରି ସ୍ତନ୍ୟପାନ କରାଇବାରୁ ଶରୀରରେ କ୍ୟାଲସିୟମ ବି କମିଯାଏ। ଏପରିସ୍ଥଳେ ପାରମ୍ପରିକ ଖାଦ୍ୟ ଯେପରିକି ଗୁଡ଼, ଦେଶ ଘି, ଲହୁଣୀ ପ୍ରଭୃତି ଶରୀରକୁ ପୋଷଣ ଦେଇଥାଏ। ଏଥିରେ ପ୍ରୋଟିନ ଓ ଫାଇବର ବି ଥାଏ। ତେବେ ଅଧିକ ପରିମାଣରେ ଦେଶୀ ଘିଅ ଏବଂ ଲହୁଣୀ ଖାଇବା କ୍ଷତିକାର। ଏହା କୋଲେଷ୍ଟେରୋଲକୁ ବଢ଼ାଇଥାଏ। ତେଣୁ ପ୍ରସୂତୀଙ୍କର ଶରୀରର ଆବଶ୍ୟକତା ଅନୁସାରେ ହିଁ ଦେଶୀ ଘିଅ ଖାଇବାକୁ ଦିଅନ୍ତୁ।